ରାଜସ୍ଥାନ ରାଜନୀତିରେ ହଟଚମଟ : ଗେହଲଟ ଓ ପାଇଲଟ୍‌ ଗୋଷ୍ଠୀ ମଧ୍ୟରେ ଟଣାଓଟରା

September 25, 2022, ଦେଶ, , Anupambharat News Bureau


ରାଜସ୍ଥାନ ରାଜନୀତିରେ ହଟଚମଟ : ଗେହଲଟ ଓ ପାଇଲଟ୍‌ ଗୋଷ୍ଠୀ ମଧ୍ୟରେ ଟଣାଓଟରା
Anupambharat News Bureau
September 25, 2022


ନୂଆଦିଲ୍ଲୀ,୨୫ା୯: ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ଏନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଗୋଟିଏ ପଟରେ କଂଗ୍ରେସ ଦଳର ସଭାପତି ପଦ ପ୍ରତିଦ୍ୱନ୍ଦୀତାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହିଥିବା ବେଳେ ସଚିନ ପାଇଲଟଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଯୋଜନା ହେଉଛି । ତେବେ ସଚିନ ପାଇଲଟଙ୍କୁ ମୁଖ୍ୟନ୍ତ୍ରୀ କରାଯିବା ନେଇ ଗେହଲଟ ଗୋଷ୍ଠୀ ପକ୍ଷରୁ ସହଜରେ ଗ୍ରହଣ କରିପାରିନାହାଁନ୍ତି । ଫଳରେ ରାଜସ୍ଥାନରେ ଶାସକଦଳ ମଧ୍ୟରେ ଦୁଇଗୋଷ୍ଠୀ ଦେଖାଦେଇଛନ୍ତି । ରବିବାର ଏହାକୁ ନେଇ କଂଗ୍ରେସର ବିଧାୟକ ଦଳର ବୈଠକ ଡକାଯାଇଥିଲା । ବୈଠକରେ ଯୋଗ ଦେବା ପାଇଁ କଂଗ୍ରେସ ବିଧାୟକଙ୍କ ଆଗମନ ଆରମ୍ଭ ହୋଇ ଯାଇଛି । ଏଥିରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ବିଧାୟକଙ୍କ ମତାମତ ନିଆଯିବ । ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଏବଂ ଅଜୟ ମାକନ ପହଞ୍ଚି ସାରିଛନ୍ତି । ଏହା ପୂର୍ବରୁ ବିଧାୟକ ଦୁଇ ଗୋଷ୍ଠୀରେ ବିଭାଜନ ହେଉଥିବା ଦେଖିବାକୁ ମିଳିଛି ।
ୟୁଡିଏଚ ମନ୍ତ୍ରୀ ଶାନ୍ତି ଧାରିୱାଲଙ୍କ ବାସଭବନରେ ଗେହଲଟ୍‌ ଗୋଷ୍ଠୀର ସମର୍ଥକ ବିଧାୟକଙ୍କ ମେଳି ଦେଖିବାକୁ ମିଳିଛି । ସେଠାରେ ଡେରା ପକାଇବା ପାଇଁ ଟେଣ୍ଟ ଲଗାଗଲାଣି । ବିଧାୟକ ଦଳ ବୈଠକ ପୂର୍ବରୁ ଏହା ନୂତନ ଘଟଣାକ୍ରମର ସଙ୍କେତ ଦେଉଛି । ଏପର୍ଯ୍ୟନ୍ତ ମନ୍ତ୍ରୀ ଶାନ୍ତି ଧାରିୱାଲଙ୍କ ବାସଭବନରେ ୨୨ ବିଧାୟକ ପହଞ୍ଚି ସାରିଛନ୍ତି । ଏଠାରୁ ସମସ୍ତ ବିଧାୟକ ବସରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯିବେ । ଏହି ବିଷୟରେ ବିଧାୟକଙ୍କୁ ପଚରା ଯିବାରୁ କେବଳ ଏତିକି କହିଛନ୍ତି ଯେ, ସେମାନଙ୍କୁ ଏଠାକୁ ଡକାଯାଇଛି । ଗେହଲଟ୍‌ଙ୍କ ମନ୍ତ୍ରୀ ସୁଭାଷ ଗର୍ଗ କହିଛନ୍ତି ବର୍ତ୍ତମାନ ମତାମତ
ନିଆଯିବାର ସମୟ ନାହିଁ । ଗେହଲଟ୍‌ଙ୍କୁ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରଖାଯିବା ଉଚିତ । ଯେଉଁ ଲୋକେ ବିଜେପି ସହଯୋଗରେ ସରକାର ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି, ସେମାନଙ୍କୁ କ୍ଷମତା ଦେବାକୁ ପ୍ରସ୍ତୁତି ଚାଲିଛି । ଏଥିରେ ପାର୍ଟି ଏବଂ ସରକାର ଦୁର୍ବଳ ହୋଇପାରେ । ସହଯୋଗୀ ଦଳଗୁଡିକୁ ପଚରାଯିବା ଉଚିତ ଯେ, ଆଗକୁ ସରକାର କେମିତି ଚାଲିବ । ଗେହଲଟଙ୍କ ଆଉ ଜଣେ ସମର୍ଥକ ମନ୍ତ୍ରୀ ପ୍ରତାପ ସିଂହ ଖାଚରିଆବାସ୍‌ ଗେହଲଟ୍‌ଙ୍କ ପାଇଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିବୁ ବୋଲି କହିଛନ୍ତି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗର୍ଭପାତ ମହିଳାଙ୍କ ଅଧିକାର

ଗର୍ଭପାତ ମହିଳାଙ୍କ ଅଧିକାର

Read More...

ସୋନିଆଙ୍କୁ ସାକ୍ଷାତ କଲେ ନୀତିଶ ଓ ଲାଲୁ

ସୋନିଆଙ୍କୁ ସାକ୍ଷାତ କଲେ ନୀତିଶ ଓ ଲାଲୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page