ନୂଆଦିଲ୍ଲୀ :ଷ୍ଟେଟବ୍ୟାଙ୍କ ଗ୍ରାହକ ଏବେ ଛୋଟ ମୋଟ ବ୍ୟାଙ୍କ କାମ ପାଇଁ ବ୍ୟାଙ୍କ ଯାଇ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ବ୍ୟାଙ୍କ ଏବେ ଗ୍ରାହକଙ୍କ ପାଇଁ ହ୍ୱାଟସଆପ୍ ବ୍ୟାଙ୍କିଙ୍ଗ୍ ସୁବିଧା ଆରମ୍ଭ କରିଛି । ଏହା ଦ୍ୱାରା ମିନି ଷ୍ଟେଟମେଣ୍ଟ ପାଇପାରିବେଏବଂ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଜାଣିପାରିବେ । ବ୍ୟାଙ୍କରେ ଖାତା ଖୋଲିଥିବା ବ୍ୟକ୍ତିମାନେ ୟୋନୋ ଆପରେ ଲଗ ଇନ୍ ନକରି ବା ଏଟିଏମକୁ ନଯାଇ ମଧ୍ୟ ହ୍ୱାଟଟସ ଆପରେ ମଧ୍ୟ ଏହାର ସୂଚନା ପାଇପାରିବେ । ସେଥିପାଇଁ ଯଦି ଷ୍ଟେଟବ୍ୟାଙ୍କରେ ଖାତା ରହିଛି ଓ ନୂଆ ଷ୍ଟେଟବ୍ୟାଙ୍କ ହ୍ୱାଟସଆପ ବ୍ୟାଙ୍କିଙ୍ଗ ସୁବିଧାର ଉପଯୋଗ କରିବା ଚାହିଁଲେ ହ୍ୱାାଟସଆପ୍ ସେବା ପାଇଁ ଆକାଉଣ୍ଟକୁ ରେଜିଷ୍ଟର କରିବା ପାଇଁ ପଡ଼ିବ । ଏହା ପୂର୍ବରୁ ଏକ ଏସଏମଏସ ମାଧ୍ୟମରେ ଆପଣଙ୍କୁ ପରମିଶନ୍ ଦେବାକୁ ପଡ଼ିବ ।