ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହ: ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପରାମର୍ଶ

July 23, 2022, ଦେଶ, , Anupambharat News Bureau


 ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହ: ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପରାମର୍ଶ
Anupambharat News Bureau
July 23, 2022


ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଜି କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଦେଶର ସର୍ବୋଚ୍ଚ ବ୍ୟକ୍ତିଙ୍କୁ ସମ୍ମାନୀୟ ଭାବେ ଆଜି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରମୁଖ ଯୋଗଦେଇଥିଲେ । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ରାଜନୈତିକ ଦଳଙ୍କ ଉଦ୍ଦେଶ୍ୟରେ ବିଦାୟ ନେଉଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରି କହିଛନ୍ତି ଯେ, ଦଳୀୟ ରାଜନୀତି ଠାରୁ ଉର୍ଦ୍ଧ୍ୱରେ ରହି ରାଷ୍ଟ୍ରର ହିତ ସାଧାନରେ ସଦସ୍ୟମାନେ କାର୍ଯ୍ୟ କରିବା ଉଚିତ । ସଂସଦରେ ତର୍କ କରିବା ବେଳେ ଗାନ୍ଧୀବାଦ ଆଦର୍ଶନୀତିକୁ ଦଳୀୟ ନେତାମାନେ ଅନୁସରଣ କରିବା ପାଇଁ କୋବିନ୍ଦ ପରାମର୍ଶ ଦେଇଛନ୍ତି ।
ଜନକଲ୍ୟାଣ ଉଦ୍ଦେଶ୍ୟରେ ଆବଶ୍ୟକତା ଅନୁଯାୟୀ କେବଳ ନିଷ୍ପତ୍ତି ଗ୍ରହଣ କରାଯାଉ ବୋଲି ଶନିବାର ଆୟୋଜିତ ବିଦାୟକାଳୀନ ଅଭିଭାଷଣରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ଯେହେତୁ ଗଣତନ୍ତ୍ରର ମନ୍ଦିର ଭାବେ ପରିଚିତ ଏହି ସଂସଦ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିକୃତ ଅଟେ, ତେଣୁ ସଂଯମତା ରକ୍ଷା କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା କ୍ଷେତ୍ରରେ ସେ ଉତ୍ସାହିତ କରିଥିଲେ । ସଂସଦର ସେଣ୍ଟ୍ରାଲ ହଲ୍‌ ଠାରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଆଜି ସମାପନ ହୋଇଛି । ନିର୍ବାଚିତ ତଥା ପରବର୍ତ୍ତୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।
ସୂଚନାଯେ, ସୋମବାର ଭାରତର ୧୫ତମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ । ଦେଶର ସର୍ବୋଚ୍ଚ ପଦରେ ବସିବାର ସୁଯୋଗ ପାଇଥିବାରୁ ଦେଶର ସମସ୍ତ ନାଗରିକଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କୋଭିଡ଼-୧୯ ବିରୋଧରେ ଅସାଧାରଣ କୃତିତ୍ୱ ସମ୍ପନ୍ନ ରେକର୍ଡ ଟିକାକରଣ ପାଇଁ ସେ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସୂଚନାଯେ, ରାମନାଥ କୋବିନ୍ଦ ୨୦୧୭ରେ ଭାରତର ୧୪ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ସେ ଏନ୍‌ଡିଏ ତରଫରୁ ପ୍ରାର୍ଥୀ ହୋଇ ୟୁପିଏ ପ୍ରାର୍ଥୀ ମୀରା କୁମାରଙ୍କୁ ପରାଜିତ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମଙ୍କିପକ୍ସ ମାମଲା: ଜରୁରୀସ୍ଥିତି ଘୋଷଣା କଲା ଡବ୍ଲୁଏଚ୍‌ଓ

ମଙ୍କିପକ୍ସ ମାମଲା: ଜରୁରୀସ୍ଥିତି ଘୋଷଣା କଲା ଡବ୍ଲୁଏଚ୍‌ଓ

Read More...

ହକି ଇଣ୍ଡିଆ ସଙ୍କଟ: ଆସନ୍ତା ମାସରେ ଭାରତ ଆସିବ ଏଫ୍‌ଆଇଏଚ୍‌ ଦଳ

ହକି ଇଣ୍ଡିଆ ସଙ୍କଟ: ଆସନ୍ତା ମାସରେ ଭାରତ ଆସିବ ଏଫ୍‌ଆଇଏଚ୍‌ ଦଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page