ସାରା ଦେଶରେ ସ୍କୁଲ ଖୋଲିବା ପ୍ରସଙ୍ଗ: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

September 20, 2021, ଦେଶ, , Anupambharat News Bureau


 ସାରା ଦେଶରେ ସ୍କୁଲ ଖୋଲିବା ପ୍ରସଙ୍ଗ: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
Anupambharat News Bureau
September 20, 2021


ନୂଆଦିଲ୍ଲୀ, ୨୦ା୯(ଅନୁପମ ମିଡ଼ିଆ): ସାରା ଦେଶରେ ସ୍କୁଲ ଖୋଲିବା ନେଇ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରି ଦେଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ରାଜ୍ୟ ସରକାର ଏହାର ନିଷ୍ପତ୍ତି ନେବ ବୋଲି ସର୍ବୋଚ୍ଚ ଅଦାଲତ ଉଲ୍ଳେଖ କରିଛନ୍ତି । ଏଥିସହିତ ସ୍କୁଲ ଖୋଲିବା ନେଇ ନିର୍ଦ୍ଦେଶ ଦେବା ଆବେଦନ ନ୍ୟାୟ ସଙ୍ଗତ ନୁହେଁ ବୋଲି ମଧ୍ୟ କୋର୍ଟ ନିଜ ନିର୍ଦ୍ଦଶନାମାରେ କହିଛି । ଦିଲ୍ଲୀରେ ଜଣେ ଦ୍ୱାଦାଶ ଶ୍ରେଣୀର ଛାତ୍ରଙ୍କ ଆବେଦନ ଉପରେ ଶୁଣାଣି ସମୟରେ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଭି ନାଗରଥ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆମେ ଏହା କହି ନାହୁଁ ଯେ ପ୍ରଚାର ପାଇଁ ଏହା କରାଯାଇଛି । କି;ୁ ଆପଣ ଅଧ୍ୟୟନ ଉପରେ ଧ୍ୟାନ ଦେବା ଭଲ । ପ୍ରତ୍ୟେକ ରାଜ୍ୟରେ ସରକାର ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେଉଛନ୍ତି । ଏଥିସହିତ ଅଭିଭାବଙ୍କୁ ମଧ୍ୟ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ମଧ୍ୟ ଖଣ୍ଡପୀଠ କହିଛନ୍ତି ।
ଛାତ୍ର ଜଣକ କରିଥିବା ଆବେଦନରେ ଉଲ୍ଳେଖ କରିଛନ୍ତି ଯେ, ଅଫ୍‌ଲାଇନ୍‌ ଶିକ୍ଷା ଆରମ୍ଭ କରିବା ପାଇଁ ଏକ ସମୟ ସୀମା ନିର୍ଣ୍ଣୟ ନେବା ପାଇଁ ବିଦ୍ୟାଳୟ ଗୁଡ଼ିକ ଖୋଲିବା ଏବଂ ନିର୍ଦ୍ଦେଶନାମା ଜାରି କରାଯିବା ଉଚିତ୍‌ । ଏହି ଆବେଦନରେ କୁହାଯାଇଛି ଯେ, ବିଦ୍ୟାଳୟରେ ଶାରୀରିକ ଶିକ୍ଷା ପ୍ରବର୍ତ୍ତନ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ମଧ୍ୟ କମ୍‌ ରହିଛି । ତେବେ ଏହାକୁ ସୁପ୍ରିମକୋର୍ଟ ଶୁଣାଣା ପାଇଁ ମନା କରିବାରୁ ଆବେଦନକାରୀ ନିଜ ଓକିଲ ଜରିଆରେ ଏହାକୁ ପ୍ରତ୍ୟାହୃତ କରି ନେଇଛନ୍ତି । ପ୍ରକାଶଥାଉକି ଗତ ମାର୍ଚ୍ଚ ୨୦ରୁ ଦେଶରେ କରୋନା ମହାମାରୀର ପ୍ରକୋପ ଦେଖାଯିବାପରଠାରୁ ଦେଶରେ ପ୍ରାୟ ସ୍କୁଲ ବନ୍ଦ ରହିଛି । ତେବେ ଗତ ଜୁନ୍‌ରୁ ଦେଶରେ କିଛି ରାଜ୍ୟରେ ସ୍କୁଲ ଖୋଲିବା ପ୍ର୍ରକିୟା ଆରମ୍ଭ ହୋଇଛି । ତେବେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ନିୟମିତ ଭାବେ ଖୋଲି ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଳାରେ ଦୁଇ ଦିନରେ ଦୁଇଟି ମର୍ଡ଼ର :ମଦ ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

ଗଞ୍ଜାମ ଜିଲ୍ଳାରେ ଦୁଇ ଦିନରେ ଦୁଇଟି ମର୍ଡ଼ର :ମଦ ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

Read More...

ରାଜଧାନୀ ଡ୍ରେନରେ ଛାତ୍ର ଭାସିବା ଘଟଣା:  ୧୯ ଘଣ୍ଟାର ଅପ୍‌ରେସନ, ମିଳିଲା ଶବ

ରାଜଧାନୀ ଡ୍ରେନରେ ଛାତ୍ର ଭାସିବା ଘଟଣା: ୧୯ ଘଣ୍ଟାର ଅପ୍‌ରେସନ, ମିଳିଲା ଶବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page