ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

October 12, 2021, ଦେଶ, , Anupambharat News Bureau


ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା
Anupambharat News Bureau
October 12, 2021


ନୂଆଦିଲ୍ଲୀ,୧୨ା୧୦: ଭାରତରେ କୋଭିଡ଼-୧୯ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଟିକାକରଣ ବ୍ୟବସ୍ଥା ବ୍ୟାପକ ହୋଇଛି । ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କୋଭିସିଲï ଓ କୋଭାକ୍ସିନ ପ୍ରଭୃତି ଟିକା ପ୍ରଦାନ କରାଯାଉଛି । ତେବେ ପ୍ରଥମ ଥର ପାଇଁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଟିକାକରଣ ଅଭିଯାନକୁ ଅନୁମତି ମିଳିଥିବା ଜଣାଯାଇଛି ।
ଜାୟଡସ କାଡିଲା ପରେ ଛୋଟ ପିଲାଙ୍କୁ କରୋନା ବିରୋଧରେ ଟିକାକରଣ ପାଇଁ କୋଭାକ୍ସିନକୁ ଅନୁମତି ମିଳିଛି । ପଦକ୍ଷେପ ଅନୁଯାୟୀ ୨ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୧୮ ବର୍ଷ ପର୍ଯ୍ୟନ୍ତ ବର୍ଗରେ ଥିବା ପିଲାମାନଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ଦେବାକୁ ଏକ ବିଶେଷଜ୍ଞ କମିଟି ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକାକୁ କେବଳ ୧୨ କିମ୍ବା ତା’ଠାରୁ ଅଧିକ ବୟସ୍କଙ୍କୁ ପ୍ରଦାନ କରିବାକୁ ଅନୁମତି ମିଳିଥିଲା । ହେଲେ କୋଭାକ୍ସିନ ଦେଶର ପ୍ରଥମ ଟିକା ଭାବେ ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ । ହାଇଦ୍ରାବାଦ ସ୍ଥିତି ଭାରତ ବାୟୋଟେକ ଏହି କୋଭାକ୍ସିନ ଟିକା ପ୍ରସ୍ତୁତ କରିଛି । ପୂର୍ବରୁ ଏହା ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଥିଲା ।
ଏଥିସହ ଛୋଟ ପିଲାମାନଙ୍କ ଉପରେ ଏହାର ପରୀକ୍ଷଣ ଆରମ୍ଭ ହୋଇଥିଲା । ସେପେଫମ୍ବର ମାସରେ ଭାରତ ବାୟୋଟେକ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ କରି ଚଳିତ ମାସରୁ ଏହାର ରିପୋର୍ଟଡ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ)କୁ ଦେବା ଆରମ୍ଭ କରିଥିଲା । ଟ୍ରାଏଲରୁ ଭଲ ଖବର ମିଳିଥିବାରୁ ଗଠିତ କମିଟି ଛୋଟ ପିଲାମାନଙ୍କୁ ଏହାର ଡୋଜ୍‌ ଦେବାକୁ ଅନୁମତି ଦେଇଛି । ଏବେ ଡିସିଜିଆଇର ଅନୁମତି ମିଳିବା ପରେ ଟିକାର ବ୍ୟବହାର ଦେଶରେ ଆରମ୍ଭ ହେବ । ପିଲାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତìତ ଟିକାର ଦୁଇଟି ଯାକ ଡୋଜ୍‌ ୨୦ ଦିନର ବ୍ୟବଧାନ ମଧ୍ୟରେ ଦିଆଯିବ । ପୂର୍ବରୁ ପ୍ରାପ୍ତ ବୟସ୍କଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ୨୮ ଦିନ ବ୍ୟବଧାନରେ ଦିଆଯାଉଥିଲା । ଭାରତରେ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ଟ୍ରିପଲ ଡୋଜ୍‌ କରୋନା ଟିକା ଜାଇକୋଭ-ଡିକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଡିସିଜିଆଇ ପକ୍ଷରୁ ଶୁକ୍ରବାର କମ୍ପାନୀକୁ ଟିକାର ବ୍ୟବହାର ଭାରତରେ କରିବାକୁ ସବୁଜ ସଙ୍କେତ ମିଳିଥିଲା । ଉଲ୍ଲେଖଯେ, ଭାରତରେ ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାରକୁ ଖସି ଆସିଛି । ରିପୋର୍ଟ ଅନୁଯାୟୀ ଦିନକରେ ୧୪,୩୧୩ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି, ଫଳରେ ଏହାକୁ ମିଶାଇ ଭାରତରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୯ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱକୁ ପହଞ୍ଚିଛି । ଏହାବ୍ୟତୀତ ୧୮୧ ରୋଗୀଙ୍କ ଦିନକରେ ମୃତୁ୍ୟ ଘଟିଛି । ଫଳରେ ୪ ଲକ୍ଷ ୫୦ ହଜାର ବ୍ୟକ୍ତି ସମୁଦାୟ କରୋନା ରୋଗରେ ମୃତୁ୍ୟବରଣ କରିଛନ୍ତି । କେରଳରେ ଦିନକରେ ପାଖାପାଖି ୭ ହଜାର ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ୪୮ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆକ୍ରାନ୍ତ ଅବସ୍ତାରେ ଅଛନ୍ତି । ମହାରାଷ୍ଟ୍ରରେ ପାଖାପାଖି ୨ହଜାର ବ୍ୟକ୍ତି ଦିନକରେ ପଜିଟିଭ ଚିହ୍ନଟ ହେବା ଯୋଗୁଁ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷ ଟପିଯାଇଛି ।
ତାମିଲନାଡ଼ୁରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେରୁ ଉର୍ଦ୍ଧ୍ୱ ଚିହ୍ନଟ ହେଉଛନ୍ତି । ତେବେ ଓଡ଼ିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆସାମ, ତେଲେଙ୍ଗାନାରେ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କ ବିଶିଷ୍ଟ ହାରରେ ଗତି କରିବାରେ ଲାଗିଛି । ତେବେ ମାର୍ଚ୍ଚ ମାସ ପରଠାରୁ ପ୍ରଥମ ଥର ପାଇଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ସର୍ବନିମ୍ନ ୧୪ ହଜାରକୁ ହ୍ରାସ ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ଗତ କିଛି ଦିନ ଧରି ବିଭିନ୍ନ ରାଜ୍ୟରେ ଟିକା ଡୋଜ୍‌ର ଅଭାବ ଦେଖାଦେଇଛି । ବ୍ୟବଧାନ ଧାର୍ଯ୍ୟ ଥିଲେ ମଧ୍ୟ ତାହା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହୋଇପାରୁନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାବାଳକକୁ ଝାମ୍ପିନେଲା ଚିତା:  ଜଙ୍ଗଲରୁ ମଳିଲା ଶବ

ନାବାଳକକୁ ଝାମ୍ପିନେଲା ଚିତା: ଜଙ୍ଗଲରୁ ମଳିଲା ଶବ

Read More...

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି : ଖାଦ୍ୟ ଓ ସଂଗ୍ରହଣ ନୀତିରେ ମୋହର,  ଛ’ ବୃହତ୍ତ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁୁରୀ

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି : ଖାଦ୍ୟ ଓ ସଂଗ୍ରହଣ ନୀତିରେ ମୋହର, ଛ’ ବୃହତ୍ତ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁୁରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page