ମହାରାଷ୍ଟ୍ର ବନ୍ଦ, ଜନତା ହନ୍ତସନ୍ତ

October 11, 2021, ଦେଶ, , Anupambharat News Bureau


ମହାରାଷ୍ଟ୍ର ବନ୍ଦ, ଜନତା ହନ୍ତସନ୍ତ
Anupambharat News Bureau
October 11, 2021


ମୁମ୍ବାଇ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ବିରୋଧରେ ସୋମବାର ମହାରାଷ୍ଟ୍ର ବନ୍ଦ । ମହା ବିକାଶ ଅଘାଡ଼ି ସହଯୋଗୀ ଶିବସେନା, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ କଂଗ୍ରେସ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛନ୍ତି । ରାଜ୍ୟବ୍ୟାପୀ ଲକ୍ଷ୍ମୀପୁର ଖେରୀ ହିଂସା ବିରୋଧରେ ଜୋରଦାର ପ୍ରଦର୍ଶନ ହେଉଛି । ବନ୍ଦ ପାଳନ ଅବସରରେ ଛୋଟମୋଟ ହିଂସା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ବସ୍‌, ଘରୋଇ ଗାଡ଼ିଗୁଡ଼ିକ ଉପରେ ପଥରମାଡ ହେଉଥିବା ବେଳେ ଯାତାୟତ ଉପରେ ରୋକ ଲଗାଇବାକୁ ରାସ୍ତା ଉପରେ ଟାୟାର ଜାଳି ପ୍ରଦର୍ଶନ କରାଯାଇଛି । ଏଥିରେ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟବସ୍ତ ହୋଇପଡ଼ିଛି । ଏହି ବନ୍ଦ ଆଜି ମଧ୍ୟରାତ୍ରି ଯାଏଁ ଜାରି ରହିବ । ଏନେଇ ଏନସିପି ମୁଖପାତ୍ର ତଥା ରାଜ୍ୟ ମନ୍ତ୍ରୀ ନୱାବ ମଲିକ ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲେଙ୍କ ଅନୁସାରେ, କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତା ରଜଭବନ ସାମ୍ନାରେ ମୌନ ବ୍ରତ ରଖି ଲକ୍ଷ୍ମୀପୁର ହିଂସା ବିରୋଧରେ ପ୍ରତିବାଦ କରୁଛନ୍ତି । ଅନ୍ୟପଟେ ମହାରାଷ୍ଟ୍ର ବନ୍ଦକୁ ଖୋଲା ସମର୍ଥନ ଜଣାଇଛି କିଷାନ ସଭା । ୨୧ ଜିଲ୍ଲାରେ ବନ୍ଦକୁ ସଫଳ କରିବା ପାଇଁ କିଷାନ ସଭା କାର୍ଯ୍ୟକର୍ତ୍ତାମାନେ ଲାଗିପଡ଼ିଥିବା ମଧ୍ୟ ଜଣାପଡ଼ିଛି ।
ଏହା ସହ ରାଜ୍ୟର ବଡ଼ ବଡ଼ ପରିବା, ଫଳ ବ୍ୟବସାୟୀ ମଧ୍ୟ ମହାରାଷ୍ଟ୍ର ବନ୍ଦକୁ ସମର୍ଥନ କରିଛନ୍ତି । ସେହିଭଳି ଅତ୍ୟାବଶ୍ୟକ ଦୋକାନଗୁଡ଼ିକୁ ବାଦ ଦେଲେ ଅନ୍ୟନ୍ୟ ସେବା ଗୁଡିକ ବନ୍ଦ ରହିବ ।
ଲକ୍ଷ୍ମୀପୁର ଖେରୀ ହିଂସା ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ର ପଲଟିଛି । ଏପରିକି ଏହାକୁ ନେଇ ରାଜନୀତି ତେଜିଥିବା ବେଳେ ମହାରାଷ୍ଟ୍ରର ଶିବସେନା ସରକାର ଏହା ବିରୋଧରେ ରାଜ୍ୟବ୍ୟାପୀ ବନ୍ଦ ପାଳନ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆର୍ଯ୍ୟନ୍‌ଙ୍କୁ ମିଳିଲାନି ଜାମିନ୍‌ :୧୩ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ

ଆର୍ଯ୍ୟନ୍‌ଙ୍କୁ ମିଳିଲାନି ଜାମିନ୍‌ :୧୩ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ

Read More...

୮୦ ବର୍ଷରେ ପାଦ ଦେଲେ ଅମିତାଭ

୮୦ ବର୍ଷରେ ପାଦ ଦେଲେ ଅମିତାଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page