ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ .... ୪୫୦ ମିସାଇଲ୍‌ ମାଡ଼ କଲା ଇସ୍ରାଏଲ

May 14, 2021, ବିଦେଶ, , Anupambharat News Bureau


ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ .... ୪୫୦ ମିସାଇଲ୍‌ ମାଡ଼ କଲା ଇସ୍ରାଏଲ
Anupambharat News Bureau
May 14, 2021

ଜେରୁସାଲେମ୍‌: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ସଂଘର୍ଷ ଥମିବାର ନାଁ ଧରୁନି । ହମାସ ଉପରେ ଜୋରଦାର ଆକ୍ରମଣ କରିବା ସହ ଇସ୍ରାଏଲ କେବଳ ୪୦ ମିନିଟ୍ରେ ୪୫୦ରୁ ଅଧିକ ମିସାଇଲ୍‌ ମାଡ଼ କରିଛି । ଏହି ସବୁ ମିସାଇଲ୍‌ ମାଧ୍ୟମରେ ଇସ୍ରାଏଲ ହମାସର ୧୫୦ରୁ ଅଧିକ ଠିକଣା ଉପରେ ଟାର୍ଗେଟ କରିଥିଲା । ମିସାଇଲ୍‌ ବର୍ଷା କରିଥିବା ନେଇ ଖୋଦ ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସ ସୂଚନା ଦେଇଛି ।
ଏହି ଆଟାକ ମାଧ୍ୟମରେ ଇସ୍ରାଏଲ୍‌ ହମାସର ସୁଢ଼ଙ୍ଗ ଠିକଣା ଧ୍ୱଂସ କରିଛି । ନିଜର ଆଇରନ୍‌ ଡୋମ୍‌ ଏରିୟଲ ଡିଫେନ୍ସ ସିଷ୍ଟମ ମାଧ୍ୟମରେ ଶତ୍ରୁର ବହୁସଂଖ୍ୟକ ରକେଟ୍‌କୁ ଆକାଶରେ ହିଁ ଧ୍ୱଂସ କରିଛି ଇସ୍ରାଏଲ । ଏହା ସହ ମିସାଇଲ୍‌ ବର୍ଷା କରି ଗାଜାର ବିଭିନ୍ନ ଆତଙ୍କୀ ଠିକଣା ଧ୍ୱଂସ କରିଛି ।
ଇସ୍ରାଏଲ ଆଟାକରେ ଗାଜାରେ ୧୧୧ ଜଣ ମୃତ୍ୟୁବରଣ କରିଥିବା ଏଥିରେ ୩୧ ଜଣ ପିଲା ଏବଂ ୧୯ ଜଣ ମହିଳା ଅଛନ୍ତି ବୋଲି ଜଣାପଡ଼ିଛି । ଅନ୍ୟପଟେ ୮ ଜଣ ଇସ୍ରାଏଲୀ ମୃତ୍ୟୁବରଣ କରିଛନ୍ତି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରିଟେନ ପିଏମ ବୋରିସ ଜନସନଙ୍କ ସମେତ ଅନେକ ନେତା ଶାନ୍ତି ରକ୍ଷା ପାଇଁ ଅପିଲ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ ଉଭୟ ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ସରକାରଙ୍କୁ ଶାନ୍ତି ସ୍ଥାପନ ପାଇଁ ଅପିଲ୍‌ କରିଥିବା ବେଳେ ଉଭୟ ଦେଶର ଅଧିକାରୀକ ଭାଷାରେ ଟୁଇଟ୍‌ ମଧ୍ୟ କରିଛନ୍ତି ।
କି;ୁ ଏବେ ସୁଦ୍ଧା ଇସ୍ରାଏଲ ଏବଂ ହମାସ ପକ୍ଷରୁ ଶାନ୍ତି ରକ୍ଷା ନେଇ କୌଣସି ସଂକେତ ମିଳିପାରିନାହିଁ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍‌ ନେତାନ୍ୟାହୁ ହମାସକୁ ଚେତବନୀ ଦେଇ କହିଛନ୍ତି, ଏହି ଆକ୍ରମକତା ପାଇଁ ଶକ୍ତ ଦଣ୍ଡ ମିଳିବ । ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ନୂତନ ମୋଡ ନେବାକୁ ଯାଉଛି । ଇସ୍ରାଏଲର ଗାଜା ଉପରେ ଆକ୍ରମଣ ପରେ ସ୍ଥିତି ଜଟିଳ ହେବାରେ ଲାଗିଛି । ତୁର୍କୀର ରାଷ୍ଟ୍ରପତି ରେସେପ ତୈୟପ ଆର୍ଦୋଗନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି, ପାଲେଷ୍ଟାଇନବାସୀଙ୍କ ପ୍ରତି ଇସ୍ରାଏଲର ଆଭିମୁଖ୍ୟ ବିରୋଧରେ ଅନ୍ତର୍ଜାତୀୟ ସମୁଦାୟକୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ଇସ୍ରାଏଲକୁ ଉଚିତଶିକ୍ଷା ଦେବା ଦରକାର କିଛି ଦେଶ କହିଛନ୍ତି ।
ଆର୍ଦୋଗନଙ୍କ ଏହି ବୟାନ ବିବାଦକୁ ବଡ ରୂପ ଦେବାର ଆଶଙ୍କା ପ୍ରକାଶ ପାଇଛି । ବିଶେଷ କରି ମିଳିତ ଜାତିସଂଘର ମଧ୍ୟପୂର୍ବ ଦୂତ ଯୁଦ୍ଧର ଚେତାବନୀ ଦେଇଛନ୍ତି । ଇସ୍ରାଏଲର ଆକ୍ରମଣରେ ଗାଜାରେ ମରିଥିବା ପାଲେଷ୍ଟାଇନ୍‌ଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି ।
ଏଥିରେ ୧୩ ଶିଶୁ ଓ ତିନି ମହିଳା ସାମିଲଛ ପ୍ରାୟ ୩୦୦ ଜଣ ଆହତ ହୋଇଛନ୍ତି । ମିଳିତ ଜାତିସଂଘର ମଧ୍ୟପୂର୍ବ ଦୂତ ଚେତାବନୀ ଦେଇଛନ୍ତି ଯେ, ଇସ୍ରାଏଲ ଓ ପାଲେଷ୍ଟାଇନ ଉଗ୍ରବାଦୀଙ୍କ ମଧ୍ୟରେ ହିଂସା ଜାରି ରହିଛି ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ସଂଘର୍ଷ ଥମିବାର ନାଁ ଧରୁନି । ହମାସ ଉପରେ ଜୋରଦାର ଆକ୍ରମଣ କରିବା ସହ ଇସ୍ରାଏଲ କେବଳ ୪୦ ମିନିଟ୍ରେ ୪୫୦ରୁ ଅଧିକ ମିସାଇଲ୍‌ ମାଡ଼ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶବାସୀଙ୍କୁ ଇଦ୍‌ ମୁବାରକ୍‌ :  ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ ଇଦ୍‌ ମୁବାରକ୍‌ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

Read More...

ଥଣ୍ଡା ଏବଂ ଜ୍ୱରକୁ ହାଲକାରେ ନିଅ;ୁ ନାହିଁ: ପ୍ରଧାନମନ୍ତ୍ରୀ

ଥଣ୍ଡା ଏବଂ ଜ୍ୱରକୁ ହାଲକାରେ ନିଅ;ୁ ନାହିଁ: ପ୍ରଧାନମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page