ବିରୋଧୀଙ୍କ ହଟ୍ଟଗୋଳରେ ତିନି ବିଲ୍‌ ପାରିତ ସୁରୁଖୁରୁରେ ଚାଲି ପାରୁନି ଗୃହ

September 02, 2021, ଓଡ଼ିଶା, , Anupambharat News Bureau


ବିରୋଧୀଙ୍କ ହଟ୍ଟଗୋଳରେ ତିନି ବିଲ୍‌ ପାରିତ  ସୁରୁଖୁରୁରେ ଚାଲି ପାରୁନି ଗୃହ
Anupambharat News Bureau
September 02, 2021


ଭୁବନେଶ୍ୱର, ୨ା୯(ଅନୁପମ ମିଡ଼ିଆ): ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବି ଆଜି ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ । ଫଳରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶୂନ୍ୟକାଳ ଓ ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇପାରି ନାହିଁ । ହଟ୍ଟଗୋଳକୁ ଏଡାଇବାକୁ ଯାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ଦୁଇଥର ମୁଲତବୀ କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେତିନି ବିଲ୍‌ ପାରିତ ହୋଇଛି । ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ୍‌ , ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ବିଲ୍‌ ଓ ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ପାରିତ ହୋଇଛି ।
ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଜେପି ବିଧାୟକ ମାନେ ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀଙ୍କ ବହିଷ୍କାର ଓ ତାଙ୍କୁ ଗିରଫ କରିବା ଦାବି କରିଥିଲେ । ସେମାନେ ହାତରେ ବ୍ୟାନର ମଧ୍ୟ ଧରି ଥିବା ଦେଖିବାକୁ ମିଳିଥିଲା । ସେହିପରି କଂଗ୍ରେସ ବିଧାୟକ ମାନେ ମରୁଡି ସମସ୍ୟାକୁ ନେଇ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଫେରି ଯିବାକୁ କହିଥିଲେ । ହେଲେ ସେମାନେ ତାଙ୍କ କଥା ଶୁଣି ନ ଥିଲେ । ବାଚସ୍ପତି ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିବା ସହ ସର୍ବଦଳୀୟ ବୈଠକ ଡାକିଥିଲେ ।
ହଟ୍ଟଗୋଳକୁ ଏଡାଇବାକୁ ଯାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ସେହିପରି ସେ ସମାଧାନର ରାସ୍ତା ବାହାର କରିବା ପାଇଁ ସର୍ବଦଳୀୟ ବୈଠକ ମଧ୍ୟ ଡାକିଥିଲେ । ୧୧.୩୦ରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ସେହି ସମାନ ସ୍ଥିତି ଦେଖା ଦେଇଥିଲା । ବିଜେପି ଓ କଂଗ୍ରେସ ସଦସ୍ୟ ମାନେ ସେମାନଙ୍କର ପୁରୁଣା ଦାବିକୁ ଦୋହରାଇଥିଲେ । ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସର୍ବଦଳୀୟ ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ମରୁଡ଼ି ପ୍ରସଙ୍ଗରେ ରେ ବିରୋଧୀ ସଦସ୍ୟ ଙ୍କ ଉଦବେଗ କୁ ଦୃଷ୍ଟି ରେ ରଖି ଚଳିତ ଅଧିବେଶନର ଶେଷ ସୁଦ୍ଧା ଏହି ପ୍ରସଙ୍ଗ ରେ ବିହିତ ପଦକ୍ଷେପ ନେବା କୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।
ଏହା ସତ୍ତେ୍ୱ ବିରୋଧୀ ଦଳର ସଦସ୍ୟ ମାନେ ସେମାନଙ୍କର ହଟ୍ଟଗୋଳ ଜାରୀ ରଖିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଠିକାଦାରଙ୍କ ଘର ଉପରେ ଗୁଳି ମାଡ଼ :ପୋଲିସର ଛାନଭିନ

ଠିକାଦାରଙ୍କ ଘର ଉପରେ ଗୁଳି ମାଡ଼ :ପୋଲିସର ଛାନଭିନ

Read More...

 ଗ୍ରାମରକ୍ଷୀକୁ ହତ୍ୟା କଲେ ମାଓବାଦୀ

ଗ୍ରାମରକ୍ଷୀକୁ ହତ୍ୟା କଲେ ମାଓବାଦୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page