ବ୍ରହ୍ମପୁରରେ ବ୍ଲାକ୍‌ ଆଉଟ

October 08, 2021, ଓଡ଼ିଶା, , Anupambharat News Bureau


ବ୍ରହ୍ମପୁରରେ ବ୍ଲାକ୍‌ ଆଉଟ
Anupambharat News Bureau
October 08, 2021

ବ୍ରହ୍ମପୁର,୮ା୧୦(ଅନୁପମ ମିଡ଼ିଆ): ବ୍ରହ୍ମପୁରରେ ବ୍ଲାକ୍‌ ଆଉଟ୍‌ ସ୍ଥିତି ଶୁକ୍ରବାର ଦେଖିବାକୁ ମିଳିଛି । ଦିନ ତମାମ୍‌ ବିଦୁ୍ୟତ ଯୋଗାଣ ବନ୍ଦ ଯୋଗୁଁ ସହରରେ ଏଥି ସହିତ ଯୋଡ଼ିତ ତମାମ୍‌ କାମ ଠପ୍‌ ହୋଇପଡିଥିଲା । ଫଳରେ ଟାଟା ପାୱର ବିରୋଧରେ ଧିରେ ଧିରେ ଜନ ଆକ୍ରୋଶ ବଢ଼ିବାରେ ଲାଗିଛି । ନିରବଚ୍ଛିନ୍ନ ଓ ଉତ୍ତମ ସେବା ପ୍ରଦାନ ପ୍ରତିଶ୍ରୁତି ଦେଇ ବିଦୁ୍ୟତ ଯୋଗାଣକୁ ହାତେଇଥିବା ଟିପିଏସ୍‌ଓଡିଏଲ୍‌ର ବର୍ତ୍ତମାନ ଗ୍ରାହକ ଶୋଷଣ ଏବଂ ଅଘୋଷିତ ବିଦୁ୍ୟତ କାଟ ନେଇ ଉପଭୋକ୍ତା ସନ୍ତୁଳି ହେବାରେ ଲାଗିଛନ୍ତି । ଅନ୍ୟପକ୍ଷେ ବିଭାଗୀୟ କର୍ମଚାରୀ ଚରମ ଉଦାସିନର ଶିକାର ହୋଇଥିବା ଅଭିଯୋଗ କରି କର୍ତ୍ତୃପକ୍ଷଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି । ଏଭଳି କ୍ଷେତ୍ରରେ ଟିପିଏସ୍‌ଓଡିଏଲ୍‌ ଆଗାମୀ ଦିନରେ ଉତ୍ତମ ସେବା ଯୋଗାଇବା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ବ୍ରହ୍ମପୁର ମହାନଗର ୭୫ ପ୍ରତିଶତ ଅଞ୍ଚଳରେ ବିଦୁ୍ୟତ୍‌ କାଟ୍‌ ନେଇ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ଏହାକୁ ନେଇ ବିଭିନ୍ନ ରାଜନୈତିକ, ସଂଗଠନ ପକ୍ଷରୁ ଆନ୍ଦୋଳନ ପାଇଁ ମସୁଧା ଚାଲିଥିବା ଜଣାପଡ଼ିଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ବିଦୁ୍ୟତ୍‌ ଉପଭୋକ୍ତାଙ୍କୁ ଉଚ୍ଚମାନର ସେବା ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟର ବିଦୁ୍ୟତ୍‌ ବଣ୍ଟନ ବ୍ୟବସ୍ଥାକୁ ଟାଟା ପାୱାରକୁ ହସ୍ତାନ୍ତର କରାଯାଇଛି । ତେବେ ଦକ୍ଷିଣାଞ୍ଚଳ ବିଦୁ୍ୟତ୍‌ ବଣ୍ଟନ ସଂସ୍ଥା ଟିପିଏସ୍‌ଓଡିଏଲ ପକ୍ଷରୁ ଉପଭୋକ୍ତାଙ୍କୁ ଉଚ୍ଚମାନର ସେବା ପରିବର୍ତ୍ତେ ଦିନ ତମାମ ବିଦୁ୍ୟତ୍‌ କାଟ୍‌, ବିନା ବିଲ୍‌ରେ ହଜାର ହଜାର ଟଙ୍କା ଦାବି ନେଇ ସାଧାରଣ ଜନତା ତୀବ୍ର ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଶହ ଶହ ଅସ୍ଥାୟୀ କର୍ମଚାରୀ ତଥା ମିଟର ରିଡ଼ରଙ୍କୁ ଅଚାନକ ଛଟେଇ କରାଯାଇ ସେମାନଙ୍କ ଜୀବିକା ଛଡ଼ାଇଥିବା ଘଟଣାରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ, ଟାଟାପାୱାର ଦକ୍ଷିଣାଞ୍ଚଳ ବିଦୁ୍ୟତ୍‌ ବଣ୍ଟନ ସଂସ୍ଥାକୁ ହସ୍ତଗତର ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରି କୌଣସି ଶ୍ରମିକ କିମ୍ବା କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ଆନ୍ଦୋଳନକୁ ଏକ ପ୍ରକାର ପ୍ରଶମିତ କରିବାରେ ସକ୍ଷମ ହେବାର ମାତ୍ର କେଇ ଦିନ ପରେ ପରେ ମିଟର ରିଡ଼ର ଶ୍ରମିକଙ୍କୁ ଛଟେଇ କରି ଦିଆଗଲା । ଯଦ୍ୱାରା ହଜାର ହଜାର କର୍ମଚାରୀ ନିଜ ପେଟ ପାଟଣା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଗତ ୮୦ ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନକାରୀମାନେ ଅଫିସ୍‌ ସମ୍ମୁଖ ମୁଖ୍ୟ ଫାଟକରେ ଧାରଣା ଦେଇଥିବା ବେଳେ ଟିପିସୋଡ଼ଲ୍‌ କର୍ତ୍ତୃପକ୍ଷ ଗତ ୮୦ ଦିନ ଧରି ପୋଲିସ ବାହିନୀକୁ ନିୟୋଜିତ କରି ଆନ୍ଦୋଳନକାରୀଙ୍କୁ ସାମାନ୍ୟ ଆଲୋଚନା ପାଇଁ ସୁଯୋଗ ଦିଆଯାଉନଥିବା ଅଭିଯୋଗ ହେଉଛି ।
ଏପରିକି ଟିପିସୋଡ଼ଲର ସିଇଓ ବହୁ ସମୟରେ ବ୍ରହ୍ମପୁରରେ ଅନୁପସ୍ଥିତ ରହୁଥିବା ଯୋଗୁଁ ଆନ୍ଦୋଳନରତ୍ତ କର୍ମଚାରୀମାନେ ତାଙ୍କ ସହ ଆଲୋଚନା କରିବା ପାଇଁ ସୁଯୋଗ ପାଉନଥିବା ଅଭିଯୋଗ ହେଉଥିବା ବେଳେ କର୍ପୋରେଟର ଅଫିସର କୌଣସି ଜଣେ ବି ଅଧିକାରୀଙ୍କୁ କୌଣସି ସମସ୍ୟା ବୁଝିବା ପାଇଁ ଦାୟିତ୍ୱ ଦିଆଯାଉ ନଥିବାରୁ ସାଧାରଣ ଉପଭୋକ୍ତାଙ୍କ ଠାରୁ ବିଭାଗୀୟ ଯନ୍ତ୍ରୀ କର୍ମଚାରୀ ମାନେ ତାଙ୍କ ସର୍ବନିମ୍ନ ଆବଶ୍ୟକତାକୁ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପିତ କରିପାରୁ ନଥିବାରୁ ଯନ୍ତ୍ରୀଙ୍କ ଠାରୁ କର୍ମଚାରୀ ମଧ୍ୟରେ ଅସନ୍ତୋଷ ଲାଗି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୃଷି କନକ୍ଲେଭ ଉଦ୍‌ଘାଟିତ :ମଧ୍ୟସ୍ଥିଙ୍କୁ ହଟାଇବାକୁ ପଡ଼ିବ: ନବୀନ

କୃଷି କନକ୍ଲେଭ ଉଦ୍‌ଘାଟିତ :ମଧ୍ୟସ୍ଥିଙ୍କୁ ହଟାଇବାକୁ ପଡ଼ିବ: ନବୀନ

Read More...

ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ସାମ୍ବାଦିକ

ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ସାମ୍ବାଦିକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page