ମୁମ୍ବାଇ: ଜୁଲାଇ ୧ ରୁ ଚାର୍ ଧାମ ଯାତ୍ରା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ଉତ୍ତରାଖଣ୍ଡ ସରକାର ଘୋଷଣା କରିଛନ୍ତି । ଖୁବ୍ ଶୀଘ୍ର ଏହି ଯାତ୍ରା ପାଇଁ ଏକ ଏସ୍ଓପି ଜାରି କରିବେ ସରକାର । ଜୁଲାଇ ୧ରୁ ଏହି ତିନିଟି ଚାମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରାଖଣ୍ଡ ଜିଲ୍ଲାର ସ୍ଥାନୀୟ ଲୋକଙ୍କ ପାଇଁ ଚାରି ଧାମ ଯାତ୍ରା ଆରମ୍ଭ ହେବ । ରୁଦ୍ରପ୍ରୟାଗ ଜିଲ୍ଲାର ଲୋକଙ୍କ ପାଇଁ କେଦାରନାଥ ଶ୍ରୀମନ୍ଦିର, ଚାମୋଲି ଜିଲ୍ଲାର ଲୋକଙ୍କ ପାଇଁ ବଦ୍ରିନାଥ ଖୋଲା ରହିବ ଏବଂ ଉତ୍ତରାଖଣ୍ଡ ଜିଲ୍ଲାର ଲୋକଙ୍କ ପାଇଁ ଯମୁନୋତ୍ରି ଏବଂ ଗଙ୍ଗୋତ୍ରୀ ମନ୍ଦିର ଖୋଲାଯିବ । ଜୁଲାଇ ୧୧ ରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ଲୋକଙ୍କ ପାଇଁ ଏହି ଯାତ୍ରା ଖୋଲାଯିବ । ତୀର୍ଥଯାତ୍ରୀମାନଙ୍କୁ ଅନଲାଇନ୍ ପୋର୍ଟାଲରେ ପଞ୍ଜୀକୃତ କରିବାକୁ ପଡିବ । ଏହାସହିତ ସେମାନଙ୍କୁ ସାଙ୍ଗରେ ଆର୍ଟିପିସିଆର୍ ନେଗେଟିଭ ରିପୋଟ