ଡିସେମ୍ବର ୭ରୁ ସଂସଦ ଅଧିବେଶନ

November 25, 2022, ଦେଶ, , Anupambharat News Bureau


ଡିସେମ୍ବର ୭ରୁ  ସଂସଦ ଅଧିବେଶନ
Anupambharat News Bureau
November 25, 2022


ନୂଆଦିଲ୍ଲୀ,୨୫ା୧୧:ଭାରତୀୟ ସଂସଦର ଚଳିତ ବର୍ଷର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ମାସ ୭ ତାରିଖରୁ ଆରମ୍ଭ ହେବ । ଏହି ଶୀତ ଅଧିବେଶନ ଉକ୍ତ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରକାଶ କରିଛନ୍ତି । ଏହି ଶୀତ ଅଧିବେଶନ ପୂର୍ବରୁ ଡିସେମ୍ବର ୬ ତାରିଖରେ ସର୍ବଦଳୀୟ ବୈଠକ ମଧ୍ୟ ଡକାଯାଇଥିବା ସୂଚନାରୁ ଜଣାପଡିଛି । ଶାନ୍ତି ଶୃଙ୍ଖଳାରେ କିପରି ଶୀତ ଅଧିବେଶ ଚାଲିବ ସେନେଇ ବିଭିନ୍ନ ରାଜନୈତିକ ଦଳମାନଙ୍କର ସହଯୋଗ ଲୋଡିଛନ୍ତି ସରକାର ।
ଶୁକ୍ରବାର ସଂସଦୀୟ କାର୍ଯ୍ୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଡିସେମ୍ବର ୬ତାରିଖରେ ସର୍ବଦଳୀୟ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି । ଚଳିତ ଶୀତ ଅଧିବେଶ ଡିସେମ୍ବର ୭ରୁ ଆରମ୍ଭ ହୋଇ ଡିସେମ୍ବର ୨୯ ତାରିଖରେ ଶେଷ ହେବ । ଏନେଇ ଲୋକସଭା ଓ ରାଜ୍ୟସଭା ପକ୍ଷରୁ ଭିନ୍ନ ଭିନ୍ନ ଅଧିସୂଚନା ଜାରି କରାଯାଇଛି । ୧୦ମ ଲୋକସଭା ଅଧିବେଶନରେ ୧୭ଟି କାର୍ଯ୍ୟ ଦିବସ ରହିଛି । ଶୀତକାଳୀନ ଅଧିବେଶନରେ ବିଭିନ୍ନ ପ୍ରସଂଗ ଉପରେ ଆଲୋଚନା ହେବ । ବିଭିନ୍ନ ମୁଦ୍ଦାକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ବିରୋଧୀ । ସରକାରଙ୍କ ମଧ୍ୟ ବିରୋଧୀଙ୍କୁ ଜବାବ ଦେବା ପ୍ରସ୍ତୁତି କରିଦେଇଛି । ସୂଚନା ଅନୁଯାୟୀ, ଡିସେମ୍ବରରେ ହେବାକୁ ଶୀତ ଅଧିବେଶନ ପୂରୁଣା ସଂସଦ ଭବନରେ ହେବ । ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ବର୍ଷ ଶେଷରେ ସମ୍ପୂର୍ଣ୍ଣ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦ୍ରର ଘୋଷଣା: ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ହଟିବ

କେନ୍ଦ୍ରର ଘୋଷଣା: ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ହଟିବ

Read More...

ଚାଷୀ ପ୍ରସଙ୍ଗରେ ଗୃହ ଅଚଳ

ଚାଷୀ ପ୍ରସଙ୍ଗରେ ଗୃହ ଅଚଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page