ଆସାମ-ମିଜୋରାମ ସୀମାରେ ହିଂସାକାଣ୍ଡ: ତିନି ଯବାନ ମୃତ

July 26, 2021, ଦେଶ, , Anupambharat News Bureau


ଆସାମ-ମିଜୋରାମ ସୀମାରେ ହିଂସାକାଣ୍ଡ:  ତିନି ଯବାନ ମୃତ
Anupambharat News Bureau
July 26, 2021


ନୂଆଦିଲ୍ଲୀ,୨୬ା୭:ସମ୍ବେଦନଶୀଳକ ହୋଇପଡିଛି ଆସାମ-ମିଜୋରାମ ସୀମା ବିବାଦ । ସୀମାବର୍ତ୍ତୀ ଅଞ୍ଚଳରେ ଆଜି ହିଂସାକାଣ୍ଡ ଘଟିବା ଯୋଗୁଁ ୩ ଜଣ ପୋଲିସ ଅଧିକାରୀଙ୍କ ମୃତୁ୍ୟ ଘଟିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ଘଟଣାରେ ସ୍ୱାଭାବିକ ସ୍ଥିତି ଆଣିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି । ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥାଙ୍ଗା । ଆସାମର କାଚର ଜିଲ୍ଲା ଏବଂ ମିଜୋରାମର କୋଲାସିବ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରୁ ଗୁଳି ବିନିମୟ ହେବା ସହ ସରକାରୀ ଯାନବାହାନ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ଅମିତ ଶାହା ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ସୀମା ସମସ୍ୟାର ସମାଧାନ କରିବାକୁ କହିଥିବା ବେଳେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ସହମତ ହୋଇଛନ୍ତି । ବିବାଦୀୟ ସ୍ଥାନରୁ ଉଭୟ ରାଜ୍ୟର ପୁଲିସ ବାହିନୀ ଫେରି ଆସିଥିବା ଜଣାପଡ଼ିଛି । ଶାହାଙ୍କ ସହ କଥା ହେବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟୁଇଟ୍‌ କରି କହିଥିଲେ ଯେ, ‘ସେ ବର୍ତ୍ତମାନ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ସେ ଦୋହରାଇଛନ୍ତି ଯେ, ଆସାମ ତାଙ୍କ ରାଜ୍ୟ ସୀମା ମଧ୍ୟରେ ସ୍ଥିତି ଏବଂ ଶାନ୍ତି ବଜାୟ ରଖିବ । ଯଦି ଆବଶ୍ୟକ ହୁଏ ତେବେ ମୁଁ ଆଇଜାୱଲ୍‌ ପରିଦର୍ଶନ କରିବାକୁ ଏବଂ ଏହି ପ୍ରସଙ୍ଗଗୁଡିକ ଉପରେ ଆଲୋଚନା କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି । ଖବର ମୁତାବକ ତିନୋଟି ମିଜୋରାମ ଜିଲ୍ଲା - ଆଇଜାୱଲ୍‌, କୋଲାସିବ୍‌ ଏବଂ ମମିତ, ଆସାମର କାଚର, ହାଇଲାକାଣ୍ଡି ଏବଂ କରିମଗଞ୍ଜ ଜିଲ୍ଲା ସହିତ ୧୬୪.୬ କିଲୋମିଟର ଲମ୍ବା ଆନ୍ତଃ ରାଜ୍ୟ ସୀମା ବାଣ୍ଟିଛନ୍ତି । ସୀମାର ‘ବିବାଦୀୟ’ ଅଞ୍ଚଳରେ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଛି ଏବଂ ଉଭୟ ପାଶ୍ୱର୍ରେ ଥିବା ବାସିନ୍ଦା ପରସ୍ପର ଉପରେ ଅନୁପ୍ରବେଶ କରିଥିବା ଅଭିଯୋଗ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୂଆ ଶିକ୍ଷା ନୀତିରେ ଗବେଷଣା :  ପାଞ୍ଚ ବର୍ଷରେ ଖର୍ଚ୍ଚ ହେବ ୫୦ ହଜାର କୋଟି

ନୂଆ ଶିକ୍ଷା ନୀତିରେ ଗବେଷଣା : ପାଞ୍ଚ ବର୍ଷରେ ଖର୍ଚ୍ଚ ହେବ ୫୦ ହଜାର କୋଟି

Read More...

ନବୀନଙ୍କ ନମ୍ବର ୱାନ୍‌ ତାଲିକାରେ ଆଉ ଏକ ଫର୍ଦ୍ଦ

ନବୀନଙ୍କ ନମ୍ବର ୱାନ୍‌ ତାଲିକାରେ ଆଉ ଏକ ଫର୍ଦ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page