ଦେବାଳିଆ ସ୍ଥିତିରେ ସିନେୱାର୍ଲଡ

August 21, 2022, ଶିଳ୍ପ ବାଣିଜ୍ୟ, , Anupambharat News Bureau


 ଦେବାଳିଆ ସ୍ଥିତିରେ ସିନେୱାର୍ଲଡ
Anupambharat News Bureau
August 21, 2022


କାର୍ଲିଫର୍ଣ୍ଣିଆ: ସାରା ଦୁନିଆର ଅର୍ଥବ୍ୟବସ୍ଥା ଏବେ ଚାପରେ ରହିଛି ଏବଂ ମାନ୍ଦାବସ୍ଥାର ଭୟ ରହିଛି । ଏହାରି ଭିତରେ ଦୁନିଆର ଦ୍ୱିତୀୟ ସବୁଠୁ ବଡ ସିନେମା ଅପରେଟର ସିନେୱାର୍ଲଡ ଆମେରିକାରେ ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରିବାକୁ ଯୋଜନା କରୁଛି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, କାମ୍ପାନି ଆମେରିକା ଏବଂ ବ୍ରିଟେନରେ ଦେବାଳିଆ ବ୍ୟବସ୍ଥା ଉପରେ ପରାମର୍ଶ ଦେବା ପାଇଁ ର୍କିକଲ୍ୟାଣ୍ଡ ଏବଂ ଏଲିସ ଏଲଏଲପିର ଆଇନଜୀବୀ ଏବଂ ଏଲିସ୍କାପାର୍ଟର୍ସଙ୍କୁ ପରାମର୍ଶଦାତା ନିଯୁକ୍ତ କରିଛି । ଏହି ଖବର ସାମନାକୁ ଆସିବା ପରେ ସିନେୱାର୍ଲଡ ଗ୍ରୁପର କମ୍ପାନି ପିଏଲସିର ସେୟାରରେ ୮୨ ପ୍ରତିଶତ ଯାଏଁ ହ ୍ରାସ ଦେଖିବାକୁ ମିଳିଥିଲା ।
ସିନେୱାର୍ଲଡ ନିଜର ଏକ ରିପୋର୍ଟରେ କହିଛି, ନିଜ ଋଣର ବୋଝ କମାଇବା ପାଇଁ ପୁନର୍ଗଠନ ଉପରେ ବିଚାର କରୁଛି । ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ ସିନେମା ଘର ବନ୍ଦ ରହିବା ଫଳରେ କମ୍ପାନିକୁ ପ୍ରବଳ କ୍ଷତି ସହିବାକୁ ପଡିଥିଲା । କରୋନା ଏବଂ ଲକଡାଉନ ପରେ ବକ୍ସ ଅଫିସରେ କିଛି ବଡ଼ ଧରଣର ରିକଭରୀ ହୋଇ ନଥିଲା । ଏବେ ବି ଦର୍ଶକମାନେ ଥିଏଟର ଯାଇ ସିନେମା ଦେଖିବାକୁ ଚାହୁଁନାହାନ୍ତି, ଯାହାର ପ୍ରଭାବ ସିଧା କମ୍ପାନି ଉପରେ ପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ୟୁପିଆଇରେ ଟଙ୍କା ଟ୍ରାନ୍ସଫର ହେବ ମହଙ୍ଗା ! ଶୁÂ ଲାଗୁ ପାଇଁ ବିଚାର କରୁଛି ରିଜର୍ଭ ବ୍ୟାଙ୍କ

ୟୁପିଆଇରେ ଟଙ୍କା ଟ୍ରାନ୍ସଫର ହେବ ମହଙ୍ଗା ! ଶୁÂ ଲାଗୁ ପାଇଁ ବିଚାର କରୁଛି ରିଜର୍ଭ ବ୍ୟାଙ୍କ

Read More...

ଜଳ ସମ୍ପଦ ମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା: ଆସନ୍ତା ଦୁଇ ଦିନ ଗୁରୁତ୍ୱପୂର୍ଣ୍ଣ

ଜଳ ସମ୍ପଦ ମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା: ଆସନ୍ତା ଦୁଇ ଦିନ ଗୁରୁତ୍ୱପୂର୍ଣ୍ଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page