ମାତିଛନ୍ତି ମାଟି ମାଫିଆ,ରାତିରେ ଶୋଉନି ଚାଷୀ

May 31, 2019, ଓଡ଼ିଶା, , Anupambharat News Bureau


ମାତିଛନ୍ତି ମାଟି ମାଫିଆ,ରାତିରେ ଶୋଉନି ଚାଷୀ
Anupambharat News Bureau
May 31, 2019

ପିପିଲି,୩୦ା୫ (ଅନୁପମ ମିଡିଆ): ଗୋଟିଏ ପକ୍ଷରେ ସାମୁଦ୍ରୀକ ବାତ୍ୟା ‘ଫନି’ ସ୍ଥାନୀୟ ଲୋକମାନଙ୍କୁ ତଳିତଳାନ୍ତ କରିଥିବାବେଳେ ଅନ୍ୟପକ୍ଷରେ ପିପିଲି ଅଂଚଳରେ ଏବେ ମାଟି ମାଫିଆମାନେ ସ୍ଥାନୀୟ ଚାଷୀ ଓ ଜମି ମାଳିକ ମାନଙ୍କର ନିଦ ହଜାଇ ଦେଇଛନ୍ତି । ରାତି ପାହିଲା ବେଳକୁ ଚାଷୀର ଜମି ୪/୫ଫୁଟ ଖାଲ । ହିଟାଚି, ଜେସିବି ଓ ହାଇୱା ସହାୟତାରେ ମାଫିଆମାନେ ଜୋରଜବରଦସ୍ତ ଚାଷୀ ବିଲରୁ ରାତିରେ ମାଟି ତାଡ଼ି ନେଉଛନ୍ତି । ଏନେଇ ସ୍ଥାନୀୟ ଅଂଚଳର ଚାଷୀମାନେ ଚିନ୍ତିତ ଅବସ୍ଥାରେ ଅଛନ୍ତି । କେତେକ ଚାଷୀ ରାତିରେ ନିଜ ନିଜ ଜମିରେ ପହରା ଦେଉଥିବା ଜଣାଯାଇଛି । ବିଶେଷକରି ସ୍ଥାନୀୟ କଂଟି, ବେଣାବିଲ, ବାରିମୂଳ, ନିଜିଗଡ଼କୁରଖି, ଭଁସର, ଲେମ୍ଭାଉପଡ଼ା ଓ ଓଉପଡ଼ା ଆଦି ମୌଜାରେ ଥିବା ଚାଷଜମି ଗୁଡ଼କ ଉପରେ ଏହି ମାଟି ମାଫିିଆମାନଙ୍କ ନଜର । ମାଟି ମାଫିଆମାନେ ସ୍ଥାନୀୟ ଅଂଚଳରୁ ପ୍ରାୟ ୨କୋଟିରୁ ଅଧିକ ଟଙ୍କାର ମାଟି ଲୁଟି ନେଲେଣି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଥିବାବେଳେ ସ୍ଥାନୀୟ କଂଟି ପଂଚାୟତ ଅଂଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏହି ଚୋରା ମାଟି ଚାଲାଣର ମୁଖ୍ୟ କାର୍ପଟଦାର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେହିପରି ଦୟାନଦୀ କୂଳରୁ ପ୍ରତିଦିନ ବେଆଇନଭାନେ ମାଟି ଖୋଳି ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏହି ବେଆଇନ କାମରେ ୩୦ରୁ ଅଧିକ ଟ୍ରାକଫର , ହାଇୱା ଓ ଏକାଧିକ ଜେସିବି ମେସିନ ନିୟୋଜିତ ହୋଇଛି । ରାତି ସାରା ଏହି ଚୋରାକାରବାର ଚାଲିଥିବା ଅଭିଯୋଗ ହୋଇଛି । ପ୍ରତିଦିନ ହଜାର ହଜାର ଟ୍ରିପ ମାଟି ବାହାରକୁ ଚାଲାଣ ହେଉଛି । ପ୍ରତିବାଦ କଲେ ମାଫିଆମାନେ ସାଧାରଣ ଲୋକଙ୍କୁ ଧମକ ଚମକ ଦେଉଛନ୍ତି । ବେଧଡ଼କରେ ମାଫିଆମାନେ ପ୍ରତିଦିନ ସେଠାରୁ ମାଟି ଖୋଳି ବାହାରେ ବିକ୍ରୀ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ମାଟି ମାଫିଆମାନେ ନଦୀ ପାଶ୍ୱର୍ରୁ ମାଟି ଖୋଳି ପ୍ରାୟ ୧୦ଫୁଟରୁ ଅଧିକ ଗାଡ଼ କରିବା ଫଳରେ ସ୍ଥାନୀୟ ଗାଁମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ବନ୍ୟା ସମୟରେ ଦୟାନଦୀ ବନ୍ଧ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି । ଓଉପଡ଼ା ନିକଟସ୍ଥ ନଦୀ ପାଶ୍ୱର୍ରୁ ମାଫିଆମାନେ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କାର ମାଟି ବିକ୍ରୀ କରିସାରିଲେଣି, ଫଳରେ ତହସିଲର ଏତେ ପରିମାଣର ରାଜସ୍ୱ ହାନୀ ହେଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଜଳସେଚନ ବିଭାଗର ଭୁବନେଶ୍ୱରସ୍ଥ ପ୍ରାଚୀ ଡିଭିଜନ ପକ୍ଷରୁ ବିଭାଗୀୟ ଏସଡ଼ିଓ ହରିରାଜପୁର ଫାଣ୍ଡିରେ ଗତ ଫେବୃୟାରୀ ମାସରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ସ୍ଥାନିୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବେଆଇନ ମାଟି ଲୁଟ ସମ୍ପର୍କରେ କଂଟି ରାଜସ୍ୱ ନିରୀକ୍ଷକ ସନ୍ତୋଷ କୁମାର ବଳିୟାରସିଂହଙ୍କୁ ପଚାରିବାରେ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ସେ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଶିକ୍ଷକଙ୍କୁ ହତ୍ୟା ଘଟଣା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

ଶିକ୍ଷକଙ୍କୁ ହତ୍ୟା ଘଟଣା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

Read More...

ମାନବିକତା ହରାଇଲେ ପିପିଲି ତହସିଲଦାର, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଖଟିଲେ ମହିଳା କର୍ମଚାରୀ, ଦୁଇ ଅସୁସ୍ଥ

ମାନବିକତା ହରାଇଲେ ପିପିଲି ତହସିଲଦାର, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଖଟିଲେ ମହିଳା କର୍ମଚାରୀ, ଦୁଇ ଅସୁସ୍ଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page