ଚାଷୀ ପ୍ରସଙ୍ଗରେ ଗୃହ ଅଚଳ

November 25, 2022, ଓଡ଼ିଶା, , Anupambharat News Bureau


ଚାଷୀ ପ୍ରସଙ୍ଗରେ ଗୃହ ଅଚଳ
Anupambharat News Bureau
November 25, 2022


ଭୁବନେଶ୍ୱର, ୨୫ା୧୧(ଅନୁପମ ମିଡ଼ିଆ):­ ଚାଷୀ ପ୍ରସଙ୍ଗରେ ଆଜି ସରକାରୀ ଦଳ ଓ ବିରୋଧୀ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ହଟ୍ଟଗୋଳ କରିବାକୁ ବିଧାନସଭାରେ ଆଜି ପ୍ରଶ୍ନୋର କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ କୌଣସି କାର୍ଯ୍ୟକ୍ରମ ହୋଇ ପାରି ନାହିଁ । ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା କାରଣରୁ ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଦୁଇଥର ମୁଲତବୀ ରଖିଥିଲେ । ପ୍ରଥମେ ୧୧.୩୦ ଯାଏ ଓ ପରେ ୧୧.୩୦କୁ ୪ ଟା ଯାଏ ଗୃହ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଏହା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସର୍ବଦଳୀୟ ବୈଠକ ଡାକିଥିଲେ । କି;ୁ ସର୍ବଦଳୀୟ ବୈଠକ ପରେ ବି ଗୃହ ସ୍ୱାଭାବିକ ହୋଇପାରି ନ ଥିଲା । କଂଗ୍ରେସ ଏବଂ ବିଜେପିର ସଦସ୍ୟମାନେ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଆରୁଖ ଗୃହକୁ ଆସନ୍ତାକାଲି (ଶନିବାର) ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।
ଶୁକ୍ରବାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସକାଳ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଶ୍ନୋର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ । ହେଲେ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳର ବିଧାୟକ ମାନେ ହଠାତ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଥିଲା ।
ସରକାରୀ ଦଳର ବିଧାୟକ ବ୍ୟୋମକେଶ ରାୟ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଅନ୍ୟ ବିଧାୟକ ମାନେ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ଚାଷୀ ମାନଙ୍କ ପାଇଁ ଏମଏସପି ବଢାଇବାକୁ ଦାବି କରିବା ସହ ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ମୁକେଶ ମହାଲିଙ୍ଗ,କୁସୁମ ଟେଟେ ଓ ଅନ୍ୟ ବିଜେପି ବିଧାୟକ ମାନେ ରାଜ୍ୟ ସରକାରଙ୍କ ଚାଷୀବିରୋଧୀ ନୀତି,ଫସଲ ବୀମା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜୀ କରିଥିଲେ । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ ଓ ଅନ୍ୟ ବିଧାୟକ ମାନେ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା ।
ଅନ୍ୟ ପକ୍ଷରେ ବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯରେ ସହଯୋଗ କରିବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା । ତେବେ ସ୍ଥିତିରେ ସୁଧାର ନ ଆସିବାରୁ ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ସେହିପରି ୧୧.୩୦ରେ ପୁଣି ଥରେ ଯେତେବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ସେତେବେଳେ ଚାଷୀ ସମସ୍ୟାକୁ ନେଇ ସେହି ସମାନ ସ୍ଥିତି ଦେଖା ଦେଇଥିଲା । ଏହି କାରଣରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଏହାପରେ ମଧ୍ୟ ଗୃହ କାର୍ଯ୍ୟ ହୋଇ ନପାରିବାରୁ ବାଚସ୍ପତି ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଥିଲେ । ଶୀତ ଅଧିବେଶନର ପ୍ରଥମ ଦୁଇ ଦିନ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡିସେମ୍ବର ୭ରୁ  ସଂସଦ ଅଧିବେଶନ

ଡିସେମ୍ବର ୭ରୁ ସଂସଦ ଅଧିବେଶନ

Read More...

ଶ୍ରୀମନ୍ଦିରକୁ ମୋବାଇଲ ନେଇପାରିବେନି ପୋଲିସ କର୍ମଚାରୀ

ଶ୍ରୀମନ୍ଦିରକୁ ମୋବାଇଲ ନେଇପାରିବେନି ପୋଲିସ କର୍ମଚାରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page