ଦେଶରେ ଖୋଲିବ ୧୦୦ ସୈନିକ ବିଦ୍ୟାଳୟ

October 13, 2021, ଦେଶ, , Anupambharat News Bureau


ଦେଶରେ ଖୋଲିବ  ୧୦୦ ସୈନିକ ବିଦ୍ୟାଳୟ
Anupambharat News Bureau
October 13, 2021


ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦେଶରେ ୧୦୦ଟି ବେସରକାରୀ ଓ ସରକାରୀ ସୈନିକ ସ୍କୁଲକୁ ମାନ୍ୟତା ଦେବା ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ମୋଦି କ୍ୟାବିନେଟ ।
ବେସରକାରୀ ବିଦ୍ୟାଳୟ ଏବଂ ରାଜ୍ୟ ସହଭାଗିତାରେ ୧୦୦ଟି ନୂତନ ସୈନିକ ବିଦ୍ୟାଳୟ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଘୋଷଣା କରାଯାଇଥିଲା । ବାର୍ଷିକ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ସୈନିକ ବିଦ୍ୟାଳୟଗୁଡ଼ିକ ପାଇଁ ଛାତ୍ର ଚୟନ କରାଯାଇଥାଏ ।
ସେପଟେ ସବୁ ସୈନିକ ସ୍କୁଲରେ ଝିଅମାନେ ପାଠ ପଢିବେ ବୋଲି ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ । ଦେଶର ସମସ୍ତ ସୈନିକ ସ୍କୁଲରେ ଝିଅମାନଙ୍କ ପାଇଁ ଖୋଲା । ପୂର୍ବରୁ କେବଳ ପୁଅମାନଙ୍କୁ ସୈନିକ ସ୍କୁଲରେ ପଢିବାକୁ ଅନୁମତି ଥିଲା ।
ଯେତେବେଳେ ଗରିବ ପରିବାରର ଝିଅ ଓ ପୁଅମାନେ ପାଠପଢି ନିଜ ସ୍ୱପ୍ନ ପୂରଣ କରନ୍ତି ସେତେବେଳେ ସେମାନଙ୍କର ସାମର୍ଥ୍ୟକୁ ନ୍ୟାୟ ମିଳିଥାଏ ।
ସୈନିକ ବିଦ୍ୟାଳୟଗୁଡିକ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସୈନିକ ସ୍କୁଲ ସୋସାଇଟି ଦ୍ୱାରା ପରିଚାଳିତ । ସୈନିକ ବିଦ୍ୟାଳୟ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଲା ଛାତ୍ରମାନଙ୍କୁ ଅଳ୍ପ ବୟସରୁ ଭାରତୀୟ ସଶସ୍ତ୍ର ବାହିନୀରେ ପ୍ରବେଶ ପାଇଁ ପ୍ରସ୍ତୁତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ କରୋନା ଉପର ମୁହାଁ : ରେଡ଼ ଜୋନ ଆଡ଼କୁ ଖୋର୍ଦ୍ଧା

ରାଜ୍ୟରେ କରୋନା ଉପର ମୁହାଁ : ରେଡ଼ ଜୋନ ଆଡ଼କୁ ଖୋର୍ଦ୍ଧା

Read More...

ପାକିସ୍ତାନୀ ଆତଙ୍କବାଦୀ ଦିଲ୍ଲୀରୁ ଧରାପଡ଼ିଲା

ପାକିସ୍ତାନୀ ଆତଙ୍କବାଦୀ ଦିଲ୍ଲୀରୁ ଧରାପଡ଼ିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page