୩୦ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ, ବିଜେପି ଏକାକୀ ଗଢ଼ିବ ସରକାର

May 24, 2019, ଦେଶ, , Anupambharat News Bureau


୩୦ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ, ବିଜେପି ଏକାକୀ ଗଢ଼ିବ ସରକାର
Anupambharat News Bureau
May 24, 2019

ନୂଆଦିଲ୍ଲୀ: ବର୍ତ୍ତମାନ ବିଜେପି ବହୁ ଭୋଟରେ ଜିତିବା ଯୋଗୁଁ ଏଥିରୁ ସ୍ୱଷ୍ଟ ହୋଇଛି ଯେ ଦେଶରେ ବିଜେପି ସରକାର ପୁଣିଥରେ ସରକାର ଗଢ଼ିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ମେ ୩୦ରେ ଶପଥ ଗ୍ରହଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଶପଥ ଗ୍ରହଣ ଉତ୍ସବକୁ ଭବ୍ୟ ଏବଂ ଆହୁରି ବଡ଼ ଆକାରରେ କରିବାକୁ ଚେଷ୍ଟା କରାଯାଉଥିବା ଜଣାପଡ଼ିଛି । ଆଗାମୀ ଦିନରେ ବିଶ୍ୱ ଦରବାରରେ ଭାରତର ବାର୍ତ୍ତା କିପରି ପହଞ୍ଚାଇ ପାରିବ ସେନେଇ ଯୋଜନା ଚାଲିଛି । ସାର୍କ ଦେଶର ରାଷ୍ଟ୍ରମୁଖ୍ୟ ମାନେ ଚଳିତଥର ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।
ଗତ ଥର ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ଆସିଥିବା ବେଳେ ଚଳିତଥର ପାକିସ୍ତାନ ସହ ତିକ୍ତତା ଥିବାରୁ ପାକିସ୍ତାନ ପିଏମଙ୍କୁ ଡକାଯିବ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିନି । ଶପଥ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଲୋକସଭା ଆସନ ବାରଣାସୀକୁ ଯାଇ ଭୋଟରଙ୍କୁ ଧନ୍ୟବାଦ ଦେବେ ବୋଲି ଜଣାପଡ଼ିଛି । ଏଥିସହ ଶପଥ ନେବା ପୂର୍ବରୁ ମୋଦି ଗାନ୍ଧିନଗର ଯାଇ ନିଜ ମାଆ ହୀରା ବେନଙ୍କ ଆଶୀର୍ବାଦ ନେବେ ବୋଲି ଜଣାପଡ଼ିଛି । ଆଗାମୀ ୩୦ ତାରିଖ ଗୁରୁବାର ଦିନ ଦେଶର ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦି ଶପଥ ନେବେ ବୋଲି କୁହାଯାଉଛି । ନରେନ୍ଦ୍ର ମେଦିଙ୍କ ନେତୃତ୍ୱାଧୀନ ଏନ୍‌ଡ଼ିଏ ସରକାରକୁ ଦ୍ୱିତୀୟ ଥର କ୍ଷମତାକୁ ଆଣି ଭାରତୀୟ ମତଦାନା ଏହାବ ସାବ୍ୟସ୍ଥ କରିଛନ୍ତି । ଶପ୍ତଦଶ ଲୋକସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବହୁମତ ହାସଲ କରିଛି । ଏଥିସହିତ ବିଜେପି ନେତ୍‌ୃତ୍ୱାଧୀନ ଏନ୍‌ଡ଼ିଏ ପୁନଃ ପାଞ୍ଚ ବର୍ଷ ଶାସନ କରିବାକୁ ଜନାଦେଶ ପାଇଛି । ତିନି ଦଶନ୍ଦି ମଧ୍ୟରେ କ୍ରମାଗତ ଦ୍ୱୀତିୟ ଥର ବହୁମତ ସହିତ କ୍ଷମତାକୁ ଫେରିବା କ୍ଷେତ୍ରରେ ବିଜେପି ପୁନଃ ଇତିହାସ ରଚିଛି । ଚଳିତ ବର୍ଷ (୨୦୧୯ ସାଧାରଣ ନିର୍ବାଚନ)ରେ ମଧ୍ୟ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ସହିତ ସରକାର ଗଠନ କରିବା ଯାଉଛି । ଏ କ୍ଷେତ୍ରରେ ଏନ୍‌ଡ଼ିଏ ମାତ୍ର ଗୋଟାଏ ଆସନ ହାତଛଡ଼ା କରିଛି । ଉଲ୍ଲେକଥାଉକି ମୋଦିଙ୍କ ମ୍ୟାଜିକ କାର୍ଯ୍ୟ କରିବାରୁ ବିଜେପିକୁ ଏକ ବଡ଼ ସଫଳତା ମିଳିଛି । ଯାହାକି ଆଜିର ଗଣତି ଫଳାଫଳରୁ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛ । ଏହାକୁ ନେଇ ବିଜେପିରେ ଖୁସିର ମାହଲ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ କଂଗ୍ରେସରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଫଳରେ ଦଳରେ ନୈରାଶ୍ୟଭାବ ଦେଖିବାକୁ ମିଳିଛି । ଏକ୍‌ଜିଟ୍‌ ପୋଲ୍‌ ସର୍ଭେ ରିପୋର୍ଟରେ ଏନ୍‌ଡିଏ ସରକାର ବହୁମତ ହାସଲ ନେଇ ଆକଳନ ହୋଇଥିଲା । ସରକାରେ ଗଠନ ଲାଗି ମ୍ୟାଜିକ୍‌ ପାଇଁ ଏକ ନିର୍ଦ୍ଧିଷ୍ଟ ସଂଖ୍ୟା ରହିଥିଲା ବେଳେ ବତ୍ତର୍ମାନର ଟ୍ରେଣ୍ଡକୁ ଦେଖିଲେ ଏନ୍‌ଡିଏ ଏହାଠାରୁ ଅଧିକ ସଂଖ୍ୟକ ଆସନ ପାଇବା ନିଶ୍ଚିତ ହୋଇଛି । ବିଜୟ ଲାଭ କଲା ପରେ ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ମୋଦି ତାହାଙ୍କ ବିପୁଳ ବିଜୟ ନେଇ ଦଳୀୟ ସମର୍ଥକ କର୍ମୀଙ୍କ ତାହାଙ୍କ ବିଜୟ ଯାତ୍ରାର ସଭା ଆୟୋଜନ କରିଥିଲେ ଦଳୀୟ କାର୍ଯ୍ୟାଳୟରେ ଅତ୍ୟନ୍ତ ଉଲ୍ଲସିତ ପରିବେଶ ମଧ୍ୟରେ ମୋଦି କହିଛନ୍ତି ଯେ ଦେଶବାସୀ ପୁଣି ଥରେ ଏହି ଫକିର ଉପରେ ଭରସା କଲେ ମୋଦି ସରକାରଙ୍କ ୫ ବର୍ଷର ସଫଳତା ତାଙ୍କୁ ପୁଣି କ୍ଷମତାସୀନ କରାଇପାରିଛି । ଦେଶର ସୁରକ୍ଷା ଅର୍ଥନୀତିକୁ ମଜଭୁତ କରିବାରେ ମୋଦିଙ୍କ ଉଲ୍ଲେଖନୀୟ କାର୍ଯ୍ରକୁ ଦେଶବାସୀ ବିଶେଷକରି ଯୁବ ଭୋଟରମାନେ ପସନ୍ଦ କରିଛନ୍ତି ସେଥିପାଇଁ ଚଳିତଥର ମତଦାନ ହାର ସବୁଠାରୁ ଅଧିକ ରହିଥିଲା । ତେବେ ବିରୋଧୀଙ୍କ ପ୍ରଚଣ୍ଡ ଆକ୍ରମଣ ସାମାନ୍ୟତମ ପ୍ରଭାବ ମୋଦି କିମ୍ବା ତାଙ୍କ ସରକାରଙ୍କ ଉପରେ ପଡ଼ି ନଥିଲା । ସେ ପୁଣି କହିଥିଲେ ଯେ ତାଙ୍କ ସରକାର ଉପରେ ଦୁର୍ନୀତି କିମ୍ବା ଭ୍ରଷ୍ଟାଚାରର ଦାଗ ଲାଗିନାହିଁ । ବିଜେପି କେବେ କି ନିଜର ଆଦର୍ଶକୁ ତ୍ୟାଗ କରିନାହିଁ । ଅନେକ ସମସ୍ୟା ଆସିଛି ଯାଇଛି । କିନ୍ତୁ ବିଜେପି ତାହାର ଆଦର୍ଶ ଓ ଲକ୍ଷ୍ୟପଥରୁ ବିଚୁ୍ୟତ ହୋଇନାହିଁ । ଏହା ଏକ ଐତିହାସିକ ଜିତ୍‌ ୫୦ ବର୍ଷ ପରେ କୌଣସି ଦଳକୁ ଦ୍ୱିତୀ୍ରଥର ପାଇଁ ସରକାର ଚଳାଇବା ଲାଗି ପୂର୍ଣ୍ଣ ବହୁମତ ମିଳିଛି । ଅନେକ ରାଜ୍ୟରୁ ଜନତାଙ୍କ ସହଯୋଗ ଯୋଗୁଁ ଆମକୁ ସରକାର ଗଢ଼ିବା ପାଇଁ ପୂର୍ଣ୍ଣ ବହୁମତ ମିଳିଛି ।
ଉଲ୍ଲେଖଥାଉକି ମୋଦିଙ୍କୁ ଏବଂ ବିଜେପି ବିଭିନ୍ନ ରାଜ୍ୟରେ ବିଧାନସଭା ଓ ଭାରତର ସାଧାରଣ ନିର୍ବାଚନରେ ବିଜୟୀ କରାଯାଇବା ପାଇଁ ଦଳର ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଭୂମିକା ଗୁରୁତ୍ୱପୂଣ୍ଣ ରହିଛି । ଚଳିତ ନିର୍ବାଚନରେ ବିଜେପି ଯେପରି ବିପୁଳ ସମର୍ଥନ ପାଇଛି, ତାହାର ଶ୍ରେୟ ବି ଶାହଙ୍କୁ ଯାଇଛି । ସେ ଏଇ ନିର୍ବାଚନରେ ବିଜପିର ବିଜୟ ସୁନିଶ୍ଚି କରାଇବା ପାଇଁ ଲାଗି ପଡ଼ିଥିଲେ ଓ ବିଜୟ ମଧ୍ୟ କରାଇଲେ ବିଜେପିକୁ ଜିତାଇବା ପାଇଁ ଅମିତ୍‌ଶାହ ଦିନରାତି ଯେପରି କାମ କରୁଥିଲେ ତାହା ସହଜରେ ଅନୁମେୟ । ଦ୍ୱିତୀୟ ଧର ପାଇଁ ବିଜେପି ଦେଶର କ୍ଷମତାକୁ ଆସିଲେ ଅଧା ରହିଥିବା ସ୍ୱପ୍ନ ଗୁଡ଼ିକ ପୁଣି ସାକାର ହୋଇଯିବ । ଏନ୍‌ଡ଼ିଏର କିଛି ନେତା ବି ବିଜେପିରେ ମୋଦିଙ୍କ ପରେ ଶାହ ଦଳର ନୂଆଁ କରିଚୟ ହେବେ ବୋଲି ଅନୁମାନ ଲଗାଉଛନ୍ତି । ସୁରକ୍ଷା ସମ୍ମୁଖରେ ସବୁ ପ୍ରସଙ୍ଗ ତୁଚ୍ଛ । ଏନ୍‌ଡ଼ିଏ ସରକାରକୁ ଦ୍ୱିତୀୟ ଥର କ୍ଷମତାକୁ ଆଣି ଭାରତୀୟ ମତଦାନା ଏହାବ ସାବ୍ୟସ୍ଥ କରିଛନ୍ତି । ଶପ୍ତଦଶ ଲୋକସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବହୁମତ ହାସଲ କରିଛି । ଏଥିସହିତ ବିଜେପି ନେତ୍‌ୃତ୍ୱାଧୀନ ଏନ୍‌ଡ଼ିଏ ପୁନଃ ପାଞ୍ଚ ବର୍ଷ ଶାସନ କରିବାକୁ ଜନାଦେଶ ପାଇଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଥର ମନ୍ତ୍ରୀ ହେବେନି ଜେଟଲୀ!

ଏଥର ମନ୍ତ୍ରୀ ହେବେନି ଜେଟଲୀ!

Read More...

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page