ପ୍ରେମିକା ଅର୍ଦ୍ଧଦU ଅବସ୍ଥାରେ ଉଦ୍ଧାର ମାମଲା: ଆଖିବୁଜିଲା ପୀଡ଼ିତା, ପ୍ରେମିକ ଅଟକ

July 28, 2021, ଓଡ଼ିଶା, , Anupambharat News Bureau


ପ୍ରେମିକା ଅର୍ଦ୍ଧଦU ଅବସ୍ଥାରେ ଉଦ୍ଧାର ମାମଲା: ଆଖିବୁଜିଲା ପୀଡ଼ିତା, ପ୍ରେମିକ ଅଟକ
Anupambharat News Bureau
July 28, 2021


ପୁରୁଷୋତ୍ତମପୁର,୨୭ା୭(ଅନୁପମ ମିଡ଼ିଆ): ପୁରୁଷୋତ୍ତମପୁର ଥାନା ସ୍ଥିତ ପ୍ରତାପୁର ଅଞ୍ଚଳରୁ ଏକ ପରିତ୍ୟକ୍ତ ଘରୁ ଅର୍ଦ୍ଧ ଦU ଅବସ୍ଥାରେ ଉଦ୍ଧାର ହୋଇଥିବା ବୁଗୁଡା ବାଲିପଦର ଫାଣ୍ଡି ନିକଟ କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗା (୨୫) ଗତ ରାତିରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଆଖି ବୁଜିଛନ୍ତି । ତେବେ ଯୁବତୀଙ୍କ ମୃତୁ୍ୟକାଳୀନ ଜମାନବନ୍ଦୀକୁ ଭିତ୍ତି କରି ପୋଲିସ ପୀଡ଼ିତାଙ୍କ ପ୍ରେମିକ କୁହାଯାଉଥିବା କୃର୍ଷ୍ଣ ସାହୁଙ୍କୁ ଅଟକ ରଖି ମାମଲାର ତଦନ୍ତ ଜାରି ରଖିଛି । ତେବେ ଅଭିଯୁକ୍ତ କୁହାଯାଉଥିବା କୃଷ୍ଣ ପୋଲିସକୁ ଏବଂ ଗଣମାଧ୍ୟମକୁ ଦେଇଥିବା ସୂଚନା ମାମଲାକୁ ଅଧିକ ରହସ୍ୟାବୃତ୍ତ କରିବାରେ ଲାଗିଛି । ଘଟଣାରେ ତାର ସମ୍ପୃକ୍ତି ନଥିବା ଯୁବତୀ ଜଣକ ନିଜେ ଆତ୍ମହତ୍ୟା କରିଥିବା କୃଷ୍ଣ କହିବା ପରେ ମାମଲା ଭିନ୍ନ ମୋଡ଼ ନେବାରେ ଲାଗିଛି । ମିଳିଥିବା ସୂଚନା ପ୍ରକାରେ ୨୦୧୫ ମସିହାରେ କୃଷ୍ଣ ଓ ଶୁଭସ୍‌୍ମିତା ବ୍ରହ୍ମପୁର ସହରରେ ପାଠ ପଢୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏପରିକି ସେମାନେ ଘର ଛାଡ଼ି ପଳାଇ କିଛି ଦିନ ମିଶି କରି ରହିଥିଲେ । ତେବେ କୃଷ୍ଣ ଘର ଲୋକ ଉଭୟଙ୍କୁ ବୁଝାଇ ସୁଝାଇ ଫେରାଇ ଆଣିଥିଲେ । ତେବେ ବର୍ତ୍ତମାନ କୃଷ୍ଣର ବାହାଘର ଠିକ୍‌ ହେବା କଥା ଶୁଭସ୍ମିତା ଶୁଣିବା ପରେ କୁଆଡ଼େ ବିଚଳିତ ହୋଇ ପଡ଼ିଥିଲା । ଏହାପରେ ଗତକାଲି ଶୁଭସ୍ମିତାକୁ ଅର୍ଦ୍ଧଦU ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ପୋଲିସ ହାତରେ ଧରାପଡ଼ିଥିବା କୃଷ୍ଣ କିନ୍ତୁ ନିଜକୁ ନିର୍ଦ୍ଦୋଷ ବୋଲି କହିଛି । ଏପରିକି ଶୁଭସ୍ମିତା ମାନସିକ ସନ୍ତୁଳନ ହରାଇଥିବା ଏବଂ ଏନେଇ ତାର ସାନ ଭଉଣୀ ଜାଣିଥିବା
ପ୍ରକାଶ କରିଛି । ଏପରିକି ଘଟଣା ଦିନ ସେ ତରାତାରିଣୀ ଛକରେ ଏକ କମ୍ପୁ୍ୟଟର ରିପେରିଂ କରୁଥିଲା ବୋଲି କହିଛି । ଫଳରେ ପୋଲିସ ଘଟଣାକୁ ନେଇ ଅଧିକ ତନାଘନା ଜାରି ରଖିଛି ।
ପ୍ରକାଶଥାଉକି ପ୍ରତାପୁର ଏକ ନିଛାଟିଆ ପରିତ୍ୟକ୍ତ ଘରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ ଚିତ୍କାର ଶୁଣି ନିକଟରେ ଥିବା କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଓ ଦମକଳ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ଘଟଣା ସ୍ଥଳରୁ ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ ପୁରୁଷୋତ୍ତମପୁର ମେଡିକାଲ ଭର୍ତ୍ତି କରିଥିଲେ । ଯୁବତୀଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡିକାଲରେ ଏକଜୁକୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ନୀତିଶ କୁମାର ତ୍ରିପାଠୀ ପହଞ୍ଚି ଯୁବତୀର ମୃତୁ୍ୟକାଳୀନ ଜମାନବନ୍ଦୀ ନେଇଥିଲେ । ଏହାପରେ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ପହଞ୍ଚି ଦରପୋଡା ଯୁବତୀକୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁଭସ୍ମିତାଙ୍କର ମୃତୁ୍ୟ ଘଟିଥିବା ଜଣାପଡୁଛି । ଏହାପରେ ଆସାମୀର ମୋବାଇଲ ନଂ କୁ ଟ୍ରାକ କରି ପୁରୁଷୋତ୍ତମପୁର ସ୍ଥିତ କେଶପୁର ଛକଠାରେ ଅସାମୀକୁ ଗତ ରାତିରେ ଧରି ଥାନାକୁ ଆଣିଥିଲେ । ଏହାସହିତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ଯୁବତୀଙ୍କ ଚପଲ, ମୋବାଇଲ, ପଡିଯାଇଥିବା ଡ୍ରେସ ଏବଂ ତାଙ୍କ ଭେନିଟ୍‌କୁ ଜବତ କରି ତଦନ୍ତ କରିଥିବା ଏସ୍‌ଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ଜଗନ୍ନାଥ ମଲ୍ଲିକ ଆଜି ଥାନାରେ ଗଣାମଧ୍ୟମ ପ୍ରତିନିଧିଙ୍କୁ ସୂଚିତ କରିଛନ୍ତି । ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର ମଧ୍ୟ ଆଜି ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି । ତେବେ ଅଭିଯୁକ୍ତ ଘଟଣାରେ ସମ୍ପୃକ୍ତିକୁ ରୋକଠୋକ ମନା କରୁଥିବା ବେଳେ ଯୁବତୀଙ୍କ ବେଗରୁ ଦୁଇ ବତଲ ସ୍ପିରିଟ ଉଦ୍ଧାର ହୋଇଥିବାରୁ ମାମଲା ଅଧିକ ଗୋଳମାଳିଆ ହୋଇଛି । ପୋଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏହା ଉପରୁ ରହସ୍ୟ ଉଠିବ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୧ରେ ଯୁକ୍ତ ୩  ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

୩୧ରେ ଯୁକ୍ତ ୩ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

Read More...

ଚାରି ହଜାରରୁ ଊର୍ଦ୍ଧ୍ୱ ପଡ଼ା ହେବ ରାଜସ୍ୱ ଗ୍ରାମ : ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଚାରି ହଜାରରୁ ଊର୍ଦ୍ଧ୍ୱ ପଡ଼ା ହେବ ରାଜସ୍ୱ ଗ୍ରାମ : ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page