ମାଟିରେ ମିଶିଲା ତ୍ରାହି ଅଚୁ୍ୟତ ଆଶ୍ରମ

October 13, 2022, ଓଡ଼ିଶା, , Anupambharat News Bureau


ମାଟିରେ ମିଶିଲା ତ୍ରାହି ଅଚୁ୍ୟତ ଆଶ୍ରମ
Anupambharat News Bureau
October 13, 2022


ଭୁବନେଶ୍ୱର,୧୩ା୧୦(ଅନୁପମ ମିଡ଼ିଆ) ବହୁଚର୍ଚ୍ଚିତ ତ୍ରାହି ଅଚୁ୍ୟତ ଆଶ୍ରମ ଅଞ୍ଚଳରେ ଥିବା ବେଆଇନ କୋଠା ଗୁଡିକ ଉପରେ ବୁଲଡୋଜର ଚାଲିଛି । ଭୁବନେଶ୍ୱର ଉପକଣwସ୍ଥ ଝିଣ୍ଟି ଶାସନ ତ୍ରାହି ଅଚୁ୍ୟତ ନଗର ମୌଜାରେ ପ୍ରାୟ ୨୧ଟି ପ୍ଲଟ ରହିଛି । ସମ୍ପୃକ୍ତ ପ୍ଲଟ୍‌ରେ ବେଆଇନ ଭାବରେ କୋଠା ନିର୍ମାଣ ହୋଇଥିଲା । ଗୁରୁବାର ପୋଲିସ ଓ ବିଡିଏର ମିଳିତ ଟିମ୍‌ ପକ୍ଷରୁ ଉଚ୍ଛେଦ କରାଯାଇଛି । ତେବେ ଉଚ୍ଛେଦ ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଉତ୍ତେଜନା ଦେଖା ଦେଇଥିଲା । ଉକ୍ତ ପ୍ଲଟ ମାନଙ୍କରେ ରହୁଥିବା ମହିଳା ମାନେ ଉଚ୍ଛେଦକୁ ବିରୋଧ କରିଥିଲେ ।
ସୂଚନାଯୋଗ୍ୟ ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବା ୧୯୮୨ ମସିହାରେ ତ୍ରାହି ଅଚୁ୍ୟତ ଆଶ୍ରମ ପ୍ରତିଷ୍ଠା କରିଥିଲେ । ପୋଥିରେ ଲୋକଙ୍କ ଅତୀତ, ଭବିଷ୍ୟତ ବିଷୟରେ ଅବଗତ କରାଇ ଅମାପ ସମ୍ପତ୍ତି ଅର୍ଜନ କରିଥିଲେ । ଆଶ୍ରମକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଲୋକମାନେ ଆସୁଥିଲେ । ମାତ୍ର ୨୦୧୫ ଅଗଷ୍ଟ ୩୦ରେ ଆଶ୍ରମରେ ବହୁ କେଳେଙ୍କରୀ ହେଉଥିବା ଅଭିଯୋଗରେ ଏହାର ପ୍ରତିଷ୍ଠାତା ସୁର ବାବାଙ୍କୁ ଗିରଫ କରାଯାଇଥିଲା । ପରେ ସେ ଜାମିନ୍‌ରେ ଫେରିଥିଲେ । ତେବେ ୨୦୨୦ ଡିସେମ୍ବର ମାସରେ ସୁର ବାବାଙ୍କ ଦେହାନ୍ତ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧାମନଗର ଉପନିର୍ବାଚ :ବିଜୟ ନେଇ ବିଜେଡ଼ି ଓ ବିଜେପିର ଦୃଢ଼ୋକ୍ତି

ଧାମନଗର ଉପନିର୍ବାଚ :ବିଜୟ ନେଇ ବିଜେଡ଼ି ଓ ବିଜେପିର ଦୃଢ଼ୋକ୍ତି

Read More...

ୟୁକ୍ରେନ ନାଟୋରେ ମିଶିଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ

ୟୁକ୍ରେନ ନାଟୋରେ ମିଶିଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page