ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ସାମ୍ବାଦିକ

October 08, 2021, ବିଦେଶ, , Anupambharat News Bureau


ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ସାମ୍ବାଦିକ
Anupambharat News Bureau
October 08, 2021


ନୂଆଦିଲ୍ଲୀ, ୮ା୧୦ : ଫିଲିପାଇନ୍ସର ସାମ୍ବାଦିକା ମାରିଆ ରେସା ଏବଂ ଋଷର ସାମ୍ବାଦିକ ଦିମିତ୍ରି ମୁରାଟୋବଙ୍କୁ ଆଜି ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ନରେୱ ନୋବେଲ କମିଟିର ସଭାପତି ବେରିଟ୍‌ ରିସ୍‌-ଆଣ୍ଡର୍ସେନ୍‌ କହିଛନ୍ତି ଯେ, ବାକ୍‌ ସ୍ୱାଧୀନତାରକୁ ସୁରକ୍ଷା ଦେବାକୁ ଦୁହେଁ ଫିଲିପାଇନ୍ସ ଏବଂ ଋଷରେ କରିଥିବା ପ୍ରୟାସ ପାଇଁ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ବେରିଟ୍‌ ରିସ୍‌-ଆଣ୍ଡର୍ସେନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ର ଏବଂ ଗଣମାଧ୍ୟମର ସ୍ୱାଧୀନତା ଦିନକୁ ଦିନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ମାରିଆ ରେସା ଏବଂ ଦିମିତ୍ରି ମୁରାଟୋବ ବାକ୍‌ ସ୍ୱାଧୀନତାକୁ ସୁରକ୍ଷା ଦେଉଥିବା ସାମ୍ବାଦିକଙ୍କ ପ୍ରତିନିଧୀ ପାଲଟିଛନ୍ତି । ୨୦୧୨ରୁ ରେସା ଅନୁସନ୍ଧାନକାରୀ ସାମ୍ବାଦିକତା ପାଇଁ ଏକ ଡିଜିଟାଲ୍‌ ମିଡିଆ କମ୍ପାନି ରାପ୍ଲରର ସହ-ପ୍ରତିଷ୍ଠାତା ଭାବେ କାମ ଆରମ୍ଭ କରିଥିଲେ, ଯାହାକି ସେ ଏପର୍ଯ୍ୟନ୍ତ ଜାରି ରଖିଛନ୍ତି । ନିଜ ଡିଜିଟାଲ ମିଡିଆ କମ୍ପାନି ଦ୍ୱାରା ସେ ଅନେକ ଅପରାଧର ଅନୁସନ୍ଧାନ କରିଛନ୍ତି । ସେହି ଭଳି ମୁରାଟୋବ ୧୯୯୩ ରେ, ନୋଭାୟା ଗଜେତା ନାମକ ଖବରକାଗଜର ପ୍ରତିଷ୍ଠା କରିଥିଲେ । ନିଜ ଖବରକାଗଜ ଜରିଆରେ ସେ ବାକ୍‌ ସ୍ୱାଧୀନତାକୁ ସୁରକ୍ଷା ଦେଇଥିବା ସହ ୧୯୯୫ମସିହାରୁ ଏହାର ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଆସୁଛନ୍ତି । ମୋଟ ୩୨୯ଜଣଙ୍କ ମଧ୍ୟରୁ ମାରିଆ ରେସା ଏବଂ ଦିମିତ୍ରି ମୁରାଟୋବ ନୋବେଲ ଶାନ୍ତି ପୁରସ୍କାର ୨୦୨୧ପାଇଁ ମନୋନୀତ ହୋଇଛନ୍ତି । ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ୧.୧ ମିଲିୟନ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ବ୍ଲାକ୍‌ ଆଉଟ

ବ୍ରହ୍ମପୁରରେ ବ୍ଲାକ୍‌ ଆଉଟ

Read More...

ଆଇନ ସହ ଲୁଚକାଳି ଖେଳ ଶେଷ : ଜେଲ୍‌ ଗଲେ ବିଧାୟକ ଜଗଦ୍ଦେବ

ଆଇନ ସହ ଲୁଚକାଳି ଖେଳ ଶେଷ : ଜେଲ୍‌ ଗଲେ ବିଧାୟକ ଜଗଦ୍ଦେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page