ସୀମା ବିବାଦ : ପଡୋଶୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୁଅନ୍ତୁ ନବୀନ: ବିଜେପି

September 11, 2021, ଓଡ଼ିଶା, , Anupambharat News Bureau


ସୀମା ବିବାଦ : ପଡୋଶୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୁଅନ୍ତୁ ନବୀନ: ବିଜେପି
Anupambharat News Bureau
September 11, 2021


ଭୁବନେଶ୍ୱର, ୧୧ା୯(ଅନୁପମ ମିଡ଼ିଆ): ଓଡିଶାର ସୀମା ଅସୁରକ୍ଷିତ ହୋଇ ପଡିଛି । ଓଡିଶାର ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳ ଏବଂ ଉତରା ପୂର୍ବାଞ୍ଚଳ ସୀମାରେ ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ବିଭିନ୍ନ ସମୟରେ ରାଜ୍ୟ ଭିତରେ ପଶି ଓଡିଶାର ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଅପଚେଷ୍ଟା କରିଆସୁଛନ୍ତି ।
ରାଜ୍ୟ ସରକାର ସୀମା ବିବାଦ ନେଇ କୋର୍ଟ କଚେରୀରରେ ନିଜର ତଥ୍ୟ ନଦେଇପାରିବା ଯୋଗୁଁ ପଡୋଶୀ ରାଜ୍ୟମାନଙ୍କର ଅନୁପ୍ରବେଶ ଅଧିକ ମାତ୍ରାରେ ବଢିଛି ବୋଲି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ବକ୍ସିପାତ୍ର କହିଛନ୍ତି ଯେ, ବିଗତ ୨ ବର୍ଷ ଧରି ପଡୋଶୀ ରାଜ୍ୟମାନେ ଓଡିଶାର କୋଟିଆ, ଗଜପତି ଜିଲ୍ଲାର ମାଣିକପାଟଣା ଏବଂ ବାଲେଶ୍ୱରର ଉଦୟପୁର ଅଂଚଳରେ ଅନାଧିକାର ପ୍ରବେଶ କରିଛନ୍ତି । ଗତ ୭ ଦିନ ତଳେ ଗଜପତି ଜିଲ୍ଲାର ରାଇଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଆନ୍ଧ୍ର ସରକାର ଅଙ୍ଗନୱାଡି କେନ୍ଦ୍ର ଖୋଲିଥିଲେ । ଜିଲ୍ଲା ପ୍ରଶାସନ ୭ ତାରିଖ ଦିନ ଅଙ୍ଗନବାଡି କେନ୍ଦ୍ରକୁ ସିଲ୍‌ କଲେ ଏବଂ ଆନ୍ଧ୍ର ସରକାରଙ୍କୁ ସହଯୋଗ କରୁଥିବା ସେହି ଗ୍ରାମର ବ୍ୟକ୍ତି ଗୁରୁନାଥ ଶବରଙ୍କୁ ଗିରଫ କଲେ । ଏହାର ପ୍ରତିବାଦରେ ସେପେଫମ୍ବର ୯ ତାରିଖରେ ମାଣିକ ପାଟଣାରେ ଆନ୍ଧ୍ର ମନ୍ତ୍ରୀ ଏସ.ଅପଲା ରାଜୁ ସାଙ୍ଗରେ ତହସିଲଦାର, ସବ କଲେକଫର, ଡିଏସପି ଏବଂ ୪ ପ୍ଲାଟୁନ ପୋଲିସ ନେଇ ମାଣିକ ପାଟଣାରେ ପହଞ୍ଚି ଦାଦାଗିରି ଆରମ୍ଭ କରିଥିଲେ । ଆନ୍ଧ୍ର ମନ୍ତ୍ରୀ ଓଡିଶା ଅଫିସରଙ୍କୁ ନାଲି ଆଖି ଦେଖାଇବା ସହ ଗିରଫ କରିବାର ଭୟ ଦେଖାଇଥିଲେ । ଏ ସମସ୍ତ ଘଟଣା ପରେ ବି ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ ଏତଲା ରୁଜୁ ନକରିବା ନିନ୍ଦନୀୟ ଘଟଣା । ଓଡିଶା-ଆନ୍ଧ୍ର ସୀମା ନିର୍ଦ୍ଧାରଣ ସମୟରେ ଓଡିଶା ଭିତରେ ମାଣିକପାଟଣା ଗ୍ରାମ ଅବସ୍ଥିତ ଅଛି । ଏହି ଗ୍ରାମ ଉପରେ ଆନ୍ଧ୍ର ସକରାକରଙ୍କ କୋððଣସି ଅଧିକାର ନାହିଁ । କି;ୁ ଆନ୍ଧ୍ର ସରକାର ସୀମାନ୍ତବର୍ତୀ ଲୋକଙ୍କୁ ପ୍ରଲୋଭିତ କରାଇ ବିଭିନ୍ନ ଯୋଜନାରେ ସାମିଲ କରି ଓଡିଶାର ଗାଁକୁ ଆନ୍ଧ୍ରରେ ସାମିଲ କରିବା ନେଇ ଷଡଯନ୍ତ୍ର ରଚିଛନ୍ତି ବୋଲି ବକ୍ସିପାତ୍ର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଦିନ ବର୍ଷା ସମ୍ଭାବନା

ଦୁଇ ଦିନ ବର୍ଷା ସମ୍ଭାବନା

Read More...

ଇସ୍ତଫା ଦେଲେ ବିଜୟ ରୁପାଣୀ

ଇସ୍ତଫା ଦେଲେ ବିଜୟ ରୁପାଣୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page