ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି : ଖାଦ୍ୟ ଓ ସଂଗ୍ରହଣ ନୀତିରେ ମୋହର, ଛ’ ବୃହତ୍ତ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁୁରୀ

October 11, 2021, ଓଡ଼ିଶା, , Anupambharat News Bureau


ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି : ଖାଦ୍ୟ ଓ ସଂଗ୍ରହଣ ନୀତିରେ ମୋହର,  ଛ’ ବୃହତ୍ତ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁୁରୀ
Anupambharat News Bureau
October 11, 2021


ଭୁବନେଶ୍ୱର, ୧୧ା୧୦(ଅନୁପମମିଡ଼ିଆ): ­ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସଂକ୍ରାନ୍ତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା ନିମନ୍ତେ ‘ଖାଦ୍ୟ ଓ ସଂଗ୍ରହଣ ନୀତି, ୨୦୨୧-୨୨’କୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୬ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ନେଇ ସୂଚନା ମିଳିଛି । ଅର୍ଥ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସାଧାରଣ ପ୍ରଶାସନ, ଗୃହ ଓ ଅବକାରୀ ,ପଞ୍ଚାୟତିରାଜ, ଶ୍ରମ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଷୋଡ଼ଶ ବିଧାନସଭାର ସତ୍ରାବସାନକୁ ମଧ୍ୟ ମଞ୍ଜୁରୀ ମିଳିଥିବା ନେଇ ସୂଚନା ମିଳିଛି । କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ଆଜିର କ୍ୟାବିନେଟ ବୈଠକରେ ମୋଟ ୧୬ଟି ଏଜେଣ୍ଡାକୁ ଅନୁମୋଦନ ମିଳିଛି । ଖରିଫ ବିପଣନ ବର୍ଷ ୨୦୨୧-୨୨ରେ ମୋଟ ୫୨ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଅବା ୭୭ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୦-୨୧ରେ ମୋଟ ୭୭.୩୩ଲକ୍ଷ ମେଟ୍ରିକ ଟନ୍‌ ଧାନ ଅବା ୫୨.୩୫ଲକ୍ଷ ମେଟ୍ରିକ ଟନ୍‌ ଚାଉଳ କ୍ରୟ କରାଯାଇଥିଲା । ୨୦୨୧ ନଭେମ୍ବରରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ଓ ୨୦୨୨ ମଇରୁ ଜୁନ୍‌ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ । ଏହି ସମୟସୀମା ମଧ୍ୟରେ ଜିଲ୍ଲାଗୁଡ଼ିକ ସେମାନଙ୍କର ଧାନ ସଂଗ୍ରହର ଅବଧି ନିର୍ଣ୍ଣୟ କରିବେ । ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ କ ୍ୱିଟାଲ ପିଛା ୧୯୪୦ଟଙ୍କା ଓ ୧୯୬୦ଟଙ୍କା ହାରରେ ଚାଷୀଙ୍କଠୁ ଧାନ କିଣା ଯିବ । କେବଳ ପଞ୍ଜିକୃତ ଚାଷୀଙ୍କଠୁ ସେମାନଙ୍କର ବଳକା ଧାନ ସଂଗ୍ରହ କରାଯିବ । ଧାନ ବିକ୍ରି ପାଇଁ ‘ଆଧାର’ ହେବ ଏକମାତ୍ର ପରିଚୟ ପତ୍ର । ଧାନ ବିକ୍ରିର ୨୪ରୁ ୪୮ଘଂଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ପ୍ରଦାନ କରାଯିବ । ଓଡ଼ିଶା ଯୋଗାଣ ନିଗମ, ପ୍ୟାକ୍ସ, ଲ୍ୟାମ୍ପସ, ମହିଳା ଏସଏଚଜି ଓ ପାଣି ପଞ୍ଚାୟତଗୁଡ଼ିକ ମଧ୍ୟରେ ଧାନ ସଂଗ୍ରହ କରିପାରିବେ । ଅନ୍ୟ ନିଷ୍ପତ୍ତି କ୍ରମେ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଓଡ଼ିଶା ଜିଲ୍ଲା ଆରକ୍ଷୀ ଅମଲା ସେବା (ନିଯୁକ୍ତି ପ୍ରଣାଳୀ ଚାକିରି ସର୍ତ୍ତାବଳୀ) ନିୟମାବଳୀ ୨୦୨୧ ପ୍ରସ୍ତୁତିକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି । ସେହିପରି ଜାତୀୟ ପେନସନ୍‌ ସିଷ୍ଟମ୍‌ ଅଧିନସ୍ଥ ରାଜ୍ୟ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ସରକାରଙ୍କ ମାସିକ ଅବଦାନକୁ ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହା ୧.୪.୨୦୧୯ରୁ ଲାଗୁ କରାଯାଇଛି । ଓଡିଶା ବୈଧ ମାପ ବିଜ୍ଞାନ ସେବା (ନିଯୁକ୍ତି ପଦ୍ଧତି ଓ ଚାକିରୀ ସର୍ତାବଳୀ) ଅଧିନିୟମ ୨୦୨୧ ନାମରେ ଏକ ନୂତନ କ୍ୟାଡର ଅଧିନିୟମ ସଂଯୋଜନା କରାଯାଇଛି । ଓଡିଶା ଲୋକାୟୁକ୍ତଙ୍କ ଦ୍ୱାରା ଉପସ୍ଥାପିତ ୨୦୨୦ ବର୍ଷର ରିପୋର୍ଟ ଅନୁମୋଦନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ଏହାପରେ ଉକ୍ତ ରିପୋର୍ଟକୁ ଓଡିଶା ବିଧାନସଭାରେ ଉପସ୍ଥାପନ କରାଯିବ । ସେହିପରି ଓଡିଶା ସଚିବାଳୟ ଷ୍ଟେନୋଗ୍ରାଫର ଓ ପର୍ସନାଲ ଆସିଷ୍ଟାଣ୍ଟ (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ ୧୯୯୭ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି ।
ରାଜ୍ୟର ବିଭିନ୍ନ ପୋଲିସ୍‌ ସଂସ୍ଥାରେ କାମ କରୁଥିବା ଅମଲା କର୍ମଚାରୀଙ୍କୁ ଓଡିଶା ସିଭିଲ୍‌ ସେବା (ବର୍ଗୀକରଣ , ନିୟନ୍ତଣ ଓ ଅପିଲ)ନିୟମାବଳୀ ୧୯୬୨ ପରିଧିକୁ ଅଣାଯାଇଛି । ଫଳରେ ଉକ୍ତ ଅମଲା କର୍ମଚାରୀଙ୍କ ଦରମା ବ୍ୟବସ୍ଥ ଓ ରାଜ୍ୟର ଅନ୍ୟ ଅମଲା କର୍ମଚାରୀଙ୍କର ଏକରୂପତା ଆସିବ । ଅମଲା କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ସହାୟକ ଉପନିରୀକ୍ଷକରୁ ଉପଆରକ୍ଷୀ ଅଧୀକ୍ଷକ ପୋଲିସ୍‌ ଏକ୍‌ଜିକୁ୍ୟଟିଭ୍‌ ର୍ୟାଙ୍କ୍‌ ପ୍ରତ୍ୟାହାର କରାଯାଇଛି । ସେହିଭଳି ବୈଠକରେ ରାୟଗଡା, ବୌଦ୍ଧ , କନ୍ଧମାଳ ଓ ଗଂଜାମ ଜିଲ୍ଲାର ଛ’ ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।
ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକ୍‌ର ୩୦୪ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ ୩୨୫.୭୫ କୋଟି ଟଙ୍କା ମୂଲ୍ୟର ଗ୍ରାମୀଣ ପାଇପ ଜଳ ପ୍ରକଳ୍ପକୁ ଅନୁମୋଦିତ କରିଛି । ସେହିପରି ରାୟଗଡା ଜିଲ୍ଲାର ରାୟଗଡ଼ା ଏବଂ କାଶିପୁର ବ୍ଲକ୍‌ର ୪୭୪ଟି ଗ୍ରାମର ୧.୫୭ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଇବା ନିମନ୍ତେ ୨୯୮.୬୯ କୋଟି ଟଙ୍କା ମୂଲ୍ୟର ଗ୍ରାମୀଣ ପାଇପ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

Read More...

ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ ଘଟଣା : ଗାଡ଼ିଆ ଲୁଟିଲେ, ମାଛ ଖାଇପାରିଲେନି

ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ ଘଟଣା : ଗାଡ଼ିଆ ଲୁଟିଲେ, ମାଛ ଖାଇପାରିଲେନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page