ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

September 19, 2022, ଓଡ଼ିଶା, , Anupambharat News Bureau


ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ
Anupambharat News Bureau
September 19, 2022


ଭୁବନେଶ୍ୱର, ୧୯ା୯(ଅନୁପମ ମିଡ଼ିଆ):­ ବିଜେପିର ବରିଷ୍ଠ ନେତା, ବିରୋଧୀ ଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଏମ୍ସ ଆଡିସନାଲ ସୁପରିଟେଣ୍ଡେଣ୍ଟ ସୂଚନା ସେଇଛନ୍ତି । ସେ କିଡନୀ ରୋଗଜନିତ ଅସୁସ୍ଥତା ଯୋଗୁଁ ପାଖାପାଖି ମାସେ ହେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କର ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।
ବିଷ୍ଣୁ ସେଠୀଙ୍କ ବିୟୋଗରେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ , ଆନ୍ଧ୍ରପ୍ରଦେଶ ରାଜ୍ୟପାଳ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡïା , କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଓଡିଶାର ବହୁ ମନ୍ତ୍ରୀ ,ରାଜନେତା , ଦଳୀୟ କର୍ମକର୍ତା ଭୁବନେଶ୍ୱର ଏମସ୍‌ ରେ ପହଂଚି ତାଙ୍କର ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ଓଡିଶା ବିଧାନସଭାକୁ ନିଆଯାଇଥିଲା । ସେଠାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ବହୁ ବିଧାୟକ ଶେଷ ଦର୍ଶନ କରିଥିଲେ । ଏହାପରେ ତାଙ୍କ ମର ଶରୀରକୁ ବିଜେପି ରାଜ୍ୟକାର୍ଯ୍ୟାଳୟ ନିଆଯାଇଥିଲା । ସେଠାରେ ମଧ୍ୟ ଦଳୀୟ କର୍ମକର୍ତ୍ତର୍ା ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ସେଠାରୁ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମସ୍ଥାନ ଭଦ୍ରକର ତିହିଡିକୁ ନିଆଯାଇଥିଲା । ରାସ୍ତାରେ ବିଭିନ୍ନ ସ୍ଥାନରେ ତାଙ୍କ ଶେଷ ସମ୍ମାନ ଜଣାଇଥିଲେ ବହୁ ମାନ୍ୟଗନ୍ୟ ବ୍ୟକ୍ତି । ସନ୍ଧ୍ୟାରେ ତିହିଡିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।
ସେ ଦୁଇ ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ଚାନ୍ଦବାଲିରୁ ସେ ପ୍ରଥମେ ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୧୯ରେ ସେ ଧାମନଗର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ।ବିଧାୟକ ବିଷ୍ଣୁ ସେଠୀ ବିରୋଧୀ ଦଳ ଉପନେତା ଭାବେ ବି ଦାୟିତ୍ୱ ନିର୍ବାହ କରିଥିଲେ । ସେ ସରକାରୀ ଦଳର ତୀବ୍ର ସମାଲୋଚକ ଭାବେ ପରିଚିତ ଥିଲେ । କେବଳ ଜଣେ ରାଜନେତା ନ ଥିଲେ, ବରଂ ସେ ଜଣେ ସାହିତ୍ୟିକ ମଧ୍ୟ ଥିଲେ । ସେ ଘାସଫୁଲ ସାହିତ୍ୟ ପତ୍ରିକାର ସମ୍ପାଦକ ବି ଥିଲେ । ସେ କାଜୁ ନିଗମର ଅଧ୍ୟକ୍ଷ ମଧ୍ୟ ପୂର୍ବରୁ ରହି ସାରିଥିଲେ ।
୧୯୬୧ ମସିହା ଜୁନ୍‌ ୫ରେ ସେ, ଭକ୍ରକ ଜିଲ୍ଲା ତିହିଡିରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ମା’ଙ୍କୁ ହରାଇଥିବା ବିଷ୍ଣୁଙ୍କୁ ବାପା ଗୟାଧର ସେଠୀ ମଣିଷ କରିଥିଲେ । ଭଦ୍ରକ ଜିଲ୍ଲା ତିହିଡି ହାଇସ୍କୁଲରୁ ମାଟ୍ରିକ ପରେ ଉକିଳ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ କରିଥିଲେ । ପରେ ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ ବିଷ୍ଣୁ । ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସୁଦ୍ଧା ଜନସେବାକୁ ନିଜ ଜୀବନର ବ୍ରତ କରିଥିଲେ ବିଷ୍ଣୁ ସେଠୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବୀନଙ୍କ ସ୍ଥାବରଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪ କୋଟି : ନବ ସବୁଠାରୁ ଧନୀ ମନ୍ତ୍ରୀ

ନବୀନଙ୍କ ସ୍ଥାବରଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪ କୋଟି : ନବ ସବୁଠାରୁ ଧନୀ ମନ୍ତ୍ରୀ

Read More...

୨୦୨୪ ନିର୍ବାଚନ:ସଫଳ ହେବ କି ବିଜେପିର ସଙ୍ଘର୍ଷ ମନ୍ତ୍ର

୨୦୨୪ ନିର୍ବାଚନ:ସଫଳ ହେବ କି ବିଜେପିର ସଙ୍ଘର୍ଷ ମନ୍ତ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page