ଭାରତ ଜିତିଲା ବୋଲି କହିଲେ ମୋଦି

May 23, 2019, ଦେଶ, , Anupambharat News Bureau


ଭାରତ ଜିତିଲା ବୋଲି କହିଲେ ମୋଦି
Anupambharat News Bureau
May 23, 2019

ନୂଆଦିଲ୍ଲୀ: ଭୋଟ୍‌ ଗଣତି ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନ୍‌ଡ଼ିଏ ଆଗୁଆ ରହିଥିବାରୁ ଏବେ ଦଳ ମଧ୍ୟରେ ନାହିଁ ନଥିବା ଉତ୍ସାହ । ବିଜେପି ଚଳିତ ଥର ୩୦୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରାଯାଉଛି । ଏହି ଆକଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଟ୍ୱିଟ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଏହା ଭାରତର ବିଜୟ । ଭାରତ ପୁଣିଥରେ ଜିତିଛି । ଆମେ ଏକାଠି ବଢ଼ିଲେ । ଆମେ ଏକାଠି ଯୋଜନା କଲେ । ଆମେ ଏକାଠି ଏକ ଶକ୍ତିଶାଳୀ ଭାରତ ଗଠନ କଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ଏହି ସଫଳତା ପାଇଁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ଏହି ବିଜୟ ଦେଶବାସୀଙ୍କ ବିଜୟ । ଏହି ବିଜୟ ଦେଶର ଗରିବ, ଯୁବକ ଓ କୃଷକଙ୍କ ବିଜୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରହିଥିବା ବିଶ୍ୱାସର ବିଜୟ ହୋଇଛି । ମୁଁ ମୋଦିଙ୍କୁ ବିଜେପି କର୍ମୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାରିଲେ ସଞ୍ଜୟ ଦତ୍ତଙ୍କ ଭଉଣୀ

ହାରିଲେ ସଞ୍ଜୟ ଦତ୍ତଙ୍କ ଭଉଣୀ

Read More...

ଭୋଟ୍‌ ଗଣତି କେନ୍ଦ୍ରରେ ଚାଲିଗଲା ଜୀବନ

ଭୋଟ୍‌ ଗଣତି କେନ୍ଦ୍ରରେ ଚାଲିଗଲା ଜୀବନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page