ଆତଙ୍କୀଙ୍କ ବିରୋଧରେ ଯୁଦ୍ଧ ! ଲୋକଙ୍କୁ ଘରେ ରହିବାକୁ ସେନାର ନିର୍ଦ୍ଦେଶ

October 20, 2021, ଦେଶ, , Anupambharat News Bureau


ଆତଙ୍କୀଙ୍କ ବିରୋଧରେ ଯୁଦ୍ଧ !  ଲୋକଙ୍କୁ ଘରେ ରହିବାକୁ ସେନାର ନିର୍ଦ୍ଦେଶ
Anupambharat News Bureau
October 20, 2021


ଶ୍ରୀନଗର: ଆତଙ୍କୀଙ୍କୁ ଆଉ ନାହିଁ ନିସ୍ତାର । ଖୋଜି ଖୋଜି ମୁଣ୍ଡ ଗଡାଇବ ଭାରତୀୟ ସେନା । ଘାଟିରେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ଏହାରି ମଧ୍ୟରେ ଲୋକଙ୍କୁ ଘରେ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ ।
ସେପଟେ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ନରୱାଣେ । ପୁଞ୍ଚ ଅପରେସନ୍‌ ସାଇଟ୍‌ ସହିତ ଏଲ୍‌ଓସି ପରିଦର୍ଶନ କରି ଆତଙ୍କୀଦମନର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ସ୍ଥଳସେନା ମୁଖ୍ୟ । ଏପଟେ ଜମ୍ମୁ କାଶ୍ମୀରରେ ଟାର୍ଗେଟ କିଲିଙ୍ଗର ଯାଞ୍ଚ କରିବ ଏନ୍‌ଆଇଏ । ଏନେଇ ଖୁବ ଶୀଘ୍ର ଗୃହମନ୍ତ୍ରଣାଳୟ ଜାରି କରିପାରେ ଆଦେଶ ।
ଜମ୍ମୁ କାଶ୍ମୀରର ପୁଞ୍ଚ ଏବଂ ରାଜୌରୀ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ନଅ ଦିନ ବିତିସାରିଥିବାବେଳେ ମେ„ରରେ ସ୍ଥାନୀୟ ଲୋକଙ୍କୁ ସର୍ବସାଧାରଣରେ ଘୋଷଣା କରି ଘର ଭିତରେ ରହିବାକୁ କୁହାଯାଇଛି । ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଅନ୍ୟପକ୍ଷେ ଅଣସ୍ଥାନୀୟଙ୍କୁ ଘାଟି ଛାଡିବାକୁ ଚେତାବନୀ ଦେଇଛନ୍ତି ଆତଙ୍କବାଦୀ । ଯାହାଫଳରେ ପ୍ରବାସୀ ଶ୍ରମିକ ଘାଟି ଛାଡି ପଳାୟନ କରିବାକୁ ବାଧ୍ୟ ହୋଇପଡିଛନ୍ତି । ଘାଟିରେ ସେନାର ଆଣ୍ଟି ଟେରର ଅପରେସନ ଯୋଗୁଁ ବିଚଳିତ ଆତଙ୍କୀ ଜଣେ ପରେ ଜଣେ ଅଣକାଶ୍ମୀରବାସୀଙ୍କୁ କରୁଛନ୍ତି ଟାର୍ଗେଟ । ରବିବାର ମଧ୍ୟ ଅଣ-ସ୍ଥାନୀୟଙ୍କୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ବିହାରର ୨ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅମରିନ୍ଦର ଗଢ଼ିବେ ନୂଆ ଦଳ

ଅମରିନ୍ଦର ଗଢ଼ିବେ ନୂଆ ଦଳ

Read More...

ବନ୍ୟା ବିତ୍ପାତ,୩୪ ମୃତ

ବନ୍ୟା ବିତ୍ପାତ,୩୪ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page