ଖୋଲିବ ମେଡିକାଲ କଲେଜ

July 28, 2021, ଓଡ଼ିଶା, , Anupambharat News Bureau


ଖୋଲିବ ମେଡିକାଲ କଲେଜ
Anupambharat News Bureau
July 28, 2021


ଭୁବନେଶ୍ୱର, ୨୮ା୭(ଅନୁପମ ମିଡ଼ିଆ): ରାଜ୍ୟରେ କୋଭିଡ୍‌ ସଂକ୍ରମଣ ହାର ହ ୍ରାସ ପାଉଥିବା ବେଳେ ବନ୍ଦ ଥିବା ମେଡିକାଲ କଲେଜକୁ ପୁଣି ଥରେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିନେଇ ଡିଏମଇଟିଙ୍କୁ ଚିଠି ଲେଖି ଜଣାଇଛନ୍ତି ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର । କୋଭିଡ୍‌ ଗାଇଡଲାଇନ୍‌ ପାଳନ ପୂର୍ବକ ପୁଣିଥରେ ମେଡିକାଲ କଲେଜ, ନର୍ସିଂ, ଫାର୍ମାସି, ପାରାମେଡିକାଲ ଅନୁଷ୍ଠାନ ଖୋଲିବା ପାଇଁ ଏସିଏସ୍‌ ଚିଠି ଲେଖିଛନ୍ତି । ତେବେ ମେଡିକାଲ କଲେଜ ଖୋଲିବା ପରେ ସେଠାରେ ବିଭିନ୍ନ କଥାକୁ ଧ୍ୟାନ ଦେବାକୁ କୁହାଯାଇଛି । ଯେପରିକି, ଥିଓରି କ୍ଲାସ ପୂର୍ବଭଳି ଅନଲାଇନରେ ଜାରି ରହିବ । ପ୍ରାକଫିକାଲ କ୍ଲାସ ପାଇଁ ପିଲାମାନଙ୍କୁ ଗ୍ରୁପରେ ବିଭକ୍ତ କରାଯାଇ କ୍ଲାସ୍‌ ହେବ । କ୍ଲାସରେ ଯୋଗଦେବାକୁ ହେଲେ ପିଲାମାନଙ୍କୁ ସେମାନଙ୍କର ଅଭିଭାବକଙ୍କଠାରୁ ଅନୁମତି ଆଣିବାକୁ ହେବ । ତା ସହିତ ଶିକ୍ଷାନୁଷ୍ଠାନ ପିଲାମାନଙ୍କର ସ୍କ୍ରିନିଂ ପ୍ରତି ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
ଏହାସହିତ କ୍ୟାମ୍ପସରେ ପିଲାମାନେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତା କିଭଳି ପାଳନ କରିବେ ସେନେଇ ଦୃଷ୍ଟି ଦେବାକୁ ଏସିଏସି ଚିଠିରେ ଦର୍ଶାଇଛନ୍ତି । ଯେଉଁ ପିଲାମାନେ ଟିକାକରଣ କରିନାହାଁନ୍ତି କିମ୍ବା ଗୋଟିଏ ଡୋଜ୍‌ ନେଇଛନ୍ତି ସେମାନଙ୍କୁ ଅଲଗା କରି କ୍ଲାସ କରିବାକୁ କୁହାଯାଇଛି । ତତ୍‌ ସହିତ ପିଲାଙ୍କର ନିୟମିତ ସ୍କ୍ରିନିଂ ଉପରେ ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାରି ହଜାରରୁ ଊର୍ଦ୍ଧ୍ୱ ପଡ଼ା ହେବ ରାଜସ୍ୱ ଗ୍ରାମ : ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଚାରି ହଜାରରୁ ଊର୍ଦ୍ଧ୍ୱ ପଡ଼ା ହେବ ରାଜସ୍ୱ ଗ୍ରାମ : ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Read More...

ନୂଆ ଶିକ୍ଷା ନୀତିରେ ଗବେଷଣା :  ପାଞ୍ଚ ବର୍ଷରେ ଖର୍ଚ୍ଚ ହେବ ୫୦ ହଜାର କୋଟି

ନୂଆ ଶିକ୍ଷା ନୀତିରେ ଗବେଷଣା : ପାଞ୍ଚ ବର୍ଷରେ ଖର୍ଚ୍ଚ ହେବ ୫୦ ହଜାର କୋଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page