ନାବାଳିକା ବିବାହ ରୋକିବାକୁ ଯାଇ ଚାଇଲï ଲାଇନ୍‌ ଓ ପୋଲିସ ହଟହଟା

May 27, 2019, ଓଡ଼ିଶା, , Anupambharat News Bureau


ନାବାଳିକା ବିବାହ ରୋକିବାକୁ ଯାଇ ଚାଇଲï ଲାଇନ୍‌ ଓ ପୋଲିସ ହଟହଟା
Anupambharat News Bureau
May 27, 2019

ଚୌଦ୍ୱାର୨୬ା୫(ଅନୁପମ ମିଡ଼ିଆ):ଚୌଦ୍ୱାର ଅଞ୍ଚଳରେ ଜଣେ ନାବାଳିକାର ବିବାହକୁ ରୋକିବାକୁ ଯାଇଥିବା ପୋଲିସ,ଚାଇଲï ଲାଇନ୍‌ର କର୍ମକର୍ତ୍ତା ଓ ସମାଜ ସେବା ସଂସ୍ଥାର ସଦସ୍ୟମାନେ ହଟହଟା ହେବା ସହ ନାବାଳିକା ପରିବାର ଲୋକଙ୍କ ତୀବ୍ର ବିରୋଧର ଶୀକାର ହୋଇଥିବା ଜଣା ପଡ଼ିଛି ।ପ୍ରକାଶଯେ ଚୌଦ୍ୱାର ପୌରପାଳିକାର ୧୩ନଂ ୱାର୍ଡ ପାଇକରାପୁର ଗ୍ରାମର ଜଣେ ନାବାଳିକାର ବିବାହ ଆଜି ରବିବାର ଗ୍ରାମର ଶିବ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଚାଇଲଡ୍‌ ଲାଇନ୍‌କୁ ଖବର ମିଳିଥିଲା ।ଚାଇଲï ଲାଇନ୍‌ର ପ୍ରତିନିଧି ବୃନ୍ଦ, ଚୌଦ୍ୱାର ପୌଲିସ ଓ ଓଲସା ସଂଗଠନର ସଦସ୍ୟ ମାନେ ଯାଇ ପହଁଚିଥିଲେ ବିବାହ ଚାଲିଥିବା ପାଇକରପୁରସ୍ଥିତ ଶିବ ମନ୍ଦିରରେ । ଚାଇଲï ଲାଇନ୍‌ କର୍ମକର୍ତ୍ତା ମାନେ ପୋଲିସ ସହାୟତାରେ ବିବାହକୁ ବନ୍ଦ କରିବା ସହିତ ନାବାଳିକାକୁ କଟକ ସିଡବ୍ଲìସିକୁ ନେବାକୁ ଉଦ୍ୟମ କରି ଥାନା ଗାଡିରେ ବସାଇବା ବେଳେ ନାବାଳିକାର ପରିବାର ଲୋକେ,ସମ୍ପର୍କୀୟ ମାନେ ଓ ଉପସ୍ଥିତ ଶହଶହ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିବା ସହିତ ନାବାଳିକା ବସିଥିବା ପୋଲିସ ଗାଡିକୁ ଅଟକାଇ ରଖିଥିଲେ ।ଉତ୍ୟକ୍ତ ଲେକେ ପୋଲିସ ଗାଡି ସାମ୍ନାରେ ଏକଜୁଟ ହୋଇ ଗଣ୍ଡଗୋଳ କରିବା ସହିତ ନାବାଳିକାରକୁ ଗାଡ଼ିରୁ ବାହାର କରି ନେଇ ଯାଇଥିଲେ । ପରେ ଯୋର ଜବରଦସ୍ତ ନାବାଳିକାର ବିହାହ ସମ୍ପନ୍ନ କରି ଉଭୟ ବର ଓ କନ୍ୟାଙ୍କୁ ନେଇ ଯାଇଥିଲେ ।ଉପସ୍ଥିତ ପୋଲିସ, ଛାଇଲï ଲାଇନ୍‌ ଓ ଓଲସାର କର୍ମକର୍ତ୍ତା ମାନେ ନିରାଶ ହୋଇ ଘଟଣାସ୍ଥଳରୁ ଫେରିଆସିଥିଲେ । ଚାଇଲଡ୍‌ ଲାଇନ ତରଫରୁ ଏସଂକ୍ରନ୍ତରେ ଚୌଦ୍ୱାର ଥାନାରେ ଏକ ଅଭିଯୋଗ କରା ଯାଇଥିବାବେଳେ ପୋଲିସ ତରଫରୁ ଘଟଣାର ବିଧିବଦ୍ଧ ତଦନ୍ତ କରାଯାାଉଛି ବୋଲି ଆଇଆଇସି ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Read More...

ଦୁଇ ଦଶନ୍ଧି ହେଲା ବିଜେଡି ପଛରେ ଗଞ୍ଜାମବାସୀ, ବିକାଶମୂଳକ ଯୋଜନା କି ରୋଜଗାର ନାହିଁ

ଦୁଇ ଦଶନ୍ଧି ହେଲା ବିଜେଡି ପଛରେ ଗଞ୍ଜାମବାସୀ, ବିକାଶମୂଳକ ଯୋଜନା କି ରୋଜଗାର ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page