ଚାରି ହଜାରରୁ ଊର୍ଦ୍ଧ୍ୱ ପଡ଼ା ହେବ ରାଜସ୍ୱ ଗ୍ରାମ : ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

July 28, 2021, ଓଡ଼ିଶା, , Anupambharat News Bureau


ଚାରି ହଜାରରୁ ଊର୍ଦ୍ଧ୍ୱ ପଡ଼ା ହେବ ରାଜସ୍ୱ ଗ୍ରାମ : ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
Anupambharat News Bureau
July 28, 2021


ଭୁବନେଶ୍ୱର, ୨୮ା୭(ଅନୁପମ ମିଡ଼ିଆ): ରାଜ୍ୟରେ ଥିବା ୪୦୦୦ ପଡ଼ା ବା ବସତିକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବାପାଇଁ ଥିବା ଦୀର୍ଘଦିନର ସମସ୍ୟାକୁ ରାଜ୍ୟ ସରକାର ୫-‘ଟି’ ସୂତ୍ର ଅଧୀନରେ ସମାଧାନ କରିଛନ୍ତି । ଏହା ଦ୍ୱାରା ଏହି ପଡ଼ାଗୁଡ଼ିକ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଏବଂ କାର୍ଯ୍ୟକ୍ରମର ସୁବିଧା ପାଇପାରିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ପ୍ରଦାନ ନିମନ୍ତେ ନିୟମରେ ସରଳୀକରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ମର୍ମରେ ଅନୁମୋଦନ କରିଥିବା ମାର୍ଗଦର୍ଶିକାର ଅନୁପାଳନ ପାଇଁ ପତ୍ର ଲେଖିଛନ୍ତି ।
ନୂତନ ମାର୍ଗଦର୍ଶିକା ଅନୁସାରେ ମୂଳ ରାଜସ୍ୱ ଗ୍ରାମଠାରୁ ୫୦୦ ମିଟରରୁ ଅଧିକ ଦୂରରେ ଅବସ୍ଥିତ ୨୫୦ କିମ୍ବା ତଦୂର୍ଦ୍ଧ୍ୱ ଜନସଂଖ୍ୟାବିଶିଷ୍ଟ ପଡ଼ା ବା ବସତିଗୁଡ଼ିକୁ ନୂତନ ରାଜସ୍ୱ ଗ୍ରାମ ଭାବରେ ଘୋଷଣା କରାଯିବା ଅନୁରୂପ ଭାବରେ ମୂଳ ରାଜସ୍ୱ ଗ୍ରାମରୁ ୫୦୦ ମିଟର ମଧ୍ୟରେ ଥିବା ୩୦୦ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ପଡ଼ା ବା ବସତିଗୁଡ଼ିକୁ ନୂତନ ରାଜସ୍ୱ ଗ୍ରାମ ଭାବରେ ଗ୍ରହଣ କରାଯିବ । ୨୫୦ରୁ କମ୍‌ ଜନସଂଖ୍ୟାବିଶିଷ୍ଟ ପଡ଼ା ବା ବସତିଗୁଡ଼ିକ ମୂଳ ରାଜସ୍ୱ ଗ୍ରାମରୁ ପ୍ରାକୃତିକ ଭାବେ ବିଚ୍ଛିନ୍ନ ଥିଲେ ସେଗୁଡ଼ିକୁ ମଧ୍ୟ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମ ଭାବରେ ମାନ୍ୟତା ଦିଆଯିବ । ବିଭାଗୀୟ ପ୍ରମୁଖ ଶାସନ ସଚିବ ନୂତନ ରାଜସ୍ୱ ଗ୍ରାମ ସୃଷ୍ଟିବେଳେ ଗୋଚର ଏବଂ ଗୋଷ୍ଠୀଗତ ଜମିର ସୀମା ସଂରକ୍ଷଣ ବାବଦରେ ଜୋର ନଦେବାକୁ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇଛନ୍ତି । କି;ୁ ନୂତନ ଭାବେ ସୃଷ୍ଟି ହେଉଥିବା ଗ୍ରାମର ବାସିନ୍ଦାମାନେ ମୂଳ ଗ୍ରାମ ମଧ୍ୟରେ ଥିବା ଗୋଚର ଏବଂ ଗୋଷ୍ଠୀଗତ ଜମିକୁ ବ୍ୟବହାର କରିପାରିବେ ଓ ଏହା ଉଭୟ ଗ୍ରାମର ସାଧାରଣ ସଂପତି ଭାବେ ବିବେଚିତ ହେବ ।
ନୂତନ ରାଜସ୍ୱ ଗ୍ରାମ ସୃଷ୍ଟି ବାବଦରେ ବହୁବାର ରାଜ୍ୟ ବିଧାନସଭା ତଥା ଅନ୍ୟାନ୍ୟ ସାମ୍ମୁଖ୍ୟରେ ଦାବି ହୋଇ ଆସୁଛି । ଗୋଚର ଓ ଗୋଷ୍ଠୀଗତ ଜମି ଅଭାବରୁ ଅଧିକାଂଶ ପ୍ରସ୍ତାବ ବିଚାରକୁ ନିଆଯାଇ ପାରୁନଥିଲା । ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟ ସମୟରେ ଜମି ସଂରକ୍ଷଣ ବାବଦରେ ବହୁର୍ପୂବରୁ ଜାରି କେତେକ ପ୍ରଶାସନିକ ନିର୍ଦ୍ଦେଶନାମାକୁ କ୍ଷେତ୍ରୀୟ ଅଧିକାରୀମାନେ ସଠିକ୍‌ ଭାବେ ବୁଝିପାରିନଥିବାରୁ
ନୂତନ
ରାଜସ୍ୱ ଗ୍ରାମ ସୃଷ୍ଟି ବାଧାପ୍ରାପ୍ତ ହେଉଥିଲା । ଫଳରେ ରାଜ୍ୟ ବିଭିନ୍ନ ସମ୍ବଳ ସଂଗ୍ରହରୁ ବଞ୍ଚିତ ହେଉଥିଲା । ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନକଲେ ପ୍ରାୟ ୪୦୦୦ ନୂତନ ଗ୍ରାମ ସୃଷ୍ଟି ହେବା ସହିତ ଲୋକମାନେ ଉପକୃତ ହେବେ ବୋଲି ସେଠୀ ଉଲ୍ଲେଖ କରିଛନ୍ତି ଏବଂ ପୂର୍ବର ସମସ୍ତ ନିର୍ଦ୍ଦେଶାବଳୀ ଏହା ଦ୍ୱାରା ନିଷ୍କ୍ରିୟ ହେବ ବୋଲି ଦର୍ଶାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରେମିକା ଅର୍ଦ୍ଧଦU ଅବସ୍ଥାରେ ଉଦ୍ଧାର ମାମଲା: ଆଖିବୁଜିଲା ପୀଡ଼ିତା, ପ୍ରେମିକ ଅଟକ

ପ୍ରେମିକା ଅର୍ଦ୍ଧଦU ଅବସ୍ଥାରେ ଉଦ୍ଧାର ମାମଲା: ଆଖିବୁଜିଲା ପୀଡ଼ିତା, ପ୍ରେମିକ ଅଟକ

Read More...

ଖୋଲିବ ମେଡିକାଲ କଲେଜ

ଖୋଲିବ ମେଡିକାଲ କଲେଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page