ଅର୍ଚ୍ଚନା ପ୍ରସଙ୍ଗରେ ଗୃହରେ ହୋହଲ୍ଳା : ସୁରୁଖୁରୁରେ ଚାଲି ପାରିଲାନି ପ୍ରଥମ ଦିନ

November 24, 2022, ଓଡ଼ିଶା, , Anupambharat News Bureau


ଅର୍ଚ୍ଚନା ପ୍ରସଙ୍ଗରେ ଗୃହରେ ହୋହଲ୍ଳା : ସୁରୁଖୁରୁରେ ଚାଲି ପାରିଲାନି ପ୍ରଥମ ଦିନ
Anupambharat News Bureau
November 24, 2022


ଭୁବନେଶ୍ୱର,୨୪ା୧୧(ଅନୁପମ ମିଡ଼ିଆ): ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠିଛି । ବିରୋଧୀ ଦଳର ନେତାମାନେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି । ଅର୍ଚ୍ଚନା ନାଗ ସମ୍ପର୍କରେ ଗୃହରେ ଆଲୋଚନା ଦାବି କରି ଗୃହର ମଧ୍ୟ ଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହଟଗୋଳ କରିଛନ୍ତି । ଅପରାହ୍ନ ୫ଟା ପରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନର ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭରୁ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଥିଲେ । ନରସିଂହ ମିଶ୍ର କହିଥିଲେ ଇଡି ତଦନ୍ତ ଠିକ୍‌ ଚାଲିଛି, ପୋଲିସ ଯାହାକୁ ଛାଡ଼ିଥିଲା ଇଡି ବାନ୍ଧିଛି ।
ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅ;ୁ । ବିଜେଡିର ନେତାମାନେ ଏଥିରେ ସମ୍ପୃକ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି । ତେଣୁ ଏହି ଘଟଣାରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବୋଲି ମିଶ୍ର କହିଛନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ଅର୍ଚ୍ଚନା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ବିଜେପି ବି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ରୁଲିଂ ମାଗିଛି । ତେବେ ଗୃହ କାର୍ଯ୍ୟ ସ୍ୱାଭାବିକ ନହେବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ସେଣ୍ଟର ଉଦ୍‌ଘାଟିତ: ଆଇଟିରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ

ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ସେଣ୍ଟର ଉଦ୍‌ଘାଟିତ: ଆଇଟିରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ

Read More...

ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରି ହାଉସ୍‌ ସର୍ଜନ୍‌ ଗିରଫ

ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରି ହାଉସ୍‌ ସର୍ଜନ୍‌ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page