ନବୀନଙ୍କ ସ୍ଥାବରଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪ କୋଟି : ନବ ସବୁଠାରୁ ଧନୀ ମନ୍ତ୍ରୀ

September 23, 2022, ଓଡ଼ିଶା, , Anupambharat News Bureau


ନବୀନଙ୍କ ସ୍ଥାବରଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪ କୋଟି : ନବ ସବୁଠାରୁ ଧନୀ ମନ୍ତ୍ରୀ
Anupambharat News Bureau
September 23, 2022


ଭୁବନେଶ୍ୱର , ୨୩ା୯(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି । ସିଏମଓ େୱବସାଇଟରେ ସମସ୍ତ ମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ତାହା ଅନୁଯାୟୀ,ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୬୪ କୋଟି ଟଙ୍କା କୋଟି ୮୯ ହଜାର ୨୨୦ ଟଙ୍କା ।
୨୦୨୧ ଡିସେମ୍ବର ୩୧ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଜନପଥ ବ୍ୟାଙ୍କରେ ୭୨ ଲକ୍ଷ ୮ ହଜାର ୯୩ ଟଙ୍କା ରହିଛି । ସେହିପରି ଭୁବନେଶ୍ୱର ଷ୍ଟେଟ୍‌ ବ୍ୟାଙ୍କରେ ୨୧ ଲକ୍ଷ ୭୧ ହଜାର ଟଙ୍କା, ହିଞ୍ଜିଳିକାଟୁ ଷ୍ଟେଟ୍‌ ବ୍ୟାଙ୍କରେ ୭ ହଜାର ୭୪ ଟଙ୍କା ଓ ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଆକାଉଣ୍ଟରେ ୧୪ ହଜାର ୪୮୮ ଟଙ୍କା , ବରଗଡ଼ ଜିଲ୍ଲାର ପଦ୍ମପୁର ରହିଥିବା ଷ୍ଟେଟ୍‌ ବ୍ୟାଙ୍କରେ ୩୯,୦୨୮ ଟଙ୍କା ଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ଏହାବ୍ୟତୀତ ସେ ପୋଷ୍ଟ ଅଫିସରେ ୫୦୩୩ ଟଙ୍କାର ଜମାପୁଞ୍ଜି, ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୧,୧୧,୨୬,୩୭୯ ଟଙ୍କାର ଫିକ୍ସଡ ଡିପୋଜିଟ୍‌, ୯ କୋଟିର ରିଜର୍ଭ ବ୍ୟାଙ୍କ ବଣ୍ଡ ଓ ପୋଷ୍ଟ ଅଫିସରେ ୧ କୋଟି ଟଙ୍କାର ଟର୍ମ ଡିପୋଜିଟ୍‌ ରଖିଛନ୍ତି । ସେହିପରି ତାଙ୍କ ପାଖରେ ୩ ଲକ୍ଷ ୪୫ ହଜାର ୩୩୬ ଟଙ୍କାର ଅଳଙ୍କାର ରହିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହା ବ୍ୟତୀତ ଉତ୍ତରାଧିକାର ସୂତ୍ରରେ ମିଳିଥିବା ଭୁବନେଶ୍ୱର ନବୀନ ନିବାସ କୋଠା ଓ ଜମିରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ଅଂଶ ରହିଛି । ଯାହାର ଆନୁମାନିକ ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ଦିଲ୍ଲୀର ଏପିଜେ ଅବଦୁଲ କଲାମ୍‌ ରୋଡ଼ରେ ଥିବା ଜମି ଓ କୋଠାରୁ ନବୀନଙ୍କ ଭାଗରେ ଥିବା ୫୦% ଅଂଶର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା । ଅନ୍ୟ
ପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଜି ପର୍ଯ୍ୟନ୍ତ ଗାଡ଼ି ହିସାବରେ ଗୋଟିଏ ପୁରୁଣା (୧୯୮୦) ମଡେଲ୍‌ ଆମ୍ବାସାଡାର କାରଟିଏ ରହିଛି, ଯାହାର ମୂଲ୍ୟ ମାତ୍ର ୬ ହଜାର ୪୩୪ ଟଙ୍କା । ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ନିଜ ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି ଯେ ତାଙ୍କ ପତ୍ନୀଙ୍କ ନାଁରେ ୬୫ଟି ଗାଡ଼ି ରହିଛି । ସମସ୍ତ ଗାଡ଼ି କମର୍ସିଆଲ୍‌ ବୋଲି ଦର୍ଶାଯାଇଛି । ଠିକ୍‌ ସେହିପରି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଖରେ ଏକ ଇନୋଭା କାର୍‌ ଥିବା ତାଲିକାରୁ ଜଣାଯାଇଛି । ତେବେ ଏଥିମଧ୍ୟରୁ ୨୦୨୧ରେ ୧୮ଟି ଗାଡ଼ି କିଣାଯାଇଛି ।
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁରେ କୌଣସି ଚାରି ଚକିଆ ଗାଡ଼ି ନଥିବା ଦର୍ଶାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଲ୍ଲୀପ ତିର୍କୀ ହକି  ଇଣ୍ଡିଆ ସଭାପତି

ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି

Read More...

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page