ହକି ଇଣ୍ଡିଆ ସଙ୍କଟ: ଆସନ୍ତା ମାସରେ ଭାରତ ଆସିବ ଏଫ୍‌ଆଇଏଚ୍‌ ଦଳ

July 21, 2022, କ୍ରୀଡ଼ା, , Anupambharat News Bureau


ହକି ଇଣ୍ଡିଆ ସଙ୍କଟ: ଆସନ୍ତା ମାସରେ ଭାରତ ଆସିବ ଏଫ୍‌ଆଇଏଚ୍‌ ଦଳ
Anupambharat News Bureau
July 21, 2022


ନୂଆଦିଲ୍ଲୀ,୨୧ା୭: ନବ ନିଯୁକ୍ତ ଅନ୍ତରୀଣ ସଭାପତି ସୈଫ ଅହମ୍ମଦଙ୍କ ନେତୃତ୍ୱରେ ଏକ ତିନି ସଦସ୍ୟ ବିଶିଷ୍ଟ ଅନ୍ତର୍ଜାତୀୟ ହକି ଫେଡେରେସନ୍‌ (ଏଫ୍‌ଆଇଏଚ୍‌) ଦଳ ଅଗଷ୍ଟ ୧୫ ରେ ଭାରତ ଗସ୍ତ କରି ନୂଆ ସମ୍ବିଧାନ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବେ ।
୨୦୨୩ ରେ ହେବାକୁ ଥିବା ବିଶ୍ୱକପ୍‌ ଆୟୋଜନ ଅଧିକାର ଭାରତ ବଜାୟ ରଖିବାକୁ ହେଲେ ଯେକୌଣସି କ୍ଷେତ୍ରରେ ଏକ ନୂଆ ସମ୍ବିଧାନ ଲାଗୁ କରିବାକୁ ପଡିବ ।
ଏଫ୍‌ଆଇଏଚ୍‌ ସିଇଓ ଥିଏରି ୱିଲ ଏବଂ କାର୍ଯ୍ୟର୍ନିବାହୀ ବୋର୍ଡ ସଦସ୍ୟ ତାଇପ ଇକ୍ରାମ ଏହି ଦଳରେ ଯୋଗଦେବେ ।
ସଂଶୋଧିତ ସମ୍ବିଧାନର କାର୍ଯ୍ୟକାରିତା ଏବଂ ହକି ଇଣ୍ଡିଆ ପାଇଁ ନୂତନ ର୍ନିବାଚନ ପରିଚାଳନା ସମ୍ପର୍କରେ ବୁଧବାର ଏଫଆଇଏଚ୍‌ କୋର୍ଟ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କ କମିଟିରୁ ବିସ୍ତୃତ ସୂଚନା ମାଗିଛି ।
ଯଦି ହକି ଇଣ୍ଡିଆ କ୍ରୀଡା ସଂହିତା ଅନୁଯାୟୀ ସମ୍ବିଧାନ ଲାଗୁ ନ ହୁଏ, ତେବେ ଭାରତ ୨୦୨୩ ଜାନୁୟାରୀ ୧୩ ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱକପ୍‌ ଆୟୋଜନ ଅଧିକାର ହରାଇବାକୁ ପଡିପାରେ ।
ଏଫ୍‌ଆଇଏଚ୍‌ ସିଇଓ ୱିଲ କହିଛନ୍ତି ଯେ ସେ ଭାରତ ଗସ୍ତ ପାଇଁ ଏକ ସମ୍ଭାବ୍ୟ ତାରିଖ ଦେଇଛନ୍ତି ଏବଂ ପ୍ରଶାସକ କମିଟିରୁ ସ୍ପଷ୍ଟୀକରଣକୁ ଅପେକ୍ଷା କରିଛନ୍ତି । ସେ ଲୋଜାନରୁ କହିଛନ୍ତି ଯେ ଆମେ ଅଗଷ୍ଟ ୧୫ ରେ ଦୁଇ ତିନି ଦିନ ପାଇଁ ଭାରତ ଆସିବାକୁ ଯୋଜନା କରୁଛୁ । ଏହି ସମସ୍ୟାର ସମାଧାନ ପାଇଁ ଆମେ ଯାହା କରିପାରିବୁ ତାହା କରିବୁ, କି;ୁ ଆମେ ପ୍ରଶାସକ କମିଟିର ଉତ୍ତରକୁ ଅପେକ୍ଷା କରିଛୁ ।
ସେ କହିଛନ୍ତି, କାର୍ଯ୍ୟକାରୀ ସଭାପତି ଅହମ୍ମଦଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଦଳ ଭାରତ ଆସିବେ । ଆମେ ସମସ୍ତଙ୍କୁ ଭେଟିବା ଏବଂ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ଏଫ୍‌ଆଇଏଚ୍‌ ଏହି ପ୍ରସଙ୍ଗରେ ସିଓଏକୁ ତିନିଥର ଲେଖିଛି କି;ୁ କୌଣସି ପ୍ରତିକ୍ରିୟା ପାଇନାହିଁ ।
ୱିଲ କହିଛନ୍ତି ଯେ ଭୁବନେଶ୍ୱର ଏବଂ ରାଉରକେଲାରେ ବିଶ୍ୱକପ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି, କି;ୁ ଆସନ୍ତା ମାସରେ ଯଦି କୌଣସି ସମାଧାନ ନ ବାହାର କରାଯାଏ ତେବେ ହକି ଇଣ୍ଡିଆ ଉପରେ କଟକଣା ଲାଗିପାରେ ।
ପ୍ରତିଶ୍ରୁତି ପାଳନ ନକରିବାରୁ ହକି ଇଣ୍ଡିଆକୁ ଦଣ୍ଡିତ କରାଯାଇପାରେ ଏବଂ ଏଥିରେ ଅନ୍ତର୍ଜାତୀୟ ହକି ଉପରେ ପ୍ରତିବନ୍ଧକ ଲଗାଯିବାର ସମ୍ଭାବନା ରହିଛି । ବିଶ୍ୱକପ୍‌ ଆୟୋଜନ ପାଇଁ ସେମାନେ ଏକ ଚୁକ୍ତି ସ୍‌ୱାକ୍ଷର କରିଛନ୍ତି ଯାହାକୁ ସେମାନେ ପୂରଣ କରିବାକୁ ପଡ଼ିବ ।
କି;ୁ ଆମେ ସେ ଦିଗରେ ଚିନ୍ତା କରୁନାହୁଁ । ଦଣ୍ଡର ସବୁଠାରୁ ବଡ ପ୍ରଭାବ ଖେଳାଳିଙ୍କ ଉପରେ ପଡେ ଏହା ସହିତ ଭାରତର ହକି ପ୍ରେମୀମାନେ ବିଶ୍ୱ ସ୍ତରୀୟ ହକିରୁ ବଞ୍ଚିତ ହେବେ ଯାହାକୁ ଆମେ ଚାହୁଁନାହୁଁ ।
ଏଫ୍‌ଆଇଏଚ୍‌ ଏପର୍ଯ୍ୟନ୍ତ ଏକ ’ପ୍ଲାନ୍‌ ବି’ ପ୍ରସ୍ତୁତ କରିନାହିଁ ଏବଂ ବିଶ୍ୱାସ କରେ ଯେ ଏପରି ହେବା ଉଚିତ ନୁହେଁ ।
ୱିଲ କହିଛନ୍ତି ଯେ ଆମେ ବିକଳ୍ପ ବିଷୟରେ ଚିନ୍ତା କରିନାହୁଁ କାରଣ ଭାରତରେ ବିଶ୍ୱକପ ଅନୁଷ୍ଠିତ ହେବାକୁ ଚାହୁଁ । ଯଦି ଆମର ଯାତ୍ରା ବିଫଳ ହୁଏ ତେବେ ପ୍ଲାନ୍‌ ’ବି’ ବିଷୟରେ ଚିନ୍ତା କରିବୁ ଭାରତରେ ବିଶ୍ୱକପ ନକରିବା ଲଜ୍ଜାଜନକ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହ: ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପରାମର୍ଶ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହ: ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପରାମର୍ଶ

Read More...

ଆଜିଠୁ ଭାରତ-େୱଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜ୍‌

ଆଜିଠୁ ଭାରତ-େୱଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page