ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି

September 23, 2022, ଓଡ଼ିଶା, , Anupambharat News Bureau


ଦିଲ୍ଲୀପ ତିର୍କୀ ହକି  ଇଣ୍ଡିଆ ସଭାପତି
Anupambharat News Bureau
September 23, 2022


ଭୁବନେଶ୍ୱର, ୨୩ା୯(ଅନୁପମ ମିଡ଼ିଆ): ହକି ଇଣ୍ଡିଆ ସଭାପତି ହୋଇଛନ୍ତି ଓଡ଼ିଆ ହକି ତାରକା ଦିଲ୍ଲୀପ ତିର୍କୀ । ହ କି ଇଣ୍ଡିଆ ସଭାପତି ହେବାରେ ଦିଲ୍ଲୀପ ହେଉଛନ୍ତି ପ୍ରଥମ ଓଡ଼ିଆ । ପୂର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କୀ ଗତ ୧୮ ତାରିଖରେ ନୋମିନେସନ ଦାଖଲ କରିଥିଲେ । ଆସନ୍ତା ଅକେଫାବର ୧ତାରିଖରେ ହକି ଇଣ୍ଡିଆ ସଭାପତି ନିର୍ବାଚନ ହେବାକୁ ଥିବାବେଳେ ଦିଲ୍ଲୀପ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।ଦିଲ୍ଲୀପଙ୍କ ସମେତ ଅନ୍ୟ ଦୁଇ ଜଣ ମଧ୍ୟ ହକି ଇଣ୍ଡିଆ ସଭାପତି ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ଦୁଇ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ଫଳରେ ଦିଲ୍ଲୀପ ତିର୍କୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ତେବେ ଏହା ବଡ଼ ସଂଯୋର ବିଷୟ ଯେ, ହକିର ବିକାଶ ପାଇଁ ଓଡ଼ିଶା ସରକାର ବଡ଼ ସ୍ୱପ୍ନ ଦେଖିଛନ୍ତି । ଏହାର ପ୍ରାୟୋଜକ ଥିବା ବେଳେ ଓଡ଼ିଶାର ପୁଅ ‘ହକି ଇଣ୍ଡିଆ’ର ସଭାପତି ହୋଇଛନ୍ତି । ଫଳରେ ଏହି କ୍ରୀଡ଼ାର ଅଧିକ ଉନ୍ନତ ହୋଇପାରିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷେ ୪୪ ବର୍ଷୀୟ ଦିଲ୍ଲୀପ ଏହି କ୍ରୀଡ଼ାରେ ପୂର୍ବରୁ ନିଜର ଦକ୍ଷତା ପ୍ରତିପାଦନ କରିଥିବାରୁ ବର୍ତ୍ତମାନ ତାଙ୍କର ଦ୍ୱିତୀଇ ଇଂନିସରେ ହକିର ସାମଗ୍ରିକ ବିକାଶ ହୋଇ ପରିବା ଏକ ପ୍ରକାର ନିଶ୍ଚିତ ହୋଇଛି । ସଭାପତି ପରେ ପ୍ରତିକ୍ରିୟା ଦେଇ ଦିଲ୍ଲୀପ କହିଛନ୍ତି ଭାରତୀୟ ହକିକୁ ଶୀର୍ଷ ସ୍ତରରେ ପହଁଚାଇବା ମୋର ଲକ୍ଷ୍ୟ । ତେଣୁ ଯଥା ସମ୍ଭବ ଦଳକୁ ଆଗକୁ ନେବାକୁ ପ୍ରୟାସ କରିବି । ଦିଲ୍ଲୀପ ବର୍ତ୍ତମାନ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି । ଦିଲ୍ଲୀପ ‘ହକି ଇଣ୍ଡିଆ’ର ସଭାପତି ହେବା ପରେ ରାଜ୍ୟର କ୍ରୀଡ଼ାବିତ, ବୁଦ୍ଧିଜୀବୀ, କ୍ରୀଡ଼ାପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି । ‘ଭାରତୀୟ ହକି’ରେ ଦିଲ୍ଲୀପ ଜଣେ ଜଣାଶୁଣା ଚେହରୋ । ଅନ୍ତର୍ଜାତୀୟ ହକିରେ ତାଙ୍କର ଅନେକ ଭଲ ରେକର୍ଡ ରହିଛି । ସେ ଭାରତୀୟ ହକିରେ ଜଣେ ବିଶ୍ୱସ୍ତ ପ୍ରତିଭା । ଭାରତ ପାଇଁ ସେ ୧୫ ବର୍ଷ ଯାଏଁ ୪୧୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ତାଙ୍କର କ୍ୟାରିୟର ଭିତରେ ସେ ୩ଥର ଅଲିମ୍ପିକ୍ସ ଖେଳିଛନ୍ତି । ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ଦିଲ୍ଲୀପ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭାର ସାଂସଦ ମଧ୍ୟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ବାଚନ ଲଢ଼ିବେ ଗେହଲଟ

ନିର୍ବାଚନ ଲଢ଼ିବେ ଗେହଲଟ

Read More...

ନବୀନଙ୍କ ସ୍ଥାବରଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪ କୋଟି : ନବ ସବୁଠାରୁ ଧନୀ ମନ୍ତ୍ରୀ

ନବୀନଙ୍କ ସ୍ଥାବରଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪ କୋଟି : ନବ ସବୁଠାରୁ ଧନୀ ମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page