୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

July 25, 2021, ଓଡ଼ିଶା, , Anupambharat News Bureau


୧୮ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ
Anupambharat News Bureau
July 25, 2021


ଭୁବନେଶ୍ୱର,୨୫ା୭(ଅନୁପମ ମିଡ଼ିଆ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, ପୁରୀ, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି୨୬ରୁ୨୭ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ବରଗଡ଼, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବାରୁ ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଏନ୍‌କାଉଣ୍ଟରରେ ହାଇଦରର ମୃତୁ୍ୟ ଘଟଣା : କେନ୍ଦ୍ରାପଡ଼ା ପୌରାଞ୍ଚଳରେ ୧୪୪

ଏନ୍‌କାଉଣ୍ଟରରେ ହାଇଦରର ମୃତୁ୍ୟ ଘଟଣା : କେନ୍ଦ୍ରାପଡ଼ା ପୌରାଞ୍ଚଳରେ ୧୪୪

Read More...

ନ୍ୟାୟପାଳିକା ବିକେନ୍ଦ୍ରୀକରଣ : ପ୍ରତିଶ୍ରୁତିରେ ଅଟକିଛି ହାଇକୋର୍ଟ ବେଞ୍ଚ୍‌

ନ୍ୟାୟପାଳିକା ବିକେନ୍ଦ୍ରୀକରଣ : ପ୍ରତିଶ୍ରୁତିରେ ଅଟକିଛି ହାଇକୋର୍ଟ ବେଞ୍ଚ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page