ୟୁକ୍ରେନ ନାଟୋରେ ମିଶିଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ

October 13, 2022, ବିଦେଶ, , Anupambharat News Bureau


ୟୁକ୍ରେନ ନାଟୋରେ ମିଶିଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ
Anupambharat News Bureau
October 13, 2022


ମସ୍କୋ ୧୩ା୧୦: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଅଧିକ ଉଦ୍‌ବେଗଜନକ କରିଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରି ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପାଇଁ ପ୍ରସ୍ତìତ ହୋଇଥିବା ବେଳେ ଏହାକୁ ତୀବ୍ର ପ୍ରତିବାଦ କରିଛି ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଙ୍ଗଠନ (ନାଟୋ) । ଏପରିକି ଋଷ ୟୁକ୍ରେନ ଉପରେ ପରମାଣୁ ବୋମା ନିକ୍ଷେପ କଲେ ପରିଣତି ଅତ୍ୟନ୍ତ ଭୟଙ୍କର ହୋଇଯିବ ବୋଲି ନାଟୋ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଭ୍ଲାଦିମିର ପୁଟିନ କିନ୍ତୁ ଦୁଇ ଦେଶ ମଧ୍ୟରେ ସୀମିତ ଥିବା ଯୁଦ୍ଧକୁ ବ୍ୟାପକ କରି ଏହା ତୃତୀୟ ବିଶ୍ୱଯୁଦ୍ଧ ଦିଗକୁ ଗତି କରାଉଥିବା ଦେଖିବାକୁ ମିଳିଛି । ଋଷିଆର ଏପରି ଆକ୍ରମଣରେ ୟୁକ୍ରେନ ନାଟୋ ( ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଙ୍ଗଠନ)ରେ ଯୋଗ ଦେବା ଲାଗି ଉଦ୍‌ବେଗ ପ୍ରକାଶ କରିଛି । ତେବେ ନାଟୋରେ ୟୁକ୍ରେନର ସାମିଲକୁ ନେଇ ଋଷିଆ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।
ଋଷିଆ ଏହାକୁ ୟୁକ୍ରେନର ଅଯଥା ପ୍ରଚାର ବୋଲି କହିଥିବା ବେଳେ ଏପରି କିଛି ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ ବୋଲି ଚେତାଇ ଦେଇଛି । ଏହା ପୂର୍ବରୁ ଋଷିଆ ଅନେକବାର ଯୁଦ୍ଧରେ ପରମାଣୁ ଅସ୍ତ୍ର ଶସ୍ତ୍ର ବ୍ୟବହାର କରିବ ବୋଲି ଧମକାଉଥିଲା । ଏଥିରେ ବିଶ୍ୱଯୁଦ୍ଧ ଧମକ ଦେବା ନୂଆ ଚିନ୍ତାର କାରଣ ପାଲଟିଛି । ଋଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ଏପରି ଧମକ୍‌ ପ୍ରଥମ ଥର ମିଳିଛି । ଯେଉଁଥିରେ ଋଷିଆ ସିଧା ତୃତୀୟ ବିଶ୍ୱଯୁଦ୍ଧର କଥା ଉଠାଇଛି । ଋଷିଆ ସିକ୍ୟୁରିଟି କାଉନସିଲର ଡେପୁଟି ସେକ୍ରେଟାରୀ ଆଲେକଜାଣ୍ଡାର ବେନିଡିକତୋଭ କହିଛନ୍ତି ଯେ ଏହା ୟୁକ୍ରେନ ମଧ୍ୟ ଜାଣେ ଯେ ସେ ନାଟୋରେ ସାମିଲ ହେଲେ ଏହା ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହେବ । ପୁଟିନଙ୍କ ନିକଟତମ କୁହାଯାଉଥିବା ଆଲେକଜାଣ୍ଡାର ଏପରି ପଦକ୍ଷେପର ପରିଣାମ ନିଜେ ନାଟୋ ଓ ସଦସ୍ୟ ଦେଶମାନେ ମଧ୍ୟ ଜାଣନ୍ତି ବୋଲି କହିଛନ୍ତି । ଋଷର ଏପରି ଧମକ ସେହି ସମୟରେ ଆସିଛି ଯେତେବେଳେ ୟୁକ୍ରେନର ଅନେକ ଅଞ୍ଚଳ ଉପରେ ଋଷିଆ ବୋମା ବର୍ଷା କରୁଛି । ତେବେ ଏହାକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରତିକ୍ରିୟା ରଖିଛନ୍ତି ଯେ, ଆମେ କେହି ବି ତୃତୀୟ ବିଶ୍ୱଯୁଦ୍ଧ ଚାହୁଁନେ । ତେବେ ଆମେ ୟୁକ୍ରେନର ସାର୍ବଭୌମତ୍ୱର ସୁରକ୍ଷା ଲାଗି ସହାୟତା କରୁଛୁ । ଏଣୁ ଋଷ ଉପରେ କେବେ ସିଧାଶଳଖ ଆକ୍ରମଣ କରିବୁନି । ତେବେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏବେ ଏହି ଯୁଦ୍ଧ ରୋକିଦେବା ସହ ୟୁକ୍ରେନର ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରିବା ଦରକାର ବୋଲି କହିଛନ୍ତି । ଇତିମଧ୍ୟରେ ଋଷ ବିରୋଧୀ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ବିରୋଧରେ ବେଲାଋଷ ସୈନ୍ୟ ଚାଳନା କରିପାରିବ ନାହିଁ । ଗତ ମାସରେ ୟୁକ୍ରେନର ୧୮ ପ୍ରତିଶତ ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ଅକ୍ତିଆର କରାଗଲା ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିବା ପରେ ସମଗ୍ର ବିଶ୍ୱରେ ରାଜନୈତିକ ସ୍ଥିତି ପରିବର୍ତ୍ତନ ହେବାରେ ଲାଗିଛି । ନିଜ ସ୍ଥିତିକୁ ମଜବୁତ କରିବା ପାଇଁ ନାଟୋର ସଦସ୍ୟ ହେବା ଦିଗରେ ୟୁକ୍ରେନକୁ ତୁରନ୍ତ ସଦସ୍ୟ କରାଇବା କ୍ଷେତ୍ରରେ ନାଟୋ ରାଷ୍ଟ୍ରଙ୍କ ସହ କଥାବାର୍ତ୍ତା କରିଛନ୍ତି । ଯାହାକୁ ନେଇ ପୁଟିନ ସ୍ଥିତି ଭୟଙ୍କର ହେବ ବୋଲି କହିବା ସଙ୍ଗେ ସଙ୍ଗେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ସମଗ୍ର ବିଶ୍ୱକୁ ବ୍ୟାପିଯିବ ତେବେ ଏହା କରିବା ପୂର୍ବରୁ ସଦସ୍ୟ ରାଷ୍ଟ୍ରମାନେ ୟୁକ୍ରେନର ପ୍ରସ୍ତାବକୁ ଗୁରୁତର ସହିତ ଚିନ୍ତା କରିବା ଉଚିତ ବୋଲି ପୁଟିନ ଚେତାବନୀ ଦେଇଛନ୍ତି । ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ଭ୍ଲାଦିମିର ପୁଟିନ ଆମେରିକା ବିରୋଧରେ ମନ୍ତବ୍ୟ ରଖିଛନ୍ତି । କାରଣ ନାଟୋକୁ ମୁଖ୍ୟତଃ ଆମେରିକା ହିଁ ପରିଚାଳନା କରୁଛି । ୧୯୬୨ କୁ୍ୟବା ମିସାଇଲ ସମସ୍ୟା ପରେ ପରେ ସମଗ୍ର ବିଶ୍ୱ ଏକ ବଡ଼ଧରଣର ପରମାଣୁ କ୍ଷୟକ୍ଷତିର ସମ୍ମୁଖୀନ ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟିରେ ମିଶିଲା ତ୍ରାହି ଅଚୁ୍ୟତ ଆଶ୍ରମ

ମାଟିରେ ମିଶିଲା ତ୍ରାହି ଅଚୁ୍ୟତ ଆଶ୍ରମ

Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ଅଧ୍ୟକ୍ଷ : ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢାଇବାକୁ କହିଲେ ନବୀନ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ଅଧ୍ୟକ୍ଷ : ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢାଇବାକୁ କହିଲେ ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page