ଗଡ଼କରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା: ଠିକ୍‌ ସମୟରେ ସରକାର ନିଷ୍ପତ୍ତି ନେଉ ନାହାନ୍ତି

August 23, 2022, ଦେଶ, , Anupambharat News Bureau


ଗଡ଼କରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା:  ଠିକ୍‌ ସମୟରେ ସରକାର ନିଷ୍ପତ୍ତି ନେଉ ନାହାନ୍ତି
Anupambharat News Bureau
August 23, 2022


ନୂଆଦିଲ୍ଲୀ,୨୩ା୮: ସରକାର ଠିକ୍‌ ସମୟରେ ନିଷ୍ପତ୍ତି ନେଉ ନାହାନ୍ତି । ଏହା ହିଁ ସବୁଠାରୁ ବଡ଼ ସମସ୍ୟା ବୋଲି କହି ପୁଣି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଗଡ଼କରୀ । ଆସୋସିଏସନ ଅଫ କନସଲଫିଂ ଇଞ୍ଜିନିୟର୍ସ ପକ୍ଷରୁ ମୁମ୍ବାଇରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ମନ୍ତ୍ରୀ କହିଛନ୍ତି, ଆପଣମାନେ ଚମତ୍କାର କରିପାରିବେ, ଏଥିପାଇଁ ଦକ୍ଷତା ଅଛି । ମୋ ମତାମତ ହେଉଛି ଭାରତୀୟ ଭତ୍ତିଭୂମିର ଭବଷ୍ୟତ ବେଶ ଉଜ୍ଜ୍ୱଳ । ଆମକୁ ଭଲ ଟେକ୍ନୋଲଜି, ଭଲ ଚିନ୍ତାଧାରା, ଭଲ ଗବେଷଣାକୁ ଗ୍ରହଣ କରିବାକୁ ପଡ଼ିବ ।
ସେହିପରି ଏଗୁଡ଼ିକ ଉପରେ ସଫଳତାର ସହ ବିଶ୍ୱ ଓ ଦେଶରେ ଅଭ୍ୟାସ କରିବାକୁ ହେବ । ଗୁଣବତ୍ତାରେ ବୁଝାମଣା ନ କରି ଆମକୁ ଦାମ ହ ୍ରାସ କରାଯାଇ ପାରୁଥିବା ବିକଳ୍ପ ଜନିଷ ବାହାର କରିବାକୁ ହେବ । ସେହିପରି ନିର୍ମାଣ କାମରେ ସମୟ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସମୟ ହେଉଛି ସବୁଠାରୁ ବଡ଼ ପୁଞ୍ଜି । କି;ୁ ସବୁଠାରୁ ବଡ଼ ସମସ୍ୟା ହେଲା ସରକାର ଠିକ ସମୟରେ ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ଟେକ୍ନୋଲଜି ଓ ସମ୍ବଳ ଠାରୁ ସମୟ ହିଁ ସବୁଠାରୁ ମହ‰ପୂର୍ଣ୍ଣ । ସରକାରଙ୍କ ସଫଳତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନ ସହ ଗଡ଼କରୀଙ୍କ ବୟାନ ଆଦୌ ମେଳ ଖାଉନାହିଁ । ସରକାର ଅମୃତ କାଳରେ ଅନେକ ସଫଳତା ଠିକଣା ସମୟରେ ହାସଲ କରିଥିବା ମୋଦି କହିଥିଲେ । ହେଲେ ଗଡ଼କରୀ ଠିକଣା ସମୟରେ ସରକାର ନିଷ୍ପତ୍ତି ନେଉ ନଥିବା କହିଛନ୍ତି । ତେବେ ଗଡ଼କାରୀଙ୍କ ବୟାନ କୌଣସି ନିର୍ଦ୍ଧିଷ୍ଟ ସରକାର ନୁହେଁ ବରଂ ସେ ସାଧାରଣ ଭାବେ ସରକାରଙ୍କ କଥା କହି ପ୍ରସଙ୍ଗକୁ ବିଜେପି ନେତାମାନେ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି । ଗତ ସପ୍ତାହରେ ଗଡ଼କରୀଙ୍କୁ ବିଜେପିର ସଂସଦୀୟ ବୋର୍ଡରୁ ବିଦା କରାଯାଇଥିଲା । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କମିଟି ଗଠନ କରାଯାଇଥିବା ବେଳେ ଗଡ଼କରୀ ଏଥିରେ ସ୍ଥାନ ପାଇ ନଥିଲେ । ଗଡ଼କରୀ
ବିଜେପିର ସଭାପତି ଭାବେ ପୂର୍ବରୁ କାର୍ଯ୍ୟ କରି ସାରିଛନ୍ତି । ସବୁବେଳେ ସେ ଦଳର ସଂସଦୀୟ ବୋର୍ଡର ସଦସ୍ୟ ଭାବେ ରହି ଆସୁଥିଲେ । କି;ୁ ତାଙ୍କୁ ଏଥର ଏହି ବୋର୍ଡରୁ ବିଦା କରାଯିବା ସମସ୍ତଙ୍କୁ ଚକିତ କରିଛି । ଏହି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଗଡ଼କରୀ ନାଗପୁରର ଗୋଟିଏ କାର୍ଯ୍ୟକ୍ରମରେ କହିଥିଲେ, ଏବେ ରାଜନୀତି କେବଳ କ୍ଷମତା ପାଇଁ କରାଯାଉଛି । ତେଣୁ ସେ ବେଳେବେଳେ ରାଜନୀତି ଛାଡ଼ିବାକୁ ଭାବୁଛନ୍ତି । ଏହାବାଦ ଅଟଳ ବିହାରୀ ବାଜପେୟୀ, ଏଲକେ ଆଡଭାନୀ ଓ ଦୀନ ଦୟାଲ ଉପାଧ୍ୟାୟଙ୍କ ପାଇଁ ଆଜି ବିଜେପିର କ୍ଷମତା ବୃଦ୍ଧି ପାଇଥିବା ମଧ୍ୟ ଗଡ଼କରୀ କହିବାକୁ ପଛାଇ ନଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  n ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ

ଚାରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା n ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ

Read More...

 ‘ବାହାର କଳାକାରଙ୍କୁ ବଲିଉଡରେ ସୁଯୋଗ କମ୍‌’

‘ବାହାର କଳାକାରଙ୍କୁ ବଲିଉଡରେ ସୁଯୋଗ କମ୍‌’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page