ଦିନକ ପରେ ସ୍ନାନ ଯାତ୍ରା : ପୁରୀରେ ୧୪୪ ଧାରା

June 22, 2021, ଓଡ଼ିଶା, , Anupambharat News Bureau


ଦିନକ ପରେ ସ୍ନାନ ଯାତ୍ରା  : ପୁରୀରେ ୧୪୪ ଧାରା
Anupambharat News Bureau
June 22, 2021


ପୁରୀ, ୨୨ା୬(ଅନୁପମ ମିଡ଼ିଆ): ଆଉ ଦିନକ ପରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା । ଏହି ବିଶେଷ ତିଥିରେ ସ୍ନାନ ମଣ୍ଡପରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିବେ ଶ୍ରୀଜୀଉମାନେ । ଏହା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ସେବା ଆରମ୍ଭ ହେବ । ସ୍ନାନ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ସ୍ନାନ ଯାତ୍ରା । କେବଳ ପାଳିଆ ସେବାୟତ ମାନେ ଏହି ନୀତିକାନ୍ତିରେ ସାମିଲ୍‌ ରହିବେ । ନୀତିକାନ୍ତିରେ ସାମିଲ୍‌ ହେବାକୁ ଥିବା ସେବାୟତ ମାନେ ଦୁଇଟି ଡୋଜ୍‌ କରୋନା ଟୀକା ନେଇଥିବେ ଏବଂ ୪୮ ଘଣ୍ଟା ପୂର୍ବରୁ ସେମାନଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିବ । ଆଜି ଠାରୁ ଦଇତାପତି ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ସେମାନେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ଓ ଅଣସର ଗୁପ୍ତ ସେବା ସମାପନ କରିବେ ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବୁଧବାରଠାରୁ ପୁରୀରେ ୧୪୪ ଧାରା ଜାରୀ ହେବ । ଏହି କଟକଣା ୨୩ ତାରିଖ ରାତି ୧୦ଟା ଠାରୁ ୨୫ ତାରିଖ ଭୋର୍‌ ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ମନ୍ଦିର ଭିତରେ ଓ ବାହାରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ସ୍ନାନ ବେଦିରେ ଦର୍ଶନ କରିପାରିବେ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଓ ବ୍ୟବସ୍ଥାବଳୀ ଅନୁଯାୟୀ ସେବାୟତ ମାନେ ସମସ୍ତ ସେବା କାର୍ଯ୍ୟ ଆରମ୍ଭ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୀପଗ୍ରେସ, ବିରେନ୍ଦ୍ର ମହିଳା ଓ ପୁରୁଷ ଦଳର ଉପ ଅଧିନାୟକ

ଦୀପଗ୍ରେସ, ବିରେନ୍ଦ୍ର ମହିଳା ଓ ପୁରୁଷ ଦଳର ଉପ ଅଧିନାୟକ

Read More...

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page