୧୩ ଲକ୍ଷରୁ ଊର୍ଦ୍ଧ୍ୱ ନକଲି ନୋଟ ଜବତ, ଛ’ ଗିରଫ

August 08, 2021, ଓଡ଼ିଶା, , Anupambharat News Bureau


୧୩ ଲକ୍ଷରୁ ଊର୍ଦ୍ଧ୍ୱ ନକଲି ନୋଟ ଜବତ, ଛ’ ଗିରଫ
Anupambharat News Bureau
August 08, 2021


ସମ୍ବଲପୁର, ୮ା୮(ଅନୁପମ ମିଡ଼ିଆ): ସମ୍ବଲପୁର ଜିଲ୍ଲା ପୋଲିସ ନକଲି ନୋଟ କାରବାରରେ ଲିପ୍ତ ଏକ ଆନ୍ତଃରାଜ୍ୟ ର୍ୟାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି । ଏହି କ୍ରମରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାଡ଼ ଛ’ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବିପୁଳ ପରିମାଣର ଜାଲ ନୋଟ ଓ ଯନ୍ତ୍ରାଂଶ ଜବତ କରିଛନ୍ତି । ଏସପି ବି ଗଙ୍ଗାଧର ଆଜି ଏସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଟାଉନ ଥାନା ଇଲାକର ଏକ ଦୋକାନୀ ସହିତ ଦୁଇ ଜଣ ବ୍ୟକ୍ତି ଗଣ୍ଡଗୋଳ କରୁଥିଲେ । ପୋଲିସ ସୋଠାରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ପରେ ଖାନତଲାସି କରିବା ସମୟରେ ସେମାନଙ୍କ ଠାରେ ଥିବା ଟଙ୍କା ନୋଟ ଉପରେ ସନ୍ଦେହ ହୋଇଥିଲା । ଯାଞ୍ଚ ପରେ ମିଳଥିବା ନୋଟ ଜାଲ ବୋଲି ଜଣାପଡ଼ିଥିଲା । ପୋଲିସ ଟିମ ଏନେଇ ଅଧିକ ତଦନ୍ତ କରି ଅଟକ ଅଭିଯୁକ୍ତଙ୍କ ସୂଚନା ଆଧାରରେ ବରଗଡ଼ ଜିଲ୍ଲା ଭଟଲି ଓ ଅମ୍ବାଭୋନା ଅଞ୍ଚଳର ଦୁଇ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଏମାନେ ଛତିଶଗଡ଼ର ରାୟଗଡ଼ ସହରର ଦୁଇଜଣଙ୍କଠାରୁ ନକଲି ଟଙ୍କା ଆଣି ତାକୁ ବିକ୍ରୀ କରୁଥିଲେ । ଏକ ଲକ୍ଷ ଟଙ୍କାର ନକଲି ନୋଟକୁ ୧୫ହଜାର ଟଙ୍କାରୁ ୧୬ ହଜାର ଟଙ୍କା ଦରରେ କାରବାର କରାଯାଉଥିବା ଛାନବିନ ସମୟରେ ଜଣାପଡ଼ିଥିଲା । ଅଭିଯୁକ୍ତ ମାନେ ନକଲି ଶହେ ଟଙ୍କାର ନୋଟକୁ ସାଧାରଣ ଦୋକାନରେ ବ୍ୟବହାର କରୁଥିଲେ । ଏଥିରେ କୋଡ଼ିଏ ଟଙ୍କାର ସୌଦା କରି ବାକି ଅଶୀ ଟଙ୍କାର ଖୁଚୁରା ସଂଗ୍ରହ କରୁଥିଲେ ।
ମଲ୍‌ ଆଦି ବଡ଼ ବ୍ୟବସାୟୀକ ପ୍ରତିଷ୍ଠାନରେ ଏହି ଭଳି ଭାବରେ ବଡ଼ ଅଙ୍କର ନକଲି ନୋଟ ଜରିଆରେ କାରବାର କରୁଥିଲେ । ତେବେ ପୋଲିସ ସଘନ ତଦନ୍ତ ସମୟରେ ଅଭିଯୁକ୍ତଙ୍କଠାରୁ ନକଲି ୧୩ ଲକ୍ଷ ୮୫ ହଜାର ଟଙ୍କାର ନୋଟ ଜବତ କରାଯାଇଛି । ଏଥିରେ ନକଲି ୨ ହଜାର, ୫ ଶହ ଓ ଶହେ ଟଙ୍କିଆ ନୋଟ ରହିଛି । ସେହିପରି ଧଳା ପ୍ରିଣ୍ଟିଂ କାଗଜ, ମୁଦ୍ରଣ ଯନ୍ତ୍ର, ଏଥିରେ ବ୍ୟବହୃତ ହେଉଥିବା ରଙ୍ଗ, କଟର ମ୍ୟାସିନ ଓ ଛତିଶଗଡ଼ ରାଜ୍ୟର ନମ୍ବରଥିବା ଗୋଟିଏ ବାଇକ ଜବତ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଏହି ଘଟଣାରେ ଟାଉନ ଥାନାର ମାମଲା ସଂଖ୍ୟା ୩୨୦/୨୦୨୧ ଉପରେ ଆଇପିସିର ଧାରା ୪୯୮-କ, ୪୮୯-ଗ ଓ ଘ ବଳରେ ମୋକଦ୍ଦମା ରୁଜୁ କରାଯାଇଛି । ଘଟଣା ସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରୀ ରହିଛି । ଏଥିରେ ଅଧିକ ଜାଲ ନୋଟ ଓ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବା । ବର୍ତ୍ତମାନ ଗିରଫ ମାନେ ହେଲେ ବରଗଡ଼ ଜିଲ୍ଲା ଭଟଲି ଗୋପାଳପୁରର ସାଗର ସାହୁ(୨୬) ଏବଂ ଅଶୋକ ସାହୁ(୨୭), ଅମ୍ବାଭୋନା କାଶିପାଲିରର ଗୁଣ ଭୋଇ(୩୮)ଓ କୁମ୍ବୋର ଶିବୁ ବନିଆ(୩୦) ଏବଂ ରାୟଗଡ଼ ଜିଲ୍ଲା ଉଜବେଠିକାଶିରର ସତୁ ନିରାଲା(୨୬) ଏବଂ ଅଭି ଝାଙ୍ଗଡେ(୪୮) ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାନ ଭଉଣୀକୁ ମାରି  ବଡ଼ ଭଉଣୀର ଆତ୍ମହତ୍ୟା

ସାନ ଭଉଣୀକୁ ମାରି ବଡ଼ ଭଉଣୀର ଆତ୍ମହତ୍ୟା

Read More...

ହାଜତ ନିର୍ଯାତନା ଉପରେ ସିଜେଆଇଙ୍କ ଉଦ୍‌ବେଗ

ହାଜତ ନିର୍ଯାତନା ଉପରେ ସିଜେଆଇଙ୍କ ଉଦ୍‌ବେଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page