ନିର୍ବାଚନ ଲଢ଼ିବେ ଗେହଲଟ

September 23, 2022, ଦେଶ, , Anupambharat News Bureau


ନିର୍ବାଚନ ଲଢ଼ିବେ ଗେହଲଟ
Anupambharat News Bureau
September 23, 2022


ନୂଆଦିଲ୍ଲୀ ୨୩ା୯: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ପରବର୍ତ୍ତୀ ମୁଖ୍ୟ କିଏ ହେବେ ଏନେଇ ବର୍ତ୍ତମାନ ଠାରୁ ଦଳ ଭିତରେ ଯେତିକି ଉତ୍କଣ୍ଠା ଦେଖିବାକୁ ମିଳିଛି । ଅନ୍ୟଦଳମାନଙ୍କରେ ଏହା ଅଧିକ ଆଲୋଚନାର କେନ୍ଦ୍ରକୁ ଆସିଛି । କାରଣ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ହେବେ ନାହିଁ ବୋଲି କହିବା ପରେ ଦଳରେ ନିର୍ବାଚନ ଅବଶ୍ୟମ୍ଭାବି ହୋଇପଡିଛି ।
ତେଣୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଉଦ୍ଦେଶ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବା ଉକ୍ତ ନିର୍ବାଚନ ବିଜ୍ଞପ୍ତିରୁ ଜଣାପଡିଛି । ପ୍ରଥମେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରିବା ସମ୍ପର୍କରେ ଆଜି ସ୍ପଷ୍ଟ କରିଛନ୍ତି । ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦବିରୁ ହଟିବେ ଏବଂ ରାଷ୍ଟ୍ରୀୟ ରାଜନୀତିରେ ଅଂଶଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସ୍ଥିର କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସରେ ଆଜି ପର୍ଯ୍ୟନ୍ତ ଯେଉଁମାନେ କଂଗ୍ରେସର ଅଧ୍ୟକ୍ଷ ରହି ଆସିଛନ୍ତି ସେମାନେ ଆଦୌ ମୁଖ୍ୟମନ୍ତ୍ରୀ ନଥିଲେ । ଯଦି ତାଙ୍କୁ ସୁଯୋଗ ମିଳିବ ତେବେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି କାମ କରିବେ । ଗେହଲଟ ଆଶା ରଖିଥିଲେ ଅଧ୍ୟକ୍ଷ ପଦ ସହିତ ମୁଖ୍ୟମନ୍ତ୍ରୀ ପଦବି ମଧ୍ୟ ରଖିବେ । କି;ୁ ତାଙ୍କର ଏହି ଆଶାକୁ ଶକ୍ତ ଝଟକା ଲାଗିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସ୍ପଷ୍ଟ କରିଛନ୍ତି କି ଦଳରେ ଜଣେ ବ୍ୟକ୍ତି ଗୋଟିଏ ପଦରେ ରହିବେ । ଏହା ଯେଭଳି କଡାକଡି କାର୍ଯ୍ୟକାରୀ ହେବ ତାହା ସୁନିଶ୍ଚିତ କରିବାକୁ ସେ ଦଳର ନେତାମାନଙ୍କୁ କହିଛନ୍ତି ।
ଭାରତ ଯୋଡୋ ଯାତ୍ରାରେ ସାମିଲ ଥିବା ରାହୁଲ କୋଚିରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଅଧ୍ୟକ୍ଷ ପଦ ଦାବିଦାରଙ୍କୁ ସ୍ପଷ୍ଟ ସନ୍ଦେଶ ସହିତ କିଛି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସର ଉଦୟପୁର ଅଧିବେଶନ (ଚିନ୍ତନ ଶିବିର)ରେ ‘ଜଣେ ବ୍ୟକ୍ତି ଏକ ପଦ’ ନେଇ ଆମେ ଯେଉଁ ନିଷ୍ପତ୍ତି ନେଇଥିଲୁ, ତାହା କାଏମ ରହିବ । କଂଗ୍ରେସ ଅଧ୍ୟକ୍ଷ କେବଳ ଏକ ସାଙ୍ଗଠନିକ ପଦ ନୁହେଁ, ଏହା ଏକ ଆଦର୍ଶଗତ ପଦ ଓ ବିଶ୍ୱାସ ବ୍ୟବସ୍ଥା । ଯେକେହି ବି କଂଗ୍ରେସ ଅଧ୍ୟକ୍ଷ ହୁଅ;ୁ ନା କାହିଁକି ତାଙ୍କୁ ମନେ ରଖିବାକୁ ପଡ଼ିବ ଯେ ସେ ଏକ ଐତିହାସିକ ସ୍ଥାନ ନେଉଛନ୍ତି ।ଭବିଷ୍ୟତର କଂଗ୍ରେସ ଅଧ୍ୟକ୍ଷଙ୍କୁ ବିଚାରର ଏକ ସମୂହ, ବିଶ୍ୱାସର ଏକ ବ୍ୟବସ୍ଥା ଓ ଭାରତର ପରିକଳ୍ପନାକୁ ପ୍ରତିନିଧିତ୍ୱ କରିବାକୁ ହେବ ବୋଲି ରାହୁଲ କହିଛନ୍ତି । ପୂର୍ବରୁ ଗେହଲଟ କହିଥିଲେ କି ମନୋନୟନ କ୍ଷେତ୍ରରେ ଦୁଇଟି ପଦବି ଧରାଯିବ । କି;ୁ ଅଧ୍ୟକ୍ଷ ନିର୍ବାଚନ ଖୋଲାଖୋଲି ହେଉଛି । ଏଥିରେ ୯ ହଜାର ପିସିସି ସଦସ୍ୟଙ୍କ ମଧ୍ୟରୁ ଯେକେହି ପ୍ରତିଦ୍ୱନ୍ଦିତା କରିପାରିବେ । ସେ ବିଧାୟକ ହୁଅ;ୁ, ସାଂସଦ ହୁଅ;ୁ କିମ୍ବା ମନ୍ତ୍ରୀ । ଯଦି ଜଣେ ମନ୍ତ୍ରୀ ଅଛନ୍ତି ତେବେ ସେ କଂଗ୍ରେସ ମୁଖ୍ୟ ପଦରେ ରହିପାରିବେ ବୋଲି ଗେହଲଟ କହିଥିଲେ । କି;ୁ ରାହୁଲଙ୍କ ସ୍ପଷ୍ଟ ସନ୍ଦେଶ ପରେ ୭୧ ବର୍ଷୀୟ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।
କି;ୁ ତାଙ୍କର ଆଶଙ୍କା ରହିଛି କି ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ତାଙ୍କ ବିରୋଧୀ ଭାବେ ଜଣାଶୁଣା ସଚିନ ପାଇଲଟଙ୍କୁ ଏହି ପଦ ମିଳିଯିବ । ୨୦୨୦ରେ ସଚିନଙ୍କ ବିଦ୍ରୋହ ଯୋଗୁ ଗେହଲଟଙ୍କ ସରକାର ଭାଙ୍ଗିବା ସ୍ଥିତିକୁ ଆସିଥିଲା । ଗେହଲଟଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବାର ପାଇଲଟ ମଧ୍ୟ ଦୃଢ଼ ଦାବିଦାର । କି;ୁ ଗେହଲଟ ବର୍ତ୍ତମାନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହୁଁନାହାନ୍ତି । ସେଥିପାଇଁ ସେ ବିଧାନସଭା ବାଚସ୍ପତି ସି.ପି ଯୋଶୀଙ୍କ ନାମ ମୁଖ୍ୟମନ୍ତ୍ରୀ ପଦବି ପାଇଁ ସୁପାରିସ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡଙ୍ଗାବୁଡ଼ି ୭୩ ମୃତ

ଡଙ୍ଗାବୁଡ଼ି ୭୩ ମୃତ

Read More...

ଦିଲ୍ଲୀପ ତିର୍କୀ ହକି  ଇଣ୍ଡିଆ ସଭାପତି

ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page