ନବୀନଙ୍କ ନମ୍ବର ୱାନ୍‌ ତାଲିକାରେ ଆଉ ଏକ ଫର୍ଦ୍ଦ

July 26, 2021, ଓଡ଼ିଶା, , Anupambharat News Bureau


ନବୀନଙ୍କ ନମ୍ବର ୱାନ୍‌ ତାଲିକାରେ ଆଉ ଏକ ଫର୍ଦ୍ଦ
Anupambharat News Bureau
July 26, 2021


ଭୁବନେଶ୍ୱର, ୨୬ା୭ (ସ୍ୱତନ୍ତ୍ର ପ୍ରତିନିଧି): ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ସମ୍ବଲପୁରକୁ ପଛରେ ପକାଇଲା ଶ୍ରୀକ୍ଷେତ୍ର ପୁରୀ । ଆଗେ ବେଙ୍ଗ ମୁତିଲେ ବଡ଼ଦାଣ୍ଡ ପାଣିରେ ଉବୁଟୁବୁ ହେଉଥିଲା ଏବଂ ଏହାକୁ ନେଇ ପୁରୀ ସହର ଖୁବ୍‌ ସମାଲୋଚିତ ହେଉଥିଲା । ସେହି ପୁରୀ ଏବେ ବିଶ୍ୱର ସମୃଦ୍ଧ ମହାନଗରୀ ଲଣ୍ଡନ, ଲସ୍‌ଏଲେସ୍‌ ଓ ସିଙ୍ଗାପୁର୍‌ ସହ ସମକକ୍ଷ ହୋଇଛି । ଦେଶର ପ୍ରଥମ ସହର ଭାବେ ପୁରୀରେ ଏବେ ସବୁ ବାସିନ୍ଦାଙ୍କୁ ଟ୍ୟାପ୍‌ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ସମସ୍ତଙ୍କ ଘରକୁ ସିଧାସଳଖ ଅହୋରାତ୍ର ଆଇଏସ୍‌ ୧୦୫୦୦ ମାନର ପାନୀୟ ଜଳ ସୁବିଧା କରି ପୁରୀକୁ ଦେଶର ପ୍ରଥମ ସହରରେ ପରିଣତ କରିଛନ୍ତି ରାଜ୍ୟ ସରକାର । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ନମ୍ବର ତାଲିକାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି ।
ବିଜୁବାବୁଙ୍କ ମୃତୁ୍ୟ ପରେ ରାଜନୀତିରେ ସେତଟା ରୁଚି ରଖିନଥିବା ନବୀନଙ୍କୁ ତତ୍‌କାଳୀନ ଜନତା ଦଳର କିଛି ନେତା ବାଧ୍ୟ କରି ଏହି କ୍ଷେତ୍ରକୁ ଆଣିଥିଲେ । ପ୍ରଥମେ କେନ୍ଦ୍ରରେ ଖଣି ଓ ଇସ୍ପାତ ମନ୍ତ୍ରୀ ହେବା ପରେ ଜାତୀୟ ରାଜନୀତି ଛାଡ଼ି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳି ଥିଲେ ବିଜେଡି ସୁପ୍ରିମୋ ନବୀନ । ଏକାଧିକ ବାତ୍ୟାର ସଫଳ ମୁକାବିଲା କରି ଏ କ୍ଷେତ୍ରରେ ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ନବୀନ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସା ସାଉଁଟି ଥିଲେ । ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନାରେ ଜାତିସଂଘ ଓଡ଼ିଶା ସରକାରଙ୍କୁ ପ୍ରଶାଂସାପତ୍ର ଦେଇଥିଲେ । ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ରୂପେ ନବୀନଙ୍କୁ ଜାତୀୟ ସ୍ତରର ପ୍ରମୁଖ ଗଣମାଧ୍ୟମ ପ୍ରଶଂସାରେ ପୋତି ପକାଇଥିଲା । କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ୱକପ୍‌ ଓ ଯୁବ ଫୁଟବଲ୍‌ ବିଶ୍ୱକପ୍‌ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ଭୁବନେଶ୍ୱରକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରି ଓଡ଼ିଶାର ସମ୍ମାନ ବଢାଇବା ସହ ନବୀନ ମେଗା ଇଭେଣ୍ଟ୍‌ ଆୟୋଜନରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ପାଲଟି ଥିଲେ । ସେହିପରି ଓଏମ୍‌ସି ପାଣwି ବିନିଯୋଗ କରି ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ସାଜିଥିଲା ଓ ଜାତୀୟ ସ୍ତରରେ ନବୀନ ଉଦାହରଣ ପାଲଟି ଥିଲେ । ସେହିପରି, ମହାମାରୀ କରୋନା ମୁକାବିଲାରେ ଅତ୍ୟନ୍ତ ଦୃଢତା ଦେଖାଇ ଥିଲେ ନବୀନ । କେନ୍ଦ୍ର ଲକ୍‌ଡାଉନ୍‌ ଘୋଷଣା କରିବା ପୂର୍ବରୁ ଓଡ଼ିଶାରେ ସର୍ବପ୍ରଥମେ ଲକ୍‌ଡାଉନ୍‌ ଘୋଷଣା ନବୀନ ଆଉ ପାଦେ ଆଗେଇ ଯାଇଥିଲେ । କରୋନା ମୃତୁ୍ୟକୁ ସର୍ବନିମ୍ନ ସ୍ତରରେ ରଖି ନବୀନ ପ୍ରଶଂସିତ ହୋଇଛନ୍ତି ।
ଆହୁରି ମଧ୍ୟ ଦିଲ୍ଲୀ ଓ ବିଭିନ୍ନ ରାଜ୍ୟକୁ ଅମ୍ଲଜାନ ଯୋଗାଣ କ୍ଷେତ୍ରରେ ଆନ୍ତରିକତା ଦେଖାଇ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି । ସେହିପରି, ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ସର୍ବାଧିକ ପ୍ରତିଶତ ଲୋକଙ୍କୁ ସାମିଲ କରାଇ ପାରିଛନ୍ତି ନବୀନ । କେନ୍ଦ୍ରୀୟ ଯୋଜନାରୁ ବାଦ୍‌ ପଡୁଥିବା ଲୋକଙ୍କ ପାଇଁ ରାଜ୍ୟ ପାଣwିରୁ ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରି ନବୀନ ନିଜକୁ ଅନ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କଠାରୁ ସ୍ୱତନ୍ତ୍ର ବୋଲି ପ୍ରମାଣିତ କରିଛନ୍ତି । ଦୁଇ ଦଶନ୍ଧି ଧରି କ୍ଷମତାରେ ଥିଲେ ବି ବିରୋଧୀଙ୍କୁ ଆଗକୁ ବଢିବାକୁ ଦେଇ ନାହାନ୍ତି ନବୀନ । ସବୁଥର ପୂର୍ବାପେକ୍ଷା ଅଧିକ ଭୋଟ୍‌ ପାଇ ଏପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଆକଳନକୁ ଭୁଲ୍‌ ପ୍ରମାଣିତ କରି ନିଜ ଜୟଯାତ୍ରା ଜାରି ରଖିଛନ୍ତି ନବୀନ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସାମ-ମିଜୋରାମ ସୀମାରେ ହିଂସାକାଣ୍ଡ:  ତିନି ଯବାନ ମୃତ

ଆସାମ-ମିଜୋରାମ ସୀମାରେ ହିଂସାକାଣ୍ଡ: ତିନି ଯବାନ ମୃତ

Read More...

ଇସ୍ତଫା ଦେଲେ ୟେଦୁରପା

ଇସ୍ତଫା ଦେଲେ ୟେଦୁରପା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page