ମଙ୍କିପକ୍ସ ମାମଲା: ଜରୁରୀସ୍ଥିତି ଘୋଷଣା କଲା ଡବ୍ଲୁଏଚ୍‌ଓ

July 23, 2022, ଦେଶ, , Anupambharat News Bureau


 ମଙ୍କିପକ୍ସ ମାମଲା: ଜରୁରୀସ୍ଥିତି ଘୋଷଣା କଲା ଡବ୍ଲୁଏଚ୍‌ଓ
Anupambharat News Bureau
July 23, 2022


ନୂଆଦିଲ୍ଲୀ : ବିଶ୍ୱରେ ମଙ୍କିପକ୍ସ ମାମଲା ଚିନ୍ତାଜନକ ଭାବେ ବଢିଚାଲିଛି । ଭାରତରେ ମଧ୍ୟ ଏହା ନିଜର କାୟା ମେଲାଇ ଚାଲିଛି । ଶନିବାରଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲìଏଚ୍‌ଓ ) ଏହାକୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ଘୋଷଣା କରିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡୋସ ଆଧାନମ ଘେବ୍ରୟସ କହିଛନ୍ତି ମଙ୍କିପକ୍ସ ସଂକ୍ରମଣ ବିଶ୍ୱରେ ଚିନ୍ତାଜନକ ଭାବେ ଏକ ଜନସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିଛି । ସେ କହିଛନ୍ତି, ପ୍ରାୟ ମାସକ ତଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମ ସଂପର୍କିତ ଜରୁରୀକାଳୀନ କମିଟି ମଙ୍କିପକ୍ସ ସଂକ୍ରମଣ ସଂପର୍କରେ ସମୀକ୍ଷା କରିଥିଲା । ମାସକ ପରେ ଏବେ ବିଶ୍ୱରେ ମଙ୍କିପକ୍ସ ୭୫ଟି ଦେଶକୁ ବ୍ୟାପିଯାଇଛି ଓ ମୋଟ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ୬ ଜଣ ମୃତୁ୍ୟବରଣ କରିଛନ୍ତି । ଏଣୁ ଏହାକୁ ନେଇ ଚିନ୍ତା ବଢିଯାଇଛି । ଭାରତରେ ମଧ୍ୟ ମଙ୍କିପକ୍ସ ନିଜର କାୟା ମେଲାଇ ସାରିଛି । ଭାରତରେ ଏପର୍ଯ୍ୟନ୍ତ ମୋଟ ୩ଟି ମାମଲା ଦେଖାଦେଇଛି ଓ ସମସ୍ତ ମାମଲା କେରଳରେ ଦେଖାଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂର୍ବରୁ କହିଥିଲା ଯେ ମଙ୍କିପକ୍ସ ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ, କି;ୁ ଏବେ ଏହି ସଂକ୍ରମଣକୁ ନେଇ ଡବ୍ଲìଏଚ୍‌ଓ ଚିନ୍ତା ପ୍ରକାଶ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଶିପୁର ଝାଡ଼ାବାନ୍ତି ମୃତୁ୍ୟ ଆଠକୁ ବୃଦ୍ଧି

କାଶିପୁର ଝାଡ଼ାବାନ୍ତି ମୃତୁ୍ୟ ଆଠକୁ ବୃଦ୍ଧି

Read More...

 ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହ: ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପରାମର୍ଶ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମାରୋହ: ରାଷ୍ଟ୍ରହିତରେ କାର୍ଯ୍ୟ କରିବାକୁ ପରାମର୍ଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page