ଭୁବନେଶ୍ୱର, ୨୨ା୬(ଅନୁପମ ମିଡ଼ିଆ): ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଦୀପଗ୍ରେସ ଏMା ଓ ବିରେନ୍ଦ୍ର ଲାକ୍ରା ଯଥାକ୍ରମେ ମହିଳା ଓ ପୁରୁଷ ଦଳ ପକ୍ଷରୁ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆମର ଉଭୟ ଦଳ ଦେଶ ପାଇଁ ଗୌରବ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ, ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଥିବା ହକି ଭାରତୀୟ ଦଳ ପାଇଁ ପୁରୁଷ ଟିମରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ସେପଟେ ମହିଳା ଦଳରେ ଦୀପଗ୍ରେସ ଏMା ସ୍ଥାନ ପାଇଛନ୍ତି । ଫଳରେ ଏହି ଟୁର୍ଣ୍ଣାମେଣ୍ଟରେ ତିନି ଓଡ଼ିଆ ଖେଳାଳିଙ୍କ କମାଲ ଦେଖିବାକୁ ମିଳିବ । ଟୋକିଓ ଅଲିମ୍ପିକ୍ସ ଆସନ୍ତା ଜୁଲାଇ ୨୪ରୁ ଅଗଷ୍ଟ ୬ ତାରିଖ ଯାଏଁ ଜାରି ରହିବ । ପ୍ରକାଶଥାଉକି ୨୦୧୬ ରିଓ ଅଲମ୍ପିକ୍ସରେ ଚାରି ଓଡ଼ିଆ ମହିଳା ଖେଳାଳି ସ୍ଥାନ ପାଇଥିଲେ ।