ଇସ୍ତଫା ଦେଲେ ବିଜୟ ରୁପାଣୀ

September 11, 2021, ଦେଶ, , Anupambharat News Bureau


ଇସ୍ତଫା ଦେଲେ ବିଜୟ ରୁପାଣୀ
Anupambharat News Bureau
September 11, 2021


ନୂଆଦିଲ୍ଲୀ,୧୧ା୯: ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଶନିବାର ଦ୍ୱିପହରରେ ରୁପାଣୀ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ପତ୍ର ଦେବା ପରେ ରୁପାଣୀ ବିଜେପି ନେତୃତ୍ୱକୁ ଧନ୍ୟବାଦ ଜଣାଇଛନ୍ତି । ସେ ପାଞ୍ଚ ବର୍ଷ ଧରି ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ । ଇସ୍ତଫା ଦେଇଥିଲେ ହେଁ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଧୀନରେ କାମ କରିବା ଜାରି ରଖିବେ ବୋଲି କହିଛନ୍ତି । ତେବେ ରୁପାଣୀ କାହିଁକି ଇସ୍ତଫା ଦେଲେ, ତାହା ସ୍ପଷ୍ଟ କରିନାହାନ୍ତି । ତେବେ ଆଗକୁ ନିର୍ବାଚନ ଥିବା ଯୋଗୁଁ ହଠାତ୍‌ କେହି କିଛି ଜାଣିବା କିମ୍ବା ସୂଚନା ପାଇବା ପୂର୍ବରୁ ରୁପାଣୀଙ୍କ ଏଭଳି ଇସ୍ତଫା ଘଟଣା ରାଜନୈତିକ ମହଲରେ ସାଧାରଣ କର୍ମୀଙ୍କୁ ଆଚମ୍ବିତ କରିଛି । ଗୁଜରାଟରେ ଆସନ୍ତା ବର୍ଷ ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ରୁପାଣୀଙ୍କ ଇସ୍ତଫା ଦେବା ନିଷ୍ପତ୍ତିକୁ ଅନେକ ଦୃଷ୍ଟିକୋଣରୁ ମହ‰ପୂର୍ଣ୍ଣ କୁହାଯାଉଛି । ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ରୁପାଣୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମଟି ଭର୍ଚୁଆଲ୍‌ ମାଧ୍ୟମରେ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ମଧ୍ୟ ଉପସ୍ଥିତ ଥିଲେ । ସୂଚନା ଯେ, ବିଜେପି ଗୁଜରାଟରେ ଏବେ ନୂଆ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ଯାଉଛି । ଗତ କିଛି ମାସ ଧରି ଆମ୍‌ ଆଦମୀ ପାର୍ଟି (ଆପ୍‌) ମଧ୍ୟ ରାଜ୍ୟରେ ବିଜେପିକୁ କଡ଼ା ଟMର ଦେଇଆସୁଛି । କରୋନା ଭାଇରସର ଦ୍ୱିତୀୟ ଲହର୍‌ ସମେତ ଅନେକ ପ୍ରସଙ୍ଗ ଉଠାଇ ଆପ୍‌ ରୁପାଣୀ ସରକାରକୁ ଘେରିଛି । ଅନ୍ୟପକ୍ଷରେ କଂଗ୍ରେସ ଗୁଜରାଟର ପୂର୍ବ ବିଧାନସଭା ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଏହା ପରେ କଂଗ୍ରେସ କର୍ମକର୍ତ୍ତା ଲଗାତର ଗୁଜରାଟରେ ସକ୍ରିୟ ହୋଇ ବିଭିନ୍ନ ପ୍ରସଙ୍ଗ ଉଠାଉଛନ୍ତି । ବିଜୟ ରୁପାଣିଙ୍କ ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ଏହା ଉପରେ କୌଣସି ସୂଚନା ମିଳିନାହିଁ । କିଛି ବର୍ଷ ବ୍ୟବଧାନରେ ୧୯୯୫ ମସିହା ପରଠାରୁ ଗୁଜରାଟରେ ବିଜେପି ସରକାର ରହି ଆସିଛି । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରେ ରହିଆସିଛନ୍ତି । ଗତ କିଛି ମାସ ଧରି ବିଜେପି କିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଦଳବଦଳ କରୁଛି । ପ୍ରଥମେ ଦୁଇଥର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ବଦଳା ଯାଇଥିଲା । ନିକଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍‌ ୟେଦୁରªାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଉତ୍ତରାଖଣ୍ଡର ତୀରଥ
ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପୁଷ୍କର ସିଂହ ଧାମୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିଥିଲା । ଉତ୍ତରାଖଣ୍ଡରେ ମଧ୍ୟ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ । କର୍ଣ୍ଣାଟକରେ ଦଳ ୟେଦୁରªାଙ୍କ ସ୍ଥାନରେ ବସବରାଜ ବୋମ୍ମଇଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ସେହିପରି ଆସାମରୁ ସର୍ବାନନ୍ଦ ସୋନୋୱାଲ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୀମା ବିବାଦ : ପଡୋଶୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୁଅନ୍ତୁ ନବୀନ: ବିଜେପି

ସୀମା ବିବାଦ : ପଡୋଶୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୁଅନ୍ତୁ ନବୀନ: ବିଜେପି

Read More...

 ଟିକାକରଣ ପରେ ବି ୨୦% ଲୋକଙ୍କ ଆଣ୍ଟିବଡି ହେଉନି : ରାଜ୍ୟରେ ଡ଼େଲଫା ଭାରିଏଣ୍ଟ ସକ୍ରିୟ

ଟିକାକରଣ ପରେ ବି ୨୦% ଲୋକଙ୍କ ଆଣ୍ଟିବଡି ହେଉନି : ରାଜ୍ୟରେ ଡ଼େଲଫା ଭାରିଏଣ୍ଟ ସକ୍ରିୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page