ପାକିସ୍ତାନୀ ଆତଙ୍କବାଦୀ ଦିଲ୍ଲୀରୁ ଧରାପଡ଼ିଲା

October 12, 2021, ଦେଶ, , Anupambharat News Bureau


ପାକିସ୍ତାନୀ ଆତଙ୍କବାଦୀ ଦିଲ୍ଲୀରୁ ଧରାପଡ଼ିଲା
Anupambharat News Bureau
October 12, 2021


ନୂଆଦିଲ୍ଲୀ: ଦିଲ୍ଲୀରୁ ଧରାପଡ଼ିଲା ପାକିସ୍ତାନୀ ଆତଙ୍କବାଦୀ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଚଢ଼ାଉ କରି ଦିଲ୍ଲୀ ଲକ୍ଷ୍ମୀନଗରର ରମେଶ ପାର୍କ ଏରିଆରୁ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଧରିଛନ୍ତି । ଧରା ପଡ଼ିଥିବା ଆତଙ୍କବାଦୀର ନାଁ ମହମ୍ମଦ ଅଶରଫ୍‌ ଓରଫ୍‌ ଅଲ୍ଲୀ ।
ଡକୁ୍ୟମେଣ୍ଟ ଜାଲିଆତି କରି ଫେକ୍‌ ଆଇଡି କରି ଭାରତୀୟ ନାଗରିକ ଭାବେ ଆତଙ୍କବାଦୀ ମହମ୍ମଦ ଅଶରଫ୍‌ ଦିଲ୍ଲୀର ଶାସ୍ତ୍ରୀ ନଗରରେ ରହି ଆସୁଥିଲା । ହେଲେ ଶେଷରେ ସେ ପୋଲିସ୍‌ ହାତରେ ଧରାପଡ଼ିଛି ।
ମହମ୍ମଦ ଅଶରଫ୍‌ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ୍‌ ସହ ୬୦ଗୁଳି ଲୋଡ୍‌ ଥିବା ମାଗାଜିନ୍‌, ଗୋଟିଏ ହ୍ୟାଣ୍ଡ୍‌ ଗ୍ରେନେଡ୍‌, ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୫୦ ରାଉଣ୍ଡ ଗୁଳି ଜବତ ହୋଇଛି । ନବରାତ୍ରି ପୂଜା ଚାଲି ଥିବାବେଳେ ଏହି ସମୟରେ କିଛି ବଡ଼ ଧରଣର ଆକ୍ରମଣ କରିବାକୁ ପ୍ଲାନିଂ ହୋଇଥିଲା ବୋଲି ଜଣାପଡ଼ିଛି ।
ଆତଙ୍କବାଦୀ ମହମ୍ମଦ ଅଶରଫ୍‌ ପାକିସ୍ତାନର ପଞ୍ଜାବ ପ୍ରଦେଶର ବୋଲି ସୂଚନା ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ଖୋଲିବ  ୧୦୦ ସୈନିକ ବିଦ୍ୟାଳୟ

ଦେଶରେ ଖୋଲିବ ୧୦୦ ସୈନିକ ବିଦ୍ୟାଳୟ

Read More...

ବିଶିଷ୍ଟ କବି ଦିଲ୍ଲୀପ ଦାସଙ୍କ ଦେହାନ୍ତ

ବିଶିଷ୍ଟ କବି ଦିଲ୍ଲୀପ ଦାସଙ୍କ ଦେହାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page