ଅମରିନ୍ଦର ଗଢ଼ିବେ ନୂଆ ଦଳ

October 20, 2021, ଦେଶ, , Anupambharat News Bureau


ଅମରିନ୍ଦର ଗଢ଼ିବେ ନୂଆ ଦଳ
Anupambharat News Bureau
October 20, 2021


ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସରେ ବିବାଦର ଶେଷ ହେଉନାହିଁ । କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଲଗାତାର ପାର୍ଟି ପାଇଁ ଅଡୁଆ ବି ଚାଲିଛି । ଏବେ ଅମରିନ୍ଦର ସିଂହ ନୂଆ ଦଳ ଗିବା ନେଇ ବଡ଼ ଘୋଷଣା କରିଛନ୍ତି । ଏଥି ସହିତ ବିଜେପି ସହିତ ମିଶି ନିର୍ବାଚନ ଲଢ଼ିବାକୁ ସଂକେତ ମଧ୍ୟ ଦେଇଛନ୍ତି ।
କ୍ୟାପଟେନ ଅମରିନ୍ଦର ସିଂହଙ୍କ ମିଡିଆ ପରାମର୍ଶଦାତା ରବୀନ ଠୁକରାଲଙ୍କ ତରଫରୁ କରାଯାଇଥିବା ଟୁଇଟ୍‌ ଅନୁସାରେ ପଞ୍ଜାବର ଭବିଷ୍ୟତ ପାଇଁ ଲଢ଼େଇ ଜାରି ରହିବ ଏବଂ ପଞ୍ଜାବ ବିଧାନସଭା ନିର୍ବାଚନରେ ଅମରିନ୍ଦରଙ୍କ ପାର୍ଟି ବିଜେପି ସହିତ ମେଣ୍ଟ କରିପାରେ । ପଞ୍ଜାବର ଶାନ୍ତି ଓ ସ୍ଥିରତା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅମରିନ୍ଦର ସିଂହଙ୍କ ପକ୍ଷରୁ କୁହାଯାଇଛି ଯେ, ଅକାଲୀ ସମୂହରୁ ଭିନ୍ନ ହୋଇଥିବା ଦଳଗୁଡ଼ିକ ସହିତ ସମାନ ବିଚାରଧାରା ରଖୁଥିବା ପାର୍ଟିମାନଙ୍କ ସହିତ ତାଙ୍କର ମେଣ୍ଟ କରିବା ନେଇ ମଧ୍ୟ ବିଚାର ଚାଲିଛି । ଏହା ବ୍ୟତୀତ ଚାଷୀ ଆନ୍ଦୋଳନର ସମାଧାନ ସେମାନଙ୍କର ମଙ୍ଗଳ ପାଇଁ ଗଲେ, ପଞ୍ଜାବରେ ବିଜେପି ସହିତ ମେଣ୍ଟ ହୋଇପାରେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଥର ବଦଳରେ କିଡ଼ନୀ କାଢି ଦେଲେ ଡାକ୍ତର:  ହସ୍ପିଟାଲ ଦେବ ୧୧ ଲକ୍ଷ କ୍ଷତିପୂରଣ

ପଥର ବଦଳରେ କିଡ଼ନୀ କାଢି ଦେଲେ ଡାକ୍ତର: ହସ୍ପିଟାଲ ଦେବ ୧୧ ଲକ୍ଷ କ୍ଷତିପୂରଣ

Read More...

ଆତଙ୍କୀଙ୍କ ବିରୋଧରେ ଯୁଦ୍ଧ !  ଲୋକଙ୍କୁ ଘରେ ରହିବାକୁ ସେନାର ନିର୍ଦ୍ଦେଶ

ଆତଙ୍କୀଙ୍କ ବିରୋଧରେ ଯୁଦ୍ଧ ! ଲୋକଙ୍କୁ ଘରେ ରହିବାକୁ ସେନାର ନିର୍ଦ୍ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page