ଭାରତ ପାଇଁ ସୁନା ଆଣିଲେ ନୀରଜ

August 07, 2021, କ୍ରୀଡ଼ା, , Anupambharat News Bureau


ଭାରତ ପାଇଁ ସୁନା ଆଣିଲେ ନୀରଜ
Anupambharat News Bureau
August 07, 2021


ଟୋକିଓ, ୭ା୮:­ ଭାରତୀୟ ତାରକା ଜାଭଲିନ୍‌ ଥ୍ରୋ ନୀରଜ ଚୋପ୍ରା ଇତିହାସ ସୃ୍‌ଷ୍ଟି କରିଛନ୍ତି । ଐତିହାସିକ ପ୍ରଦର୍ଶନ କରି ଟୋକିଓ ଅଲିମ୍ପିକ୍ସରେ ନୀରଜ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି । ନୀରଜ ଜାଭଲିନ୍‌ ଥ୍ରୋରେ ୮୭.୫୮ ମିଟରରୁ ସ୍ୱର୍ଣ୍ଣ ପଦକ ପMା କରିଥିଲେ । ଆଥଲେଟରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ । ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ଭାରତ ୧୩ ବର୍ଷ ପରେ ଦ୍ୱିତୀୟ ସ୍ୱର୍ଣ୍ଣ ପାଇଲା । ଭେଟେରାନ୍‌ ସୁଟର ଅଭିନାଭ ବିନ୍ଦ୍ରା ବେଜିଂ ଅଲିମ୍ପିକ୍ସରେ ୨୦୦୮ରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର କୃତିତ୍ୱ ହାସଲ କରିଥିଲେ । ତେବେ ନୀରଜଙ୍କ ଏହି ଐତିହାସକ ସଫଳତା ଫଳରେ ଭାରତ ଟୋକିଓ ଅଲିମ୍ପିକ୍ସରେ ସାତଟି ପଦକ ହାସଲ କରିଛି । ଯାହାକି ଭାରତ ପାଇଁ ସର୍ବକାଳୀନ ସର୍ବାଧିକ ଅଲିମ୍ପିକ୍ସ ପଦକ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ଛ’ଟି ପଦକ ହାସଲ କରିଥିଲା । ନୀରଜଙ୍କ ଏହି ସଫଳତା ପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛଟିବାରେ ଲାଗିଛି । ୧୨ ଜଣ ଆଥଲେଟ୍‌ ଇଭେଣ୍ଟରେ ନୀରଜ ତାଙ୍କର ପ୍ରଥମ ପ୍ରୟାସରେ ୮୭.୦୩ ମିଟର ଦୂରତା ପାଇଁ ଜାଭଲିନ୍‌ ଫିଙ୍ଗିଥିଲେ । ସେ ଜର୍ମାନୀର ଜୁଲିଆନ୍‌ େୱବ୍‌ର ଏବଂ ଜୋହନଓ ଭେଟେରଙ୍କ ପରି ମହାନ୍‌ ବ୍ୟକ୍ତିଙ୍କୁ ଅତିକ୍ରମ କରିଥିଲେ । ପ୍ରଥମ ପ୍ରୟାସରେ ଜୁଲିଆନ୍‌ େୱବର ଜାଭଲିନ୍‌ ୮୫.୩୦ ମିଟର ଫିଙ୍ଗିଥିବା ବେଳେ ଜୋହନସକ ଭେଟେରଙ୍କ ଥ୍ରୋ ୮୨.୫୨ ମିଟର ଥିଲା ।ଦ୍ୱିତୀୟ ପ୍ରୟାସରେ ନୀରଜ ଆଉ ଏକ ଉଜ୍ଜଳ ଥ୍ରୋ କରିଥିଲେ । ସେ ଜାଭଲିନ୍‌ ୮୭.୫୮ ମିଟର ଦୂରରେ ପକାଇଥିଲେ । ତୃତୀୟ ପ୍ରୟାସରେ ନୀରଜ ଚୋପ୍ରାଙ୍କ ଥ୍ରୋ ଅଧିକ ଦୂରକୁ ଯାଇନଥିଲା । ସେ କେବଳ ୭୬.୭୯ ମିଟର ଦୂରରେ ଜାଭଲିନ୍‌ ଫିଙ୍ଗିବାରେ ସକ୍ଷମ ହୋଇଥିଲେ । ତେବେ ସ୍ୱର୍ଣ୍ଣ ପଦକ ଦାବି ଦାର ଥିବା ଜୋହନଓ ଭେଟେର ପ୍ରଥମ ତିନୋଟି ଥ୍ରୋ ପରେ ଶ୍ରେଷ୍ଠ ଆଠ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାରୁ ବାଦ୍‌ ପଡ଼ିଥିଲେ । ନୀରଜଙ୍କ ଚତୁର୍ଥ ଓ ପଞ୍ଚମ ପ୍ରୟାସ ଫାଉଲ୍‌ ହୋଇଥିଲା । ଏହା ସତ୍ତେ୍ୱ ନୀରଜଙ୍କ ୮୭.୫୮ ମିଟର ଥ୍ରୋ ତାଲିକାରେ ଶ୍ରେଷ୍ଠ ରହିଥିଲା । ଭାରତର ଏହି ଶ୍ରେଷ୍ଠ କ୍ରୀଡ଼ାବିତଙ୍କ
ଶେଷ
ଥ୍ରୋ ଔପଚାରିକ ମାତ୍ର ରହିଥିଲା । ଚେକର ଜାକୁବ୍‌ ବେଦଲେଚ ୮୬.୬୭ ମିଟର ଥ୍ରୋ ସହିତ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଥିଲେ । ସେହିଭଳି ଚେକର ଭିତେସ୍ଲାବ ଭେସଲି ୮୫.୪୪ ମିଟର ଥ୍ରୋ ସହ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଟ୍ରାକ ଏବଂ ଫିଲï ଇଭେଣ୍ଟରେ ଭାରତ ପାଇଁ ନିଜର ପଦାର୍ପଣ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଣିଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍‌ କରି ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ଉପରାଷ୍ଟ୍ରପତି ମଧ୍ୟ ଏହି ଖେଳାଳିଙ୍କୁ ନିଜ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପକ୍ଷେ ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ଇତିହାସ ରଚାଯାଇଛି ଏବଂ ନୀରବ ଯାହା ହାସଲ କଲେ ତାହା ସର୍ବଦା ସ୍ମରଣୀୟ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ରେ ଉଲ୍ଳେଖ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଚୋପ୍ରା ଦେଶ ପାଇଁ ଗର୍ବ: ନବୀନ

ଚୋପ୍ରା ଦେଶ ପାଇଁ ଗର୍ବ: ନବୀନ

Read More...

 ଧ୍ୟାନଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର

ଧ୍ୟାନଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page