ୟୁପିଆଇରେ ଟଙ୍କା ଟ୍ରାନ୍ସଫର ହେବ ମହଙ୍ଗା ! ଶୁÂ ଲାଗୁ ପାଇଁ ବିଚାର କରୁଛି ରିଜର୍ଭ ବ୍ୟାଙ୍କ

August 21, 2022, ଶିଳ୍ପ ବାଣିଜ୍ୟ, , Anupambharat News Bureau


ୟୁପିଆଇରେ ଟଙ୍କା ଟ୍ରାନ୍ସଫର ହେବ ମହଙ୍ଗା ! ଶୁÂ ଲାଗୁ ପାଇଁ ବିଚାର କରୁଛି ରିଜର୍ଭ ବ୍ୟାଙ୍କ
Anupambharat News Bureau
August 21, 2022


ମୁମ୍ବାଇ: ୟୁନିଫାଇଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଏବେ ଭାରତରେ ବେଶ ଲୋକପ୍ରୀୟ । ଏହିଡିଜିଟାଲ ପେମେଣ୍ଟରେ ଲୋକେ ନିମିଷକରେ ପୈଠ କରିପାରୁଥିବା ବେଳେ ଏଥିଲାଗି କୌଣସି ଚାର୍ଜ ଦେବାକୁ ବି ପଡୁନି । ତେବେ ଆଗାମୀ ଦିନରେ ପରିସ୍ଥିତି ପରିବର୍ତ୍ତନ ହୋଇପାରେ । ଲୋକଙ୍କୁ ଦେୟ ପୈଠ କରିବା ଲାଗି ଚାର୍ଜ ଦେବାକୁ ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏଥିଲାଗି ଡିସ୍କସନ ପେପର ଅନ୍‌ଚାର୍ଜେସ୍‌ ଇନ ପେମେଣ୍ଟ ସିଷ୍ଟମ (ଡିପିସିପିଏସ) ଜାରି କରିଛନ୍ତି । ଏ ନେଇ ରିଜର୍ଭବ୍ୟାଙ୍କ ପରାମର୍ଶ ଲୋଡିଛନ୍ତ ।
ଉଲ୍ଲେଖଯୋଗ୍ୟ ଯେ ୟୁପିଆଇରୁ ଶୁÂ ଅସୁଲି ଲାଗି ରିଜର୍ଭବ୍ୟାଙ୍କ ଏବେ ବିକଳ୍ପ ସନ୍ଧାନ କରୁଛି । ରିଜର୍ଭବ୍ୟାଙ୍କ ପକ୍ଷରୁ ଜାରି ପେପରରେ ୟୁପିଆଇ ମଧ୍ୟ ଇମିଡିଏଟ୍‌ ପେମେଣ୍ଟ ସର୍ଭିସ (ଆଇଏମପିଏସ) ଭଳି ଏକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ ଓ ଏହା ଉପରେ ଟ୍ରାନ୍ସଫର ଟ୍ରାଞ୍ଜାକ୍ସନରେ ଶୁÂ ଲାଗିବା ଦରକାର ବୋଲି କହିଛନ୍ତି । ରିଜର୍ଭବ୍ୟାଙ୍କ ଅନୁସାରେ ପୃଥକ ପୃଥକ ଏମାଉଣ୍ଟ ଲାଗି ଅଲଗା ଅଲଗା ଚାର୍ଜ ର୍ନିଦ୍ଧାରିତ କରାଯାଇପାରେ ।
ପେପରରେ କୁହାଯାଇଛି ଯେ ୟୁପିଆଇ ଏକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ ଭାବେ ପଇସାର ରିୟଲଟାଇମ ଟ୍ରାନ୍ସଫର ସୁନିଶ୍ଚିତ କରିଥାଏ । ସେହିପରି ଏକ ମର୍ଚେଣ୍ଟ ପେମେଣ୍ଟ ସିଷ୍ଟମ ଭାବେ ମଧ୍ୟ ରିୟଲଟାଇମରେ ସେଟେଲମେଟ୍‌ ସୁନିଶ୍ଚିତ କରିଥାଏ । ଏହି ସବୁ କାମ ଯେପରି ବିନା କୌଣସି ଜଟିଳତାରେ ନେଣ ଦେଣ ପୂରା କରିବାକୁ ବ୍ୟାଙ୍କମାନଙ୍କୁ ବେସିକ୍‌ ଇନଫ୍ରାଷ୍ଟକଚର ର୍ନିମାଣ କରିବାକୁ ପଡିଥାଏ । ଏଣୁ ଏପରି ସିଷ୍ଟମରେ ଅତିରିକ୍ତ ଅର୍ଥ ବ୍ୟୟ କରିବାକୁ ପଡିଥାଏ । ଏବେ ଏପରି ଦେୟ ଉପରେ ଏବେ ରିଜର୍ଭବ୍ୟାଙ୍କ ଶୁÂ ଲଗାଇବାକୁ ଚାହୁଛି । ଏଥିରେ ଡେବିଟ କାର୍ଡ ଟ୍ରାଞ୍ଜାକ୍ସନରେ ମଧ୍ୟ ଶୁÂ ଲଗାଇ ପାରନ୍ତି, ଯାହା ଏପର୍ଯ୍ୟନ୍ତ ନିଶୁÂ ଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ‘ବାହାର କଳାକାରଙ୍କୁ ବଲିଉଡରେ ସୁଯୋଗ କମ୍‌’

‘ବାହାର କଳାକାରଙ୍କୁ ବଲିଉଡରେ ସୁଯୋଗ କମ୍‌’

Read More...

 ଦେବାଳିଆ ସ୍ଥିତିରେ ସିନେୱାର୍ଲଡ

ଦେବାଳିଆ ସ୍ଥିତିରେ ସିନେୱାର୍ଲଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page