ମୁମ୍ବାଇ : ଡ୍ରଗ୍ସ ମାମଲାରେ ଫସି ରହିଥିବା ଶାହାରୁଖ ଖାନ ପୁଅଙ୍କ ଆର୍ଯ୍ୟନ ଖାନଙ୍କୁ ଆଜି ମିଳିନି ଜାମିନ୍ । ମୁମ୍ବାଇ କୋର୍ଟରେ ତାଙ୍କ ଶୁଣାଣି ଅକେଫାବର ୧୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ସେ ପର୍ଯ୍ୟନ୍ତ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲରେ ରହିବାକୁ ପଡିବ ଏବଂ ଏନସିବି ସେହି ଦିନ ନିଜର ଜବାବ ଦାଖଲ କରିବ । ବିତାରପତି ଭିଭି ପଟେଲ ବୁଧବାର ସୁଦ୍ଧା ତାହାର ଜବାବ ଦାଖଲ କରିବାକୁ କହିଥିଲେ ।
ତେବେ ଅକେଫାବର ୧୩ ତାରିଖ ଅପରାହ୍ନରେ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ହେବ । ଆର୍ଯ୍ୟନଙ୍କ ନିକଟରୁ ଡ୍ରଗ୍ସ ଉଦ୍ଧାର କରାଯାଇ ନଥିବାରୁ ତାଙ୍କ ଜାମିନ ଆବେଦନ କରାଯାଇଛି । ଆର୍ଯ୍ୟନଙ୍କ ଓକିଲ ତାଙ୍କ ତରଫରୁ ଯୁକ୍ତି କରିଛନ୍ତି ଯେ. ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ଡ୍ରଗ୍ସ ମିଳିଥିଲା ଯାହା ଆଧାରରେ ତାଙ୍କୁ ଜେଲରେ ରଖାଯାଇପାରିବ ନାହିଁ ।
ସେହିପରି ଅକେଫାବର ୮ରେ ମୁମ୍ବାଇର ଲୋୟର କୋର୍ଟ ଆର୍ଯ୍ୟନ ଖାନ, ଅରବାଜ ମର୍ଚାଣ୍ଟ ଏବଂ ମୁମିନ ଧାମଚାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । କୋର୍ଟରେ ଓକିଲଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିତର୍କ ହୋଇଥିଲା । ଯାହା ପରେ ଆବେଦନ ଖାରଜ ହୋଇଯାଇଥିଲା ।