ଏଥର ମନ୍ତ୍ରୀ ହେବେନି ଜେଟଲୀ!

May 24, 2019, ଦେଶ, , Anupambharat News Bureau


ଏଥର ମନ୍ତ୍ରୀ ହେବେନି ଜେଟଲୀ!
Anupambharat News Bureau
May 24, 2019

ନୂଆଦିଲ୍ଲୀ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମୟରେ ବିଜେପିର ସଂକଟ ମୋଚନ କରିଆସିଥିବା ବରିଷ୍ଠ ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନୂଆ ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିବେନି ବୋଲି ସୂଚନା ମିଳିଛି । ଗତ କିଛି ମାସ ଧରି ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହୁଥିବାରୁ ସେ, ଏଭଳି ନିଷ୍ପତ୍ତି ନେବା ନେଇ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ତେବେ ଜେଟଲୀଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିବା ଜଣେ ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ, ସେ ଆଉ ଅର୍ଥମନ୍ତ୍ରୀ ଦାୟିତ୍ୱ ନେବେନି, କାରଣ ସେ ଅସୁସ୍ଥ ଅଛନ୍ତି । ଯଦି ବି ମନ୍ତ୍ରୀ ହେବେ କମ୍‌ ଚାପ ଥିବା ବିଭାଗ ବାଛିବେ । ବିଭିନ୍ନ ଗଣମାଧ୍ୟମ ତାଙ୍କ ସହ ଯୋଗାଯୋଗ କରିବାର ପ୍ରୟାସ କରିଥିଲେ ହେଁ, ଏଯାଏଁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଗତକାଲି ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳର କର୍ମୀଙ୍କ ସହ ବିଜୟ ଉତ୍ସବ ମନାଉ ଥିବାବେଳେ ଦଳର ତୃତୀୟ ବରିଷ୍ଠ ନେତା ଜେଟଲୀ ଉପସ୍ଥିତ ରହିବ ବୋଲି କୁହାଯାଇଥିଲେ, ମଧ୍ୟ ସେ ଆସିନଥିଲେ । ସୋସିଆଲ ମିଡିଆରେ ମୋଦିଙ୍କ ସମେତ ସମସ୍ତ ବିଜେପି କର୍ମୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, ଉତ୍ସାହୀ ଭାରତ ରାଜତନ୍ତ୍ର, ବଂଶବାଦ ଏବଂ ଜାତିବାଦକୁ ଗ୍ରହଣ କରିନି । ଜେଟଲୀ ମଧୁମେହ ରୋଗରେ ପୀଡ଼ିତ । କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ କରିବା ପରେ ବେଶି ଅସୁସ୍ଥ ହୋଇପଡ଼ିଛନ୍ତି । ଏପରିକି ସେ ନିର୍ବାଚନ ପୂର୍ବରୁ ଅନ୍ତରୀଣକାଳୀନ ବଜେଟ୍‌ ଉପସ୍ଥାପନ କରିପାରି ନଥିଲେ । ତାଙ୍କ ସହଯୋଗୀ ତଥା ରେଲେୱ ମନ୍ତ୍ରୀ ପୀୟୂଷ ଗୋୟଲ ବଜେଟ୍‌ ଉପସ୍ଥାପନ କରିଥିଲେ ଏବଂ ଭବିଷ୍ୟତରେ ସେ ହିଁ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ହେବାର ସମ୍ଭାବନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌କୁ ୧୯ କୋଟି ଟଙ୍କା ଲାଭ

ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌କୁ ୧୯ କୋଟି ଟଙ୍କା ଲାଭ

Read More...

୩୦ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ, ବିଜେପି ଏକାକୀ ଗଢ଼ିବ ସରକାର

୩୦ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ, ବିଜେପି ଏକାକୀ ଗଢ଼ିବ ସରକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page