ଗଞ୍ଜାମ ଜିଲ୍ଳାରେ ଦୁଇ ଦିନରେ ଦୁଇଟି ମର୍ଡ଼ର :ମଦ ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

September 20, 2021, ଓଡ଼ିଶା, , Anupambharat News Bureau


ଗଞ୍ଜାମ ଜିଲ୍ଳାରେ ଦୁଇ ଦିନରେ ଦୁଇଟି ମର୍ଡ଼ର :ମଦ ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା
Anupambharat News Bureau
September 20, 2021


ପୁରୁଷୋତ୍ତମପୁର,୨୦ା୯(ଅନୁପମ ମିଡ଼ିଆ): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇରେ ରବିବାର ରାତିରେ ଜନୈକ ଦେଶୀ ମଦ ବ୍ୟବସାୟୀ ବିନାୟକ ପ୍ରଧାନ (୪୮) ଶୋଇଥିବା ଅବସ୍ଥାରେ କେତେକ ଦୁର୍ବୃତ୍ତ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ତେବେ ଆହୁରି ଛାତିଥରା ବିଷୟ ହେଉଛି ଯେ, ହତ୍ୟାକାରୀମାନେ ବିନାୟକଙ୍କ ରକ୍ତରେ ସେମାନଙ୍କ ପରବର୍ତ୍ତୀ ଟାର୍ଗେଟଙ୍କ ନାଁ ଘଟଣାସ୍ଥଳରେ ଉଲ୍ଳେଖ କରିଛନ୍ତି । ଖବର ପାଇ ପୁରୁଷୋତ୍ତମପୁର ଏସ୍‌ଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ପୋଲିସ ତିନି ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ପୋଲିସର ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ପୂର୍ବଶତ୍ରୁତା ଓ ମଦ ଓ ବାଲି ବେପାରକୁ କେନ୍ଦ୍ରକରି ଘଟିଥିବା କୁହାଯାଇଛି ।
ତେବେ ଗତ ଦୁଇ ଦିନରେ ଗଞ୍ଜାମ ଜିଲ୍ଲାରେ ଦୁଇଟି ମର୍ଡ଼ର ପୁଣି ଥରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୋହଲାଇ ଦେଇଛି । ମିଳିଥିବା ସୂଚନାନୁଯାୟୀ ରବିବାର ରାତିରେ ସାହିରେ ଗୋଟିଏ ଗଣେଶ ମେଢ଼ରେ ଭୋଜି ଚାଲିଥିବା ବେଳେ ଅନ୍ୟ ଏକ ମେଢ଼ ଭସାଣି ଚାଲିଥିଲା । ତେବେ ବିନାୟକ ଭୋଜିରେ ଖାଇ ସବୁଦିନ ଭଳି ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିର ପାଖରେ ଥିବା ଏକ କୋଠଘରକୁ ଯାଇ ବିଶ୍ରାମ ନେଇଥିଲେ । ପ୍ରତ୍ୟେକ ଦିନ ସେଠାରେ ଗ୍ରାମର କିଛି ନା କିଛି ବ୍ୟକ୍ତି ବସାଉଠା କରୁଥିବା ବେଳେ ଘଟଣା ସମୟରେ ସମସ୍ତେ ଭୋଜି ଓ ଭସାଣିରେ ବ୍ୟସ୍ତ ରହିଥିବାରୁ କୋଠଘରକୁ କେହି ଯାଇ ନଥିଲେ । ଫଳରେ ଏହାର ସୁଯୋଗ ନେଇ ସୁପରିକଳ୍ପିତ ଭାବେ ଦୁର୍ବୃତ୍ତମାନେ ବିନାୟକଙ୍କ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲେ । ଏହାପରେ ରକ୍ତରେ ସେମାନଙ୍କ ପରବର୍ତ୍ତୀ ଟାର୍ଗେଟରେ ପ୍ରଭାକର ଗୌଡ଼ ରହିଥିବା ଉଲ୍ଳେଖ କରି ସେଠାରୁ ଫେରାର ହୋଇ ଯାଇଥିଲେ । ଦୁର୍ବୃତ୍ତମାନେ ଯେଉଁ ଯୁବକଙ୍କ ନାଁ ଉଲ୍ଳେଖ
କରିଛନ୍ତି ସେ ସୁରଟରେ ରହୁଥିବା ବେଳେ ଗତ କିଛି ମାସ ହେଲା ଗ୍ରାମକୁ ଆସିଥିବା କୁହାଯାଇଛି ।
ତେବେ ବିଳମ୍ବିତ ରାତିରେ ଭୋଜିରେ ବ୍ୟବହୃତ ହଣ୍ଡା ସଫା କରିବାକୁ କୋଠଘର ନିକଟରେ ଥିବା ପୋଖରୀକୁ ଯାଇଥିବା ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହ ତଦନ୍ତ କରି ଫେରିଛନ୍ତି । ଶବକୁ ଜବତ କରି ଶବର ପଞ୍ଚନାମା କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଧେହ କରି ପୋଲିସ ତିନିଜଣ ଯୁବକକୁ ଥାନାରେ ଅଟକ ତଦନ୍ତ ଚଳାଇଥିବା କୁହାଯାଇଛି । ହତ୍ୟାର ଶିକାର ହୋଇଥିବା ବିନାୟକ ସହ ପୂର୍ବରୁ ସାହିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଯୁବକଙ୍କ ସହ ଗଣ୍ଡଗୋଳ ଲାଗି ରହିଥିଲା । ବିନାୟକ ଦେଶୀ ମଦ ପ୍ରସ୍ତୁତ କରି ବିକ୍ରି କରୁଥିଲେ । ତେବେ ଅନ୍ୟ ଗୋଷ୍ଠୀ ଚୋରାରେ ଅନ୍ୟ ଷ୍ଟିକର ଲଗାଇ ମଦ ପାଉଚ ବିକ୍ରିକୁ ନେଇ ସେମାନଙ୍କ ମଧ୍ୟରେ ଛକାପrା ଲାଗି ରହିଥିଲା । ଏପରିକି ଏନେଇ ବହୁବାର ଥାନା ପର୍ଯ୍ୟନ୍ତ ମଧ୍ୟ ମାମଲା ଯାଇଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଳାରେ ଦୁଇ ଦିନରେ ଦୁଇଟି ମର୍ଡ଼ର :ମଦ ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

ଗଞ୍ଜାମ ଜିଲ୍ଳାରେ ଦୁଇ ଦିନରେ ଦୁଇଟି ମର୍ଡ଼ର :ମଦ ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

Read More...

 ସାରା ଦେଶରେ ସ୍କୁଲ ଖୋଲିବା ପ୍ରସଙ୍ଗ: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ସାରା ଦେଶରେ ସ୍କୁଲ ଖୋଲିବା ପ୍ରସଙ୍ଗ: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page