ଭୁବନେଶ୍ୱର, ୧୩ା୧୦(ଅନୁପମ ମିଡ଼ିଆ): ଟାଟା ସନ୍ସର ଅଧ୍ୟକ୍ଷ ଏନ୍.ଚନ୍ଦ୍ରଶେଖରନ୍ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଓଡିଶାରେ କାର୍ଯ୍ୟକୁ ଆଗକୁ ବଢାଇବାକୁ କହିଥିଲେ ।
ଏହାସହ ଓଡିଶାରେ ଟାଟା ଷ୍ଟିଲ୍ ଭଳି ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ବେଳେ ଭୁବନେଶ୍ୱର ଟିସିଏସ୍ ଏହାର କ୍ଷମତାକୁ ୧୫ ହଜାରକୁ ବୃଦ୍ଧି କରିବ ବୋଲି ଏନ୍.ଚନ୍ଦ୍ରଶେଖରନ୍ ସୂଚନା ଦେଇଥିଲେ । ଏହି ସାକ୍ଷାତ ଆଲୋଚନା ବେଳେ ୫-ଟି ସଚିବ ଭି କେ ପାଣ୍ଡିଆନ୍ ଓ ଟାଟା ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ୍ ମଧ୍ୟ ଉପସ୍ଥିତ ଥିଲେ ।